ଓଡିଶା

odisha

ETV Bharat / state

ସୁନିଲ ନାହାକ ହତ୍ୟା ମାମଲାରେ ନୂଆ ମୋଡ଼, ଖଲ୍ଲିକୋଟ ବିଧାୟିକାଙ୍କ ସ୍ବାମୀଙ୍କ ନାମରେ ଏତଲା - ଅଶାନ୍ତ ଗଞ୍ଜାମ

ଦୁର୍ଦ୍ଦାନ୍ତ ଅପରାଧୀ ସୁନିଲ ନାହାକ ହତ୍ଯାକାଣ୍ଡ ଘଟଣାରେ 2 ଜଣଙ୍କୁ ଗିରଫ କରିଛି ପୋଲିସ। ଖଲ୍ଲିକୋଟ ବିଧାୟିକାଙ୍କ ସ୍ବାମୀଙ୍କ ନାମରେ ଏତଲା ହୋଇଥିବା ଜମାପଡିଛି। ଅଧିକ ପଢନ୍ତୁ

mlas husband booked in murder case
ଖଲ୍ଲିକୋଟ ବିଧାୟିକାଙ୍କ ସ୍ବାମୀଙ୍କ ନାମରେ ଏତଲା

By ETV Bharat Odisha Team

Published : Sep 30, 2023, 9:56 PM IST

ଖଲ୍ଲିକୋଟ ବିଧାୟିକାଙ୍କ ସ୍ବାମୀଙ୍କ ନାମରେ ଏତଲା

ବ୍ରହ୍ମପୁର: ଦୁର୍ଦ୍ଦାନ୍ତ ଅପରାଧୀ ସୁନିଲ ନାହାକ ହତ୍ଯାକାଣ୍ଡ ଘଟଣା। ଖଲ୍ଲିକୋଟ ବିଧାୟିକାଙ୍କ ସ୍ବାମୀଙ୍କ ନାଁରେ ଏତଲା। ଏହି ମାମଲାରେ ପୋଲିସ 2 ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ବିଧାୟିକା ସୂର୍ଯ୍ଯମଣି ବୈଦ୍ଯଙ୍କ ସ୍ବାମୀ ଦୈତାରି ବେହେରାଙ୍କ ନାଁରେ ଏତଲା ହେବା ପରେ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଗତ 28 ତାରିଖ ରାତିରେ ଗଞ୍ଜାମ ଜିଲ୍ଲାର କୋଦଳା ଥାନା ଦାନପୁର ଗ୍ରାମରେ ଚାଲିଥିବା ଗଣେଶ ବିସର୍ଜନ ଭୋଜି ଚାଲିଥିଲା। ଏଥିରେ ଯୋଗ ଦେବାକୁ ଯାଇଥିବା ଆସିକା ବ୍ଲକ ଅଧ୍ଯକ୍ଷାଙ୍କ ଦେଢଶୁରଙ୍କୁ 2 ଜଣ ଦୃବୁର୍ତ୍ତ ଲୁହାରଡ, ଛୁରୀ ଓ ପଥର ସାହାଯ୍ୟରେ ଅତି ନୃଶଂସ ଭାବରେ ହତ୍ଯା କରିଥିଲେ ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ହତ୍ଯା କରୁଥିବା ସମୟର ଫଟୋ ଭାଇରାଲ ହୋଇଛି। ଏନେଇ ପୋଲିସ ପ୍ରାଥମିକ ତଦନ୍ତ କରି ଥାନାରେ ରୁଜ ହୋଇଥିବା ହତ୍ଯା ମାମଲାରେ ଦାନପୁର ଗ୍ରାମର ଜିତୁ ପ୍ରଧାନ ଓ ଦୀପକ ଖଟୁଆଙ୍କୁ ଗିରଫ କରିଛି। ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା କହିଛନ୍ତି, "ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ଯଙ୍କ ସ୍ବାମୀ ତଥା ଖଲିକୋଟ ବ୍ଲକ ଅଧ୍ୟକ୍ଷ ଦୈତାରି ବେହେରାଙ୍କ ସମେତ ଅନ୍ଯ ଜଣଙ୍କ ନାମରେ ଏତଲା ହୋଇଥିବାବେଳେ ପୋଲିସ ପକ୍ଷରୁ ଘଟଣାର ଅନୁଧ୍ଯାନ କରାଯାଉଛି । ମୁଖ୍ଯତଃ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଏପରି ହତ୍ଯା ହୋଇଥିବା ସନ୍ଦେହ କରାଯାଉଛି।" ତେବେ ହତ୍ୟାକାଣ୍ଡର ଶିକାର ହୋଇଥିବା ସୁନିଲ ନାଁରେ ପୂର୍ବରୁ ଅନେକ ମାମଲା ରହିଥିବା ପୋଲିସ ପକ୍ଷରୁ କୁହାଯାଇଛି।

ଏହା ବି ପଢନ୍ତୁ...ପ୍ରେମିକା ଘରେ ପଶି ହାଣିଲା ପ୍ରେମିକ, ପରିବାର ସଦସ୍ୟ ଗୁରୁତର


ଆଗକୁ ସାଧାରଣ ନିର୍ବାଚନ ରହିଥିବାବେଳେ ଏହାକୁ ନେଇ ଦିନକୁ ଦିନ ପୁଣି ଥରେ ଅଶାନ୍ତ ହେବାରେ ଲାଗିଛି ଗଞ୍ଜାମ ଜିଲ୍ଲା । ରାଜନୈତିକ ଷଡଯନ୍ତ୍ର ମାଧ୍ୟମରେ ଜିଲ୍ଲାରେ ଘଟୁଥିବା ଗୋଟିଏ ପରେ ଗୋଟିଏ ହତ୍ଯାକାଣ୍ଡ ପୋଲିସର ଚିନ୍ତା ବଢାଇଛି । ସେପଟେ ସୁନିଲ ନାୟକ ହତ୍ଯାକାଣ୍ଡ ଘଟଣାରେ ଖଲ୍ଲିକୋଟ ବିଧାୟିକାଙ୍କ ସ୍ବାମୀଙ୍କ ନାମରେ ଏତଲା ହେବା ପରେ ପୋଲିସର ତଦନ୍ତ କେଉଁ ଦିଗକୁ ତାହାରି ଉପରେ ସମସ୍ତଙ୍କ ନଜର ରହିଛି । ସେହିପରି ଗଞ୍ଜାମ ଜିଲ୍ଲାର ଧରାକୋଟ ବରିଗୁଡା ଅଞ୍ଚଳରେ ବିଜେଡି ନେତା ଅନିଲ ମହାନ୍ତିଙ୍କ ହତ୍ୟା ଘଟଣାରେ ମଧ୍ଯ ପୋଲିସ 2 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ବରିଗଡା ଗାଁର ସଞ୍ଜୟ ପୋଲାଇ ଏବଂ ଶ୍ରୀଧର ନାୟକ ହୋଇଥିବା ନେଇ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି। ବରିଗୁଡା ଗାଁରେ କୋଠଘର ବିବାଦକୁ କେନ୍ଦ୍ର କରି ଏପରି ହତ୍ଯାକାଣ୍ଡ ହୋଇଥିବା ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details