ବ୍ରହ୍ମପୁର:ଗଞ୍ଜାମ ଥାନା ଅଞ୍ଚଳରୁ ଦୁଇ ଭାଇଙ୍କୁ ଉଠାଇ ନେଲା କର୍ଣ୍ଣାଟକ ପୋଲିସ । କିନ୍ତୁ ବନ୍ଧୁକ ମୁନରେ ଦୁଇ ଭାଇଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ଆଣି ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଲୋକ । ଗତ ଶୁକ୍ରବାର ବିଳମ୍ୱିତ ରାତିରେ ଏଭଳି ଘଟଣା ପରେ ପୋଲିସ ତଦନ୍ତ କରି ଦୁଇ ଭାଇଙ୍କୁ ଉଠାଇ ନେଇଥିବା ସ୍ପଷ୍ଟ କରିଛନ୍ତି ।
ଶୁକ୍ରବାର ରାତିରେ ପୁଇଁତୋଳା ଛକରେ ଦୋକାନ କରିଥିବା ଦୁଇ ଭାଇଙ୍କୁ ବନ୍ଧୁକ ଦେଖାଇ ପାଞ୍ଚ ଜଣ କାରରେ ଆସି ଫିଲ୍ମ ଷ୍ଟାଇଲରେ ଅପହରଣ କରି ବ୍ରହ୍ମପୁର ଅଭିମୁଖେ ନେଇଯାଇଥିଲେ । ସ୍ଥାନୀୟ ଏହା ଦେଖି ଅପହରଣ ହୋଇଥିବା ଅଭିଯୋଗ ଆଣି ତଦନ୍ତ ଦାବିରେ ପ୍ରାୟ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ କରିଥିଲେ । ପରେ ଘଟଣାସ୍ଥଳରେ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ମାନେ ପହଞ୍ଚି ତଦନ୍ତ କରାଯିବା ବୋଲି ପ୍ରତିଶୃତି ଦେଇଥିଲେ ।
ଏହା ମଧ୍ୟ ପଢନ୍ତୁ-ଓଡିଶାରୁ ଛତିଶଗଡକୁ ହେଉଥିଲା ବନ୍ଧୁକ ଚାଲାଣ, 5ଜଣଙ୍କୁ ଉଠାଇ ନେଲା ଛତିଶଗଡ STF
ପ୍ରାଥମିକ ତଦନ୍ତ ପରେ ପୁରା ଘଟଣା ସାମ୍ନାକୁ ଆସିଥିଲା । ଗଞ୍ଜାମ ସହରରୁ ଦୁଇ ଭାଇଙ୍କୁ କୌଣସି ଏକ ମାମଲାରେ କର୍ଣ୍ଣାଟକ ପୋଲିସ ଉଠାଇ ନେଇ ବିଶାଖାପାଟଣା ଠାରେ ରଖିଥିଲା । ଏହାପରେ ଗଞ୍ଜାମ ପୋଲିସର ଏକ ଟିମ୍ ବିଶାଖାପାଟଣାରେ ପହଞ୍ଚି କେଉଁ ମାମଲାରେ ଦୁଇ ଜଣଙ୍କୁ କର୍ଣ୍ଣାଟକ ପୋଲିସ ଉଠାଇ ନେଲେ ସେନେଇ ସମସ୍ତ ପ୍ରକାର କାଗଜପତ୍ର ତନଖି କରିଥିଲେ।