ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ୩୫ ନମ୍ୱର ୱାର୍ଡର ଲାଞ୍ଜିପଲ୍ଲୀ ଅଞ୍ଚଳର ଏକ ପୋଖରୀରେ ମାଛ ମଡକ ଦେଖିବାକୁ ମିଳିଛି । ସ୍ଥାନୀୟ ମୁନିସିପାଲିଟି କୋଲେନୀ ପୋଖରୀର ଚତୁଃପାର୍ଶ୍ୱରେ ଏଭଳି ଶହ ଶହ ସଂଖ୍ୟାରେ ମାଛ ମରି ପାଣି ଉପରେ ଭାସୁଥିବା ଦେଖିବାକୁ ମିଳିଛି । ଗତ ଦୁଇ ଦିନ ଧରି ଏପରି ଦେଖିବାକୁ ମିଳିଥିବା ବେଳେ ଶୁକ୍ରବାର ସ୍ଥାନୀୟ ବାସିନ୍ଦା ପ୍ରଶାସନକୁ ଅବଗତ କରାଇଥିଲେ ।
ପୋଖରୀରେ ଭାସୁଛନ୍ତି ଶହଶହ ମଲା ମାଛ - bramhapur fish dead
ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ୩୫ ନମ୍ୱର ୱାର୍ଡର ଲାଞ୍ଜିପଲ୍ଲୀ ଅଞ୍ଚଳର ଏକ ପୋଖରୀରେ ମାଛ ମଡକ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...
ବ୍ରହ୍ମପୁରର ଲାଞ୍ଜିପଲ୍ଲୀ ପୋଖରୀରେ ମାଛ ମଡକ, ପାଣିରେ ଭାସୁଛି ବହୁ ପରିମାଣର ମାଛ
ହେଲେ କେଉଁ କାରଣ ପାଇଁ ଏତେ ପରିମାଣର ମାଛ ଗୁଡିକ ମରିଗଲେ ତାହାର ସ୍ଫଷ୍ଟ କାରଣ ଜଣାପଡି ନଥିବା ବେଳେ ମାଛ ଗୁଡିକ ମରିଯାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି । ଅନ୍ୟପଟେ ଏଥିନେଇ କୌଣସି ପଦକ୍ଷେପ ଗ୍ରହଣ କରିବାକୁ ପ୍ରଶାସନକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା। ପୋଖରୀ ନିକଟରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଥିଲେ ଆମ ବ୍ରହ୍ମପୁର ରିପୋର୍ଟର ସମୀର ଆଚାର୍ଯ୍ୟ ।