ଭଞ୍ଜନଗର: ମହିଳା ସରପଞ୍ଚଙ୍କ କୋରୋନା ସହାୟତା । ମହାମାରୀ କୋରୋନାକୁ ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ଠାରୁ ଆରମ୍ଭ କରି ସମସ୍ତ ବିଧାୟକ ନିଜର ୩ ମାସର ଦରମା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୁ ପ୍ରଦାନ କରିଛନ୍ତି । ଏଭଳି ସମୟରେ ଆଗେଇ ଆସିଛନ୍ତି ଗଞ୍ଜାମ ଜିଲ୍ଲାର ମାଳତେନ୍ତୁଳିଆ ପଞ୍ଚାୟତର ମହିଳା ସରପଞ୍ଚ ସେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ନିଜର ଦୁଇ ମାସର ଦରମା ପ୍ରଦାନ କରିଛନ୍ତି ।
ମହାମାରୀ କୋରୋନା ସଂକ୍ରମଣର ମୁକାବିଲା ପାଇଁ ନିଜର ମାନବିକତା ଦେଖାଇଲେ ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ମାଳତେନ୍ତୁଳିଆ ପଞ୍ଚାୟତର ସରପଞ୍ଚ ସଶ୍ମିତା ପ୍ରଧାନ । ରାଜ୍ୟର ଏଭଳି ଘଡିସନ୍ଦି ମୂହୁର୍ତ୍ତରେ ଏକ ଆଦର୍ଶ ସରପଞ୍ଚର ଦାୟିତ୍ବ ନିର୍ବାହୀ କରି କୋରୋନା ମୁକାବିଲା ପାଇଁ ନିଜର ୨ ବର୍ଷର ଦରମା ୪୫ ହଜାର ୧୫୦ ଟଙ୍କା ପୋଲସରା ବିଡ଼ିଓ ଶମ୍ଭୁନାଥ ନନ୍ଦୀଙ୍କ ଜରିଆରେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି । ଯାହାକି ଜିଲ୍ଲାର ଅନ୍ୟ ସରପଞ୍ଚ ଙ୍କ ପାଇଁ ଏକ ଆଦର୍ଶ ସରପଞ୍ଚ ଭାବେ ଦୃଶ୍ୟମାନ ହୋଇଛନ୍ତି । ସାରା ଭାରତରେ ଲାଗିଥିବା ୨୧ ଦିନର ଲକଡାଉନ୍ କୁ ନେଇ ଗ୍ରାମର ମୁଖ୍ୟ ପ୍ରବେଶ ପଥକୁ ବାଉଁଶ ଖୁଣ୍ଟ ଦ୍ବାରା ସଂପୂର୍ଣ୍ଣ ସିଲ୍ କରି ଦିଆଯାଇଛି ।