ଓଡିଶା

odisha

ETV Bharat / state

Surjya patra demise: ପୈତୃକ ଗ୍ରାମରେ ଶେଷକୃତ୍ୟ ସମ୍ପନ୍ନ, ପୁଅ ବିପ୍ଳବ ପାତ୍ର ଦେଲେ ମୁଖାଗ୍ନୀ - ପୂର୍ବତନ ବାଚସ୍ପତି ସୂର୍ଯ୍ୟ ପାତ୍ରଙ୍କ ଦେହାନ୍ତ

ପୂର୍ବତନ ମନ୍ତ୍ରୀ, ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କର ପୈତୃକଗ୍ରାମ ଦିଗପହଣ୍ଡିରେ ଶେଷକୃତ୍ୟ ସମ୍ପନ୍ନ । ମୁଖାଗ୍ନୀ ଦେଲେ ପୁଅ ବିପ୍ଳବ ପାତ୍ର । ଗତକାଲି ଭୁବନେଶ୍ବରରେ ଚିକିତ୍ସାଧୀନ ଅବସ୍ଥାରେ ହୋଇଥିଲା ଦେହାନ୍ତ । ଅଧିକ ପଢନ୍ତୁ

ପୈତୃକ ଗ୍ରାମରେ ଶେଷକୃତ୍ୟ ସମ୍ପନ୍ନ, ପୁଅ ବିପ୍ଳବ ପାତ୍ର ଦେଲେ ମୁଖାଗ୍ନୀ
ପୈତୃକ ଗ୍ରାମରେ ଶେଷକୃତ୍ୟ ସମ୍ପନ୍ନ, ପୁଅ ବିପ୍ଳବ ପାତ୍ର ଦେଲେ ମୁଖାଗ୍ନୀ

By ETV Bharat Odisha Team

Published : Sep 3, 2023, 7:54 PM IST

Updated : Sep 3, 2023, 8:49 PM IST

ପୈତୃକ ଗ୍ରାମରେ ଶେଷକୃତ୍ୟ ସମ୍ପନ୍ନ, ପୁଅ ବିପ୍ଳବ ପାତ୍ର ଦେଲେ ମୁଖାଗ୍ନୀ

ବ୍ରହ୍ମପୁର: ପୂର୍ବତନ ମନ୍ତ୍ରୀ, ବାଚସ୍ପତି, ବିଧାୟକ ତଥା ଶାସକ ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାତ୍ରଙ୍କର ଆଜି ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଆଜି ଦିଗପହଣ୍ଡିର ପୈତୃକ ଗ୍ରାମରେ ସମ୍ପୂର୍ଣ୍ଣ ଗାର୍ଡ ଅଫ ଅନର ସହ ପଞ୍ଚଭୂତରେ ବିଲୀନ ହୋଇଛି ସୂର୍ଯ୍ୟଙ୍କ ପାର୍ଥିବ ଶରୀର । ପୁଅ ବିପ୍ଳବ ପାତ୍ର ମୁଖାଗ୍ନୀ ଦେଇଛନ୍ତି । ଶେଷକୃତ୍ୟ ସ୍ଥଳରେ ହଜାର ହଜାର ସମର୍ଥକ ଓ ଶୁଭେଚ୍ଛୁଙ୍କ ଭିଡ ଦେଖିବାକୁ ମିଳିଥିଲା ।

ଗତ କିଛି ମାସ ହେବ ଚିକିତ୍ସାଧୀନ ଥିବା ସୂର୍ଯ୍ୟଙ୍କର ଗତକାଲି (ଶନିବାର) ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିଲା । ଆଜି ପୂର୍ବାହ୍ନରେ ବିଧାନସଭା ପରିସରରେ ସୂର୍ଯ୍ୟଙ୍କ ପ୍ରାର୍ଥିବ ଶରୀର ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ମନ୍ତ୍ରୀ ଓ ବିଭିନ୍ନ ଦଳର ନେତା ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଶୁଭେଚ୍ଛୁ ଓ ସମର୍ଥକଙ୍କ ଭିଡରେ ପାର୍ଟି ଅଫିସ ‘ଶଙ୍ଖ ଭବନ’ ଓ ଶେଷରେ ପୈତୃକଗ୍ରାମ ଦିଗପହଣ୍ଡି ପହଞ୍ଚିଥିଲା ସୂର୍ଯ୍ୟଙ୍କ ପ୍ରାର୍ଥୀବ ଶରୀର । ହଜାର ହଜାର ଶୁଭେଚ୍ଛୁ ସ୍ଥାନୀୟ ନେତା ଓ ସମର୍ଥକଙ୍କ ଗହଣରେ ଆଜି ଅପରାହ୍ନରେ ଅପରାହ୍ନରେ ସୂର୍ଯ୍ୟଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

୧୯୪୮ ମସିହା ଡିସେମ୍ବର ୨୪ ତାରିଖରେ ଜନ୍ମ ହୋଇଥିଲେ ସୂର୍ଯ୍ୟନାରାୟଣ ପାତ୍ର । ସେ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ସ୍ୱର୍ଗତ ସୂର୍ଯ୍ୟ ନାରାୟଣ ପାତ୍ର ୭ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପ୍ରଥମେ ମୋହନା ବିଧାନସଭା ଆସନରୁ ୪ଥର ଓ ପରେ ଦିଗପହଣ୍ଡି ଆସନରୁ ୩ଥର ନିର୍ବାଚିତ ହୋଇଥିଲେ । ଯଦିଓ ସେ 1980 ମସିହାରେ ସାଂସଦ ଭାବେ ନିର୍ବାଚନ ଲଢି ହାରି ଯାଇଥିଲେ । ସ୍ୱର୍ଗତ ପାତ୍ର ଜନତା ଦଳ ଟିକେଟରେ ୧୯୯୦ ଓ ୧୯୯୫ ରେ ମୋହନାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ତା’ପରେ ୨୦୦୦ ଓ ୨୦୦୪ ନିର୍ବାଚନରେ ବିଜେଡି ଟିକେଟରେ ଏହି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୯, ୨୦୧୪ ଓ ୨୦୧୯ ନିର୍ବାଚନରେ ସେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଆସନରୁ ବିଜୟୀ ହୋଇଥିଲେ । ଦୀର୍ଘ ରାଜନୈତିକ ଜୀବନରେ ଏକାଧିକ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଓ ବାଚସ୍ପତି ଭାବେ ସେ ଦାୟିତ୍ବ ତୁଲାଇଥିଲେ ।

ଏହା ମଧ୍ୟ ପଢନ୍ତୁ:-ବ୍ରହ୍ମପୁରରେ ପହଞ୍ଚିଲା ସୂର୍ଯ୍ୟ ପାତ୍ରଙ୍କ ମର ଶରୀର, ଶେଷ ଦର୍ଶନ କଲେ ଅଞ୍ଚଳବାସୀ

ରାଜ୍ୟ ରାଜନୀତିରେ ବେଶ ପ୍ରଭାବୀ ଇନିସିଂ ଖେଳିଥିବା ଦକ୍ଷିଣ ଓଡିଶାର ଏହି ଭେଟେରାନ ଗତ କିଛି ମାସ ଧରି ଅସୁସ୍ଥ ହୋଇପଡିଥିଲେ । ଗତକାଲି ସଂଧ୍ୟାରେ ରାଜଧାନୀର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଥିଲେ । ଆଜି ତାଙ୍କର ଶେଷକୃତ୍ୟ ତାଙ୍କ ପୈତୃକ ଗ୍ରାମରେ ଶେଷ ହୋଇଛି । ସୂର୍ଯ୍ୟଙ୍କ ଅବର୍ତ୍ତମାନରେ ରାଜ୍ୟ ଓ ବିଶେଷ କରି ଗଞ୍ଜାମ ରାଜନୀତିରେ ଏକ ଅଧ୍ୟାୟର ପରିସମାପ୍ତି ଘଟିଛି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Sep 3, 2023, 8:49 PM IST

ABOUT THE AUTHOR

...view details