ଓଡିଶା

odisha

By

Published : Jul 10, 2023, 11:59 AM IST

Updated : Jul 10, 2023, 6:12 PM IST

ETV Bharat / state

ତହସିଲଦାରଙ୍କ ବିରୋଧରେ ଷଡ଼ଯନ୍ତ୍ର; ଜୀବନ ପ୍ରତି ବିପଦ ଦର୍ଶାଇ ଥାନାରେ ଏତଲା, ଆକ୍ସନରେ ପୋଲିସ୍‌

ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ତହସିଲଦାରଙ୍କ ବିରୋଧରେ ଷଡ଼ଯନ୍ତ୍ର ହୋଇଥିବା ଅଭିଯୋଗ ହୋଇଛି । ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଥାନାରେ ଏତଲା ଦେଇଛନ୍ତି କୁକୁଡ଼ାଖଣ୍ଡି ତହସିଲଦାର କଲ୍ୟାଣୀ ସଙ୍ଘମିତ୍ରା ଦେବୀ । ସେପଟେ ଏନେଇ ତଦନ୍ତ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍‌ପି । ଅଧିକ ପଢନ୍ତୁ

ତହସିଲଦାରଙ୍କ ବିରୋଧରେ ଷଡ଼ଯନ୍ତ୍ର
ତହସିଲଦାରଙ୍କ ବିରୋଧରେ ଷଡ଼ଯନ୍ତ୍ର

ତହସିଲଦାରଙ୍କ ବିରୋଧରେ ଷଡ଼ଯନ୍ତ୍ର

ବ୍ରହ୍ମପୁର:ତହସିଲଦାରଙ୍କୁ ଟ୍ରାକ୍‌ କରିବାକୁ ଖଣି ମାଫିଆଙ୍କ ଷଡ଼ଯନ୍ତ୍ର । ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ତହସିଲଦାରଙ୍କ ବିରୋଧରେ ଷଡ଼ଯନ୍ତ୍ର ହୋଇଥିବା ଖବର ସାମ୍ନାକୁ ଆସିଛି । ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଥାନାରେ ଏତଲା ଦେଇଛନ୍ତି କୁକୁଡ଼ାଖଣ୍ଡି ତହସିଲଦାର କଲ୍ୟାଣୀ ସଙ୍ଘମିତ୍ରା ଦେବୀ । ସେପଟେ ତହସିଲଦାରଙ୍କ ଅଭିଯୋଗ ପରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ବ୍ରହ୍ମପୁର ପୋଲିସ ।

ଗଞ୍ଜାମ ଜିଲ୍ଲାରେ ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣକୁ ରୋକିବା ପାଇଁ କ୍ରମାଗତ ଭାବରେ ଚଢ଼ାଉ ଜାରି ରଖି ଚର୍ଚ୍ଚାରେ ରହିଛନ୍ତି କୁକୁଡ଼ାଖଣ୍ଡି ତହସିଲଦାର କଲ୍ୟାଣୀ ସଙ୍ଘମିତ୍ରା ଦେବୀ । ଫଳରେ ତାଙ୍କ ବିରୋଧରେ ହାଇପ୍ରୋଫାଇଲ୍‌ ଷଡ଼ଯନ୍ତ୍ର ରଚିଛନ୍ତି ଖଣି ମାଫିଆ । ଏନେଇ ନିଜ ଜୀବନ ପ୍ରତି ବିପଦ ରହିଥିବା ଦର୍ଶାଇ ବ୍ରହ୍ମପୁର ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି କୁକୁଡ଼ାଖଣ୍ଡି ତହସିଲଦାର । ନିଜ ଜୀବନ ଓ ତହସିଲ କାର୍ଯ୍ୟାଳୟ ପ୍ରତି ବିପଦ ରହିଥିବା ଆଶଙ୍କା କରି କୁକୁଡ଼ାଖଣ୍ଡି ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ ଥାନାରେ ଏଭଳି ଏତଲା ଦେଇଛନ୍ତି ।

କିପରି ହୋଇଥିଲା ଷଡ଼ଯନ୍ତ୍ର:ଗତ ଜୁଲାଇ ୬ ତାରିଖ ରାତି ପ୍ରାୟ ୧୧ଟା ୪୫ରେ ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ତହସିଲ କାର୍ଯ୍ୟରେ ନିୟୋଜିତ ଗାଡ଼ି (ଓଡ଼ି୦୨-ସିସି ୯୯୫୩)ର ଡ୍ରାଇଭର୍‌ ଏସ୍.ଶ୍ରୀନିବାସ ରାଓ ନିଜ ଘର ଆଙ୍କୁଶପୁର ଗ୍ରାମ ଖଣ୍ଡିଆସାହି ପାଖରେ ଗାଡ଼ିକୁ ପାର୍କିଂ କରି ଖାଇବାକୁ ଓହ୍ଲାଇଥିଲେ । ଏହି ସମୟରେ ଦୁଇ ଜଣ ଯୁବକ ଏକ ନମ୍ବର ବିହୀନ ବୁଲେଟ ମୋଟର ସାଇକେଲରେ ଆସି ତାଙ୍କୁ ଅଟକାଇଲେ । ୫ ଲକ୍ଷ ଟଙ୍କାର ପ୍ରଲୋଭନ ଦେଖାଇ କୌଣସି ଏକ ଜିନିଷକୁ ନିଜେ ହାତ ନଲଗାଇ ରଖିବା ପାଇଁ ପ୍ରସ୍ତାବ ଦେଇଥିଲେ । ଯୋଜନା ଅନୁସାରେ କାମ ହେଲେ ଯାହା ମାଗିବ ତାହା ଦିଆଯିବ ବୋଲି ସେମାନେ ଡ୍ରାଇଭରଙ୍କୁ କହିଥିଲେ । ଉଭୟ ନିଜର ପରିଚୟ ଦେଇନଥିଲେ । ଉଭୟ ଯୁବକ ଧଳା ରଙ୍ଗର ସାର୍ଟ ପିନ୍ଧିଥିଲେ । ଏନେଇ ଡ୍ରାଇଭର୍ ଶ୍ରୀନିବାସ ଘଟଣା ସମ୍ପର୍କରେ ତହସିଲଦାରଙ୍କୁ ଲିଖିତ ଭାବେ ଅବଗତ କରିଥିଲେ ।

ଡ୍ରାଇଭରଙ୍କ ସୂଚନା ଆଧାରରେ କୁକୁଡ଼ାଖଣ୍ଡି ତହସିଲଦାର ବ୍ରହ୍ମପୁର ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । କିଏ ଏବଂ କାହିଁକି ଏଭଳି କରିଛନ୍ତି ଏହାର କଣ କାରଣ ହୋଇପାରେ ସେ ଜାଣିନଥିବା ଯୋଗୁଁ ସରକାରୀ ନିର୍ଦ୍ଦେଶନାମାରେ ବିଭିନ୍ନ କାର୍ଯ୍ୟରେ ସେ ଏବଂ ତହସିଲର କର୍ମଚାରୀମାନେ ନିୟୋଜିତ ରହୁଥିବା ଯୋଗୁଁ ଏହାର ନିରପେକ୍ଷ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଏତଲା ଦାଖଲ କରିଛନ୍ତି ।

ଏହା ବି ପଢନ୍ତୁ...ମୋ ବିରୋଧରେ ଷଡଯନ୍ତ୍ର ହୋଇଛି: ସୁର ରାଉତରାୟ

ତଦନ୍ତ ଆରମ୍ଭ କଲା ପୋଲିସ: ଖଣିଜ ଦ୍ରବ୍ୟ ଚୋରା ଚାଲାଣକୁ ରୋକିବା ପାଇଁ ବିଭିନ୍ନ ସମୟରେ ଚଢ଼ାଉ ଜାରି ରହୁଥିବା ଯୋଗୁଁ କିଛି ଅସାଧୁ ବ୍ୟକ୍ତି ତହସିଲଦାରଙ୍କ ବିରୋଧରେ ଏପରି ଷଡ଼ଯନ୍ତ୍ର କରୁଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ତହସିଲଦାର ଏନେଇ ଲିଖିତ ଆକାରରେ ଥାନାରେ ଏତଲା ଦେବାସହ ଘଟଣା ସମ୍ପର୍କରେ ସେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଅବଗତ କରିଥିବା କହିଛନ୍ତି । ସେପଟେ ତହସିଲଦାରଙ୍କ ଏତଲା ପରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ବ୍ରହ୍ମପୁର ପୋଲିସ । ଘଟଣା ସମ୍ପର୍କରେ ପୋଲିସ ତହସିଲଦାରଙ୍କ ସହିତ ସମସ୍ତ କଥା ପଚାରି ବୁଝିସାରିଥିବା ବେଳେ ଏନେଇ ଗାଡିର ଡ୍ରାଇଭର୍ ଶ୍ରୀନିବାସଙ୍କ ବୟାନ ରେକର୍ଡ କରାଯିବ ଏବଂ କିଏ ସେହି ଅଜଣା ବ୍ୟକ୍ତି, ତାହାକୁ ନେଇ ତଦନ୍ତ କରାଯାଉଥିବା କହିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡଃ ଶ୍ରବଣ ବିବେକ ଏମ୍ ।

ଇଟିଭି ଭାରତ, ଗଞ୍ଜାମ

Last Updated : Jul 10, 2023, 6:12 PM IST

ABOUT THE AUTHOR

...view details