ଗଞ୍ଜାମ: ସୋରଡାରେ ଆରମ୍ଭ ହୋଇଯାଇଛି କନ୍ଧୁଣି ଦେବୀଙ୍କ ଯାତ୍ରା । ଏଥିଲାଗି ଉତ୍ସବ ମୁଖର ଗଞ୍ଜାମ ଜିଲ୍ଲା । ବୁଧବାର ମାଆ କନ୍ଧୁଣି ଦେବୀଙ୍କ ମହୋତ୍ସବ ଉଦଘାଟିତ ହୋଇଯାଇଛି । ଏହି ମହୋତ୍ସବ ଚାରି ଦିନ ଧରି ଚାଲିବାକୁ ଥିବାବେଳେ ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ରାଜ୍ୟ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ପଦ୍ମନାଭ ବେହେରା । ସୋରଡ଼ା ସହରଟି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଆଦିବାସୀଙ୍କ ବିକାଶ ସମ୍ପର୍କରେ ଆଲୋଚନା ହୋଇଥିଲା ।
ଆଗକୁ ସୋରଡ଼ା ସହରରେ ଉନ୍ନତ ମାନର ନୂତନ ବସଷ୍ଟାଣ୍ଡ ଏବଂ ଆଦିବାସୀ ଝିଅମାନଙ୍କ ଶିକ୍ଷାର ବିକାଶ ନିମନ୍ତେ ଏକ ଆଦିବାସୀ ହଷ୍ଟେଲ ଖୁବଶୀଘ୍ର ଖୋଲିବ ବୋଲି ଆଦିବାସୀ ହରିଜନ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଓ ରାଜ୍ୟ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ପଦ୍ମନାଭ ବେହେରା ପ୍ରତିଶୃତି ଦେଇଛନ୍ତି । ଅନ୍ୟପଟେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାରୁ କଳାକାରମାନେ ଆସି ତାଙ୍କର କଳାକୁ ପ୍ରଦର୍ଶନ କରିବେ । ଏହାକୁ ଦେଖିବାକୁ ଅଞ୍ଚଳର ହଜାର ହଜାର ସଂଖ୍ୟାରେ ଲୋକମାନେ ଆସିଥାନ୍ତି । ଏହି ଯାତ୍ରା ପ୍ରତ୍ୟେକ ବର୍ଷ ଅନୁଷ୍ଠିତ ହୋଇଥାଏ । ଯଦ୍ବାରା ଅଞ୍ଚଳର ଭାଇ ଚାରା ସୃଷ୍ଟି ହେବା ସହିତ ବର୍ଷକୁ ଥରେ ପରିବାରର ସଦସ୍ୟମାନେ ଏକତ୍ରିତ ହୋଇଥାନ୍ତି ।