ଓଡିଶା

odisha

ETV Bharat / state

Legal Awareness Programme: ସଚେତନତା ହିଁ କୁସଂସ୍କାରର ମୂଳପୋଛର ମାଧ୍ୟମ - ଆଇନ ସଚେତନତା ଶିବିର

ମହିଳା ଓ ଶିଶୁକ୍ୟାନଙ୍କ ସୁରକ୍ଷା ପାଇଁ ଗଞ୍ଜାମରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ

ଆଇନ ସଚେତନତା ଶିବିର
Legal Awareness Programme

By

Published : Feb 21, 2023, 9:08 AM IST

ବ୍ରହ୍ମପୁର: ମହିଳା ଓ ଶିଶୁ ସୁରକ୍ଷା ଦିଗରେ ସଠିକ ସଚେତନତା ହିଁ ଏକମାତ୍ର ମାଧ୍ୟମ । ଏଭଳି ବାର୍ତ୍ତା ଦେଇଛନ୍ତି ରାଜ୍ୟ ମହିଳା କମିଶନର ମିନତୀ ବେହେରା । ଗଞ୍ଜାମ ଜିଲ୍ଲା ପରିଷଦ ଗ୍ରାମ୍ୟ ଉନ୍ନୟନ ଋଷିକୂଲ୍ୟା ସମ୍ମିଳନୀ ପ୍ରକୋଷ୍ଠଠାରେ ଜିଲ୍ଲାସ୍ତରୀୟ ଆଇନ ସଚେତନତା ଶିବିର ଆୟୋଜିତ ହୋଇଯାଇଛି । ଏହା କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ବକ୍ତବ୍ୟରେ ରାଜ୍ୟ ମହିଳା କମିଶନର ଅବଗତ କରାଇଥିଲେ ଯେ, ପ୍ରତ୍ୟେକ କ୍ଷେତ୍ରରେ ଆଇନ ରହିଛି ଏହାର ସଠିକ ବ୍ୟବହାର ନିମନ୍ତେ ସଚେତନତା ଏକାନ୍ତ ଜରୁରୀ ।

ମହିଳା ଓ କନ୍ୟାରତ୍ନ ସୁରକ୍ଷା ଦିଗରେ ଆଇନ ରହିଛି । ଏହାର ସୁ-ବିନିଯୋଗ ହୋଇ ଏହି ନିୟମର କଡାକଡି ପାଳନ ହେଲେ ସମାଜରେ ଦେଖା ଦେଉଥିବା କୁସଂସ୍କାରର ମୂଳପୋଛ ହୋଇପାରିବା ସହ ସମାଜରେ ଶାନ୍ତି ଫେରି ଆସିବ । ଗଞ୍ଜାମ ଜିଲ୍ଲାରେ ମହିଳା ଓ କନ୍ୟାରତ୍ନର ସୁରକ୍ଷା ଦିଗରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି ଦିଗରେ ସଫଳତା ହାସଲ କରିଛି । ଯେଉଁ ସବୁ ଯୋଜନାଗୁଡିକ କାର୍ଯ୍ୟକାରୀ ହୋଇଛି ସେଗୁଡିକ ତଳସ୍ତରରୁ ସଠିକ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ଏନେଇ ମହିଳାମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ସେମାନେ ସେମାନଙ୍କ ଅଧିକାରକୁ ଭଲ ଭାବରେ ଜାଣିଲେ ହିଁ ସେମାନଙ୍କ ଅଧିକାର ସୁରକ୍ଷିତ ରହିବା ସହ ସେମାନେ ଆତ୍ମସମ୍ମାନର ସହିତ ବଞ୍ଚିବେ ବୋଲି କହିଥିଲେ ରାଜ୍ୟ ମହିଳା କମିଶନର ।

ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ ଅନ୍ୟତମ ଅତିଥି ରୂପେ ଯୋଗ ଦେଇ ନିଜ ବକ୍ତବ୍ୟରେ ଜିଲ୍ଲାରେ ମହିଳା ଓ ଶିଶୁ ବିକାଶ ଯୋଜନା ଅନ୍ତର୍ଗତ କାର୍ଯ୍ୟ କରୁଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ । ମହିଳା ଓ କନ୍ୟାରତ୍ନ ସମ୍ମାନର ସହିତ କିଭଳି ବଞ୍ଚିବେ ସେହି ଅଧିକାର ସମ୍ପର୍କରେ ଆଲୋକପାତ କରି ଗଞ୍ଜାମ ଜିଲ୍ଲା ବାଲ୍ୟ ବିବାହମୁକ୍ତ ଜିଲ୍ଲା ଭାବେ ଘୋଷଣା ହୋଇଥିବା ଜଣାଇବା ସହ ଏନେଇ କେଉଁ ସବୁ ପଦକ୍ଷେପ ମାନ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।

ଏହା ବି ପଢନ୍ତୁ...ଗୋପାଳର ମେଡିକାଲ ଟେଷ୍ଟ ପାଇଁ ଆବେଦନ କଲା କ୍ରାଇମବ୍ରାଞ୍ଚ, ଖାରଜ କଲେ JMFC କୋର୍ଟ

ବୈଠକରେ ଜିଲ୍ଲା ପରିଷଦର ଉପାଧ୍ୟକ୍ଷା ଏସ. ରାଜେଶ୍ବରୀ ଦୋରା, ଓଡିଶା ରାଜ୍ୟ ଶିଶୁ ମଙ୍ଗଳ କନସଲଟାଣ୍ଟ ଡା ଏନ୍. ଟୁନା ସାହୁ, ଆକ୍ସନ୍ ଏଡ୍ ସଂଘର ଯୋଜନା ଅଧିକାରୀ ବି.ଏନ୍. ଦୁର୍ଗା ପ୍ରମୁଖ ଯୋଗ ଦେଇ ଘରୋଇ ହିଂସା, ଯୌତୁକଜନିତ ନିର୍ଯାତନା, ଯୌନ ନିର୍ଯାତନା, ବାଲ୍ୟ ବିବାହ ଇତ୍ୟାଦି ସମସ୍ତ ବିଷୟରେ ଆଲୋଚନା କରି ଏହି ସମସ୍ତ ଦିଗର ଦୂରୀକରଣ ଦିଗରେ ରହିଥିବା ଆଇନ ସମୂହ ସମ୍ପର୍କିତ ଆଲୋଚନା କରାଯାଇଥିଲା ।

ସମ୍ପ୍ରତି ଓଡିଶା ରାଜ୍ୟ ମହିଳା ଆୟୋଗଙ୍କ ଦ୍ବାରା କାର୍ଯ୍ୟ କରାଯାଉଥିବା ବିଭିନ୍ନ କାର୍ଯ୍ୟଧାରା ସମ୍ପର୍କରେ ଉପସ୍ଥିତ ଅଙ୍ଗନଓ୍ବାଡି କର୍ମୀ, ଆଶା କର୍ମୀ , ସ୍ବୟଂସହାୟକ ଗୋଷ୍ଠୀ, ମହିଳା ମହାବିଦ୍ୟାଳୟର ଛାତ୍ରୀ, ଆଇନ ଛାତ୍ରୀ, ଶିଶୁ ସୁରକ୍ଷା କମିଟିର ସଦସ୍ୟାଙ୍କୁ ଅବଗତ କରାଯାଇଥିଲା ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details