ଓଡିଶା

odisha

ETV Bharat / state

ଶହୀଦଙ୍କ ମାଟିରେ 'ବିଜୟ' ଦିବସ

ଜନ୍ମମାଟି ପାଇଁ ସେବା ଓ ତ୍ଯାଗର ସମର୍ପଣ ଭାବରଖି ବୀର ଯବାନ ଦେଇଥିଲେ ବଳିଦାନ । କାରଗିଲ ଯୁଦ୍ଧରେ ବ୍ରହ୍ମପୁରର ବୀର ପୁଅ ଏସ୍. ଶ୍ରୀନିବାସ ମଧ୍ୟ ହୋଇଥିଲେ ଶହୀଦ୍ । ଆଜିର ଦିନରେ ଭାରତୀୟ ସୈନ୍ଯ ଦୁର୍ଗ ଜୟ କରିଥିବାବେଳେ ଦେଶ ପାଳୁଛି 20 ବର୍ଷର ‘ବିଜୟ ଦିବସ’ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ବ୍ରହ୍ମପୁର

By

Published : Jul 26, 2019, 5:54 PM IST

ବ୍ରହ୍ମପୁର: ଦେଶ ପାଳୁଛି କାର୍ଗିଲ 'ବିଜୟ ଦିବସ' । ବୀର ଯବାନଙ୍କ ଶହୀଦରେ ଜ୍ଞାପନ କରୁଛି ଶ୍ରଦ୍ଧାଞ୍ଜଳୀ । ଏହି ଅବସରରେ ବ୍ରହ୍ମପୁର ଉପକଣ୍ଠ ଜଗଦଲପୁରରେ ମଧ୍ୟ ଅମର ଯବାନଙ୍କୁ ସ୍ମରଣ କରାଯାଇଛି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଏହି ଉତ୍ସବରେ ଓଡି଼ଆ ଯବାନଙ୍କ ଜନ୍ମମାଟି ପ୍ରତି ଦେଶ ସେବା ଓ ଭାରତ ପାକିସ୍ତାନର ସେ ସମୟର ଯୁଦ୍ଧ ବିଷୟରେ ପିଲାଙ୍କୁ ଅବଗତ କରାଯାଇଥିଲା । କିଭଳି କାର୍ଗିଲରେ ପାକିସ୍ତାନକୁ ଧୂଳିଚଟାଇ ନିଜ ପରାକ୍ରମ ଦେଖାଇଥିଲେ ଭାରତୀୟ ସେନା ତାକୁ ବିସ୍ତୃତ ଭାବେ ମତବ୍ୟକ୍ତ କରାଯାଇଥିଲା ।

ଏହି ଅବସରରେ ଶହୀଦ ଶ୍ରୀନିବାସ ପାତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଉପଜିଲ୍ଲାପାଳ ଦିଗନ୍ତ କୁମାର ରାଉତରାୟଙ୍କ ସମେତ ସହରର ବିଭିନ୍ନ ବର୍ଗର ବିଦ୍ୟାର୍ଥୀ,ଯୁବ ବର୍ଗ,ବୁଦ୍ଧିଜୀବିଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସୀମର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details