ଓଡିଶା

odisha

ETV Bharat / state

ଜମି କିଣାବିକାରେ ଜାଲିଆତି, ଚାରି ଗିରଫ

ଗଞ୍ଜାମରେ ଅଧୁସିତ ଲୋକଙ୍କୁ ଠକି ଜମି କିଣାବିକା କରୁଥିବା ସ୍କାମର ପର୍ଦ୍ଦାଫାଶ କରିଛି ଆସ୍କା ପୋଲିସ । ଘଟଣାରେ ଚାରିଜଣଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ...

By

Published : Nov 3, 2020, 10:17 AM IST

ଜମି କିଣାବିକାରେ ଜାଲିଆତି, ଚାରି ଗିରଫ
ଜମି କିଣାବିକାରେ ଜାଲିଆତି, ଚାରି ଗିରଫ

ଭଞ୍ଜନଗର: ଆସ୍କା ପୋଲିସକୁ ସଫଳତା । ଜମି ଜାଲିଆତି ସ୍କାମର ପର୍ଦ୍ଦାଫାଶ କରିଛି ଆସ୍କା ପୋଲିସ । ଗଞ୍ଜାମ ଜିଲ୍ଲା ଆସିକାରେ ଜାଲ୍ ଅନୁମତି ପ୍ରମାଣପତ୍ର ଦେଖାଇ ଜମି କିଣାବିକା କରି ସାଧାରଣ ଲୋକଙ୍କୁ ଠକିବା ଘଟଣା ସାମ୍ନାକୁ ଆସିଛି । ଘଟଣାରେ ପୋଲିସ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଜମି କିଣାବିକାରେ ଜାଲିଆତି, ଚାରି ଗିରଫ

ଓଏଲଆର ଆକ୍ଟ ଅନୁଯାୟୀ ଅଧୁସିତ ଜାତି ଠାରୁ ସାଧାରଣ ବର୍ଗ ଜମି କିଣାବିକା ଉପରେ ଅଙ୍କୁଶ ଥିବା ବେଳେ ସବ୍ କଲେକ୍ଟରଙ୍କ ଏକ ଜାଲ୍ ଅନୁମତି ପ୍ରମାଣପତ୍ର ଦେଖାଇ ଲୋକଙ୍କୁ ଠକୁଥିଲା ଏକ ସ୍କାମ । ଆସିକା କଲେଜଛକ ନିକଟରେ ଏକ ଈପ୍ସିତା ଫୋଟ ଷ୍ଟୁଡିଓର ମାଲିକ ଭଗବାନ ବିଶ୍ବାଳଙ୍କ ଦ୍ବାରା ଜାଲ୍ ଅନୁମତି ପ୍ରମାଣପତ୍ର ତିଆରି କରି ଜମି କିଣାବିକା ହେଉଥିଲା । ଏ ଥିଲେ ମଧ୍ୟସ୍ଥି ସାଜିଥିଲେ ଜିରାବାଡି ବ୍ଳକର ଜଗନ୍ନାଥ ପ୍ରସାଦ ଓ ସୁରେଶ ଚନ୍ଦ୍ର ପ୍ରଧାନ । ଜାଲିଆତି କରି ଜମି କିଣିଥିବା ଜମି ମାଲିକ ବଞ୍ଛା ନାଇକ ଓ ତାଙ୍କ ପୁଅ କୃପା ନାଇକ ମଧ୍ୟ ଘଟଣାରେ ସଂପୃକ୍ତଥିବା ଜଣାପଡିଛି ।

ଘଟଣାରେ ପୋଲିସ ଚାରିଜଣଙ୍କୁ ଗିରଫ କରିବା ସହ ଈପ୍ସିତା ଫୋଟ ଷ୍ଟୁଡିଓର କମ୍ପୁଟର ହାଡ ଡିକ୍ସ ସମେତ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି । ସମସ୍ତ ଅଭିଯୁକ୍ତଙ୍କୁ ଆସିକା ପୋଲିସ ମଙ୍ଗଳାବାର କୋର୍ଟ ଚାଲାଣ କରିଥିବା କହିଛନ୍ତି ଆଇପିଏସ୍ ଅଧିକାରୀ ଜି ରାଘବେନ୍ଦ୍ର ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଈଟିଭି ଭାରତ

ABOUT THE AUTHOR

...view details