ଭଞ୍ଜନଗର: ରାଜ୍ୟରେ ଲକ ଡାଉନକୁ କଡାକଡି ପାଳନ କରାଯାଉଛି ।ଏହି କ୍ରମରେ ଗଞ୍ଜାମରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଗ୍ରାମାଞ୍ଚଳରେ ଲୋକଙ୍କୁ ସଚେତନତା କରାଯାଉଥିବା ବେଳେ ମାସ୍କ ପରିଧାନ ଓ ସାମାଜିକ ଦୁରୁତ୍ଵ ଉପରେ ଗୁରୁତ୍ଵ ଦିଅ।ଯାଉଛି । ହେଲେ ଲୋକଙ୍କ ମନରୁ ଭୟ ଯାଇନଥିବା ବେଳେ ଅସୁସ୍ଥତା ନେଇ ମୃତ୍ୟୁ ହେଲେ ମଧ୍ୟ କେହି ପାଖକୁ ଆସୁନାହାଁନ୍ତି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବୁଗୁଡା ଗୋଲିଅ। ପଞ୍ଚାୟତର ଚିରିକିପଡା ଗାଁରେ ।
ମୃତକଙ୍କ ଅନ୍ତିମସଂସ୍କାର କଲା ପ୍ରଶାସନ,କୋରୋନା ଭୟରେ ପାଖ ମାଡିଲାନି ପରିବାର - ganjam news
କୋରୋନା ଭୟ । ମୃତକଙ୍କ ଅନ୍ତିମ ସଂସ୍କାର କଲା ପ୍ରଶାସନ, ପାଖ ମାଡିଲେନି ପରିବାର ଲୋକେ । ଅଧିକ ପଢନ୍ତୁ....
ମୃତକଙ୍କ ଅନ୍ତିମ ସଂସ୍କାର କଲା ପ୍ରଶାସନ, କୋରୋନା ପାଇଁ ପାଖ ମାଡିଲେନି ପରିବାର ଲୋକେ
ମୃତକଙ୍କ ଅନ୍ତିମ ସଂସ୍କାର କଲା ପ୍ରଶାସନ, କୋରୋନା ପାଇଁ ପାଖ ମାଡିଲେନି ପରିବାର ଲୋକେ
ଏହି ଗାଁର ଜଣେ 35 ବର୍ଷିୟ ମହିଳାଙ୍କ ଅସୁସ୍ଥତା ହେତୁ ମୃତ୍ୟୁ ହୋଇଥିଲା । ତଥାପି ଘର ଲୋକ ସଂସ୍କାର ପାଇଁ ମନା କରିଦେବା ପରେ ବୁଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ , ବୁଗୁଡା ମେଡିକାଲର ଡାକ୍ତର ଓ ଗୋଲିଅ। ପଞ୍ଚାୟତର ସରପଞ୍ଚ ପିପିଇ କିଟ ପରିଧାନ କରି ଅନ୍ତିମ ସଂସ୍କାର କରିଥିଲେ । ଏହି ଘଟଣା ସାରା ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ