ଓଡିଶା

odisha

ETV Bharat / state

କାର୍ଯ୍ୟରେ ଅବହେଳା: ଶନିବାର ହେଲେ ବହୁ ବିଭାଗରେ ଝୁଲୁଛି ତାଲା - ମହାବିଦ୍ୟାଳୟ

ବ୍ରହ୍ମପୁର ସହର ଉପକଣ୍ଠ ଶିତଳାପଲ୍ଲୀ ଠାରେ ଅବସ୍ଥିତ ଥିବା ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟରେ ଶନିବାର ଦିନ ୩.୩୦ ସମୟରେ ଆମ ଟିମ ଯାଇ ପହଞ୍ଚିଥିଲା । ସେଠାରେ ମହାବିଦ୍ୟାଳୟର ଅଧ୍ୟକ୍ଷ କୌଣସି କାର୍ଯ୍ୟରେ ଛୁଟିରେ ଥିବାବେଳେ ବହୁ ବିଭାଗରେ ତାଲା ଝୁଲୁଥିବା ଦେଖିବାକୁ ପାଇଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

By

Published : Aug 31, 2019, 9:59 PM IST

ବ୍ରହ୍ମପୁର: ଛୁଟି ପୂର୍ବରୁ କଲେଜରୁ ଅଧ୍ୟାପକ ଫେରାର । ଶନିବାର ଜିଲ୍ଲାର ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟରେ ବହୁ ବିଭାଗର ଅଧ୍ୟାପକ ଅନୁପସ୍ଥିତ ଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ରାଜ୍ୟ କୃଷି ଓ ଉଚ୍ଚଶିକ୍ଷା ବିଭାଗୀୟ ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଗଞ୍ଜାମ ଗସ୍ତ ସମୟରେ ମତ୍ସ୍ୟ ବିଭାଗର ଏକ କାର୍ଯ୍ୟାଳୟରେ କୌଣସି କର୍ମଚାରୀଙ୍କ ଦେଖା ନମିଳିବା ଘଟଣା ଜିଲ୍ଲାରେ ଚର୍ଚ୍ଚାରେ ବିଷୟ ପାଲଟିଥିବା ବେଳେ ଶନିବାର ଜିଲ୍ଲାର ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟରେ ବହୁ ବିଭାଗର ଅଧ୍ୟାପକ ଅନୁପସ୍ଥିତ ରହିଥିଲେ । ଯାହାର ଅନୁଧ୍ୟାନ କରିଛି ଇଟିଭି ଭାରତ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର ସହର ଉପକଣ୍ଠ ଶିତଳାପଲ୍ଲୀ ଠାରେ ଅବସ୍ଥିତ ଥିବା ଏହି ମହାବିଦ୍ୟାଳୟରେ ଶନିବାର ଦିନ ୩.୩୦ ସମୟରେ ଆମ ଟିମ ଯାଇ ପହଞ୍ଚିଥିଲେ । ସେଠାରେ ମହାବିଦ୍ୟାଳୟର ଅଧ୍ୟକ୍ଷ କୌଣସି କାର୍ଯ୍ୟରେ ଛୁଟିରେ ଥିବାବେଳେ ବହୁ ବିଭାଗରେ ତାଲା ଝୁଲୁଥିବା ଦେଖିବାକୁ ପାଇଥିଲେ ।

ଏନେଇ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ପଚରାଯିବାରୁ ଆଗକୁ ତିନିଦିନ ଛୁଟି ରହିଥିବାରୁ ଟ୍ରେନ ସମୟକୁ ଦେଖି କିଛି ଅଧ୍ୟାପକ ଚାଲିଯାଇଥିବା ସେ ପ୍ରକାଶ କରିଥିଲେ ।

ତେବେ ଏହି ଘଟଣା ନେଇ ପୂର୍ବରୁ କୌଣସି ଅଭିଯୋଗ ହୋଇନଥିଲା ବେଳେ ଏସମ୍ପର୍କରେ ସେ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଅବଗତ କରିବେ ବୋଲି କହିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details