ଓଡିଶା

odisha

ETV Bharat / state

ଜନ୍ମମାଟିରେ ଶହୀଦ ଯବାନଙ୍କ ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ ସମ୍ପନ୍ନ - Chikiti news

ଦୁର୍ଘଟଣାରେ ଶହୀଦ ଯବାନଙ୍କୁ ଜନ୍ମମାଟି ଚିକିଟିରେ ଦିଆଯାଇଛି ରାଷ୍ଟ୍ରୀୟ ସମ୍ମାନ । ଅଧିକ ପଢନ୍ତୁ...

ଶେଷକୃତ୍ୟ ସମ୍ପନ୍ନ
ଶେଷକୃତ୍ୟ ସମ୍ପନ୍ନ

By

Published : Feb 10, 2021, 8:57 AM IST

Updated : Feb 10, 2021, 9:20 AM IST

ବ୍ରହ୍ମପୁର: ଦୁର୍ଘଟଣାରେ ଶହୀଦ ଯବାନଙ୍କୁ ଜନ୍ମମାଟିରେ ଦିଆଯାଇଛି ରାଷ୍ଟ୍ରୀୟ ସମ୍ମାନ । ଆସାମରେ ଘଟିଥିବା ଏକ ଦୁର୍ଘଟଣାରେ ଶହୀଦ ହୋଇଥିବା ଗଞ୍ଜାମ ଜିଲ୍ଲା ଚିକିଟି ମାଟିର ଯବାନ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

ଶେଷକୃତ୍ୟ ସମ୍ପନ୍ନ

ଶହୀଦ ଯବାନ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ପାର୍ଥିବ ଶରୀର ଭୁବନେଶ୍ବର ବିମାନବନ୍ଦର ନିକଟରେ ପହଞ୍ଚିବା ପରେ ସ୍ଥାନୀୟ ବିଧାୟିକା ଉଷା ଦେବୀ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପରେ ଭାରତୀୟ ସୈନାବାହିନୀର ଏକ ସ୍ବତନ୍ତ୍ର ଗାଡିରେ ତାଙ୍କ ମରଶରୀର ଚିକିଟିରେ ପହଞ୍ଚିଥିଲା ।

ଏଠାରେ ମରଶରୀରକୁ ନେବା ପାଇଁ ଶୋଭାଯାତ୍ରାର ଆୟୋଜନ ହୋଇଥିବାବେଳେ ସାଧାରଣ ଜନତା ସାମିଲ ହେବା ସହିତ ଶହୀଦ କୃଷ୍ଣଚନ୍ଦ୍ର ପଣ୍ଡା ଅମର ରହେ ଧ୍ବନିରେ ପ୍ରକମ୍ପିତ ହୋଇ ଉଠିଥିଲା ସମଗ୍ର ଅଞ୍ଚଳ । ଯବାନ କୃଷ୍ଣଚନ୍ଦ୍ର ପଣ୍ଡା ଭାରତୀୟ ସେନାର ଆସାମ ପାରାଚୁଟର ବିହାର -୧୪ ରେଜିମେଣ୍ଟରେ ସୁବେଦାର ଭାବରେ କାର୍ଯ୍ୟରତ ରହିଥିଲେ । ହେଲେ ସୋମବାର ଫାୟରିଂ ତାଲିମ ଦେବା ପାଇଁ ଯିବା ରାସ୍ତାରେ ହୋଇଥିବା ସଡକ ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇଥିଲା ।

ଯବାନଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ଏହି ଅବସରରେ ଶେଷ ସମ୍ମାନ ଜଣାଇବା ପାଇଁ ସ୍ଥାନୀୟ ପ୍ରଶାସନ ଓ ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Feb 10, 2021, 9:20 AM IST

ABOUT THE AUTHOR

...view details