ଓଡିଶା

odisha

ETV Bharat / state

ଛାତ୍ର ସଂସଦ ନିର୍ବାଚନକୁ ସିଲେକସନ୍ ନୁହେଁ ଇଲେକସନରେ କରିବାକୁ ଦାବି - election process not selection process

ଛାତ୍ର ସଂସଦ ନିର୍ବାଚନ ପାଇଁ ଲାଗୁ ହେବ ନୂଆ ନିୟମ । ଚଳିତ ବର୍ଷ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ଇଲେକସନ୍ ମାଧ୍ୟମରେ ନକରାଯାଇ ସିଲେକସନରେ କରାଯିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଥିର କରାଯାଇଛି । ତେଣୁ ଏହାକୁ ବ୍ରହ୍ମପୁର ସହରର ଖଲ୍ଲିକୋଟ ସ୍ବୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟୟନରତ ବିଦ୍ୟାର୍ଥୀମାନେ ବିରୋଧ କରିଛନ୍ତି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ବ୍ରହ୍ମପୁର

By

Published : Aug 25, 2019, 3:49 AM IST

ବ୍ରହ୍ମପୁର: ଛାତ୍ର ସଂସଦ ନିର୍ବାଚନକୁ ସିଲେକସନ୍ ନୁହେଁ ଇଲେକସନ୍ କରାଯାଉ । ଏପରି ଏକ ଦାବି କରିଛନ୍ତି ବ୍ରହ୍ମପୁର ସହରର ଖଲ୍ଲିକୋଟ ସ୍ବୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟୟନରତ ବିଦ୍ୟାର୍ଥୀମାନେ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ବ୍ରହ୍ମପୁର

ଚଳିତ ବର୍ଷ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ଇଲେକସନ୍ ମାଧ୍ୟମରେ ନକରାଯାଇ ସିଲେକସନ୍ ପ୍ରକ୍ରିୟା ମାଧ୍ୟମରେ କରାଯିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଥିର କରାଯାଇଛି । ତେଣୁ ଏହାକୁ ବ୍ରହ୍ମପୁର ସହରର ଖଲ୍ଲିକୋଟ ସ୍ବୟଂ ଶାସିତ ମହାବିଦ୍ୟାଳୟ ର ଅଧ୍ୟୟନରତ ବିଦ୍ୟାର୍ଥୀ ମାନେ ଏହାକୁ ବିରୋଧ କରିଛନ୍ତି ।

ନିର୍ବାଚନକୁ ସିଲେକସନ୍ ମାଧ୍ୟମରେ ନୁହେଁ ବଂର ଇଲେକସନ୍ ମାଧ୍ୟମରେ କରିବାକୁ ଦାବୀ କରି ବିଦ୍ୟାର୍ଥୀମାନେ ଶୁକ୍ରବାର ମହାବିଦ୍ୟାଳୟର ଅଧ୍ୟକ୍ଷାଙ୍କୁ ଦାବୀ ପତ୍ର ପ୍ରଦାନ କରିବା ସହ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଦାବୀ କରିଛନ୍ତି ।

ତେବ ମହାବିଦ୍ୟାଳୟ ପରିସରରେ ଛାତ୍ର ଅଶାନ୍ତିକୁ ଦୃଷ୍ଟିରେ ରଖି ପୋଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ପହଞ୍ଚି ବିଦ୍ୟାର୍ଥୀ ଏବଂ ମହାବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ସହ ଆଲୋଚନା କରି ବୁଝାସୁଝା କରିଥିଲେ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details