ଓଡିଶା

odisha

ETV Bharat / state

ଉଦଯାପିତ ହେଲା କନ୍ଧୁଣି ଦେବୀ ଯାତ୍ରା - ସୋରଡ଼ା ସହରରେ କନ୍ଧୁଣି ଦେବୀ ଯାତ୍ରା

ଗଞ୍ଜାମ ଜିଲ୍ଲା ସୋରଡ଼ା ସହରରେ ଥିବା ମାଆ କନ୍ଧୁଣି ଦେବୀଙ୍କ ଯାତ୍ରା ଉଦଯାପିତ ହୋଇଯାଇଛି । ମହୋତ୍ସବର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା ଯୋଗ ଦେଇଥିଲେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

By

Published : Sep 22, 2019, 10:01 AM IST

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ସୋରଡ଼ା ସହରରେ ଥିବା ମାଆ କନ୍ଧୁଣି ଦେବୀଙ୍କ ଯାତ୍ରା ପ୍ରତ୍ୟେକ ବର୍ଷ ଭଳି ଚଳିତବର୍ଷ ବଡ଼ ଧୁମଧାମରେ ପାଳିତ ହୋଇଛି । 13 ଦନି ଧରି ଏହି ଯାତ୍ରା ଚାଲିଥିବା ବେଳେ ଶନିବାର ଏହା ଉଦଯାପିତ ହୋଇଯାଇଛି । ମହୋତ୍ସବର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ବିଜ୍ଞାନ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା ଯୋଗ ଦେଇ ମାଆ କନ୍ଧୁଣିଦେବୀଙ୍କ ମହିମା ଉପରେ ବଖାଣି ଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର


ସେହିପରି ଗୋପାଳପୁର ବିଧାୟକ ଡ଼ ପ୍ରଦୀପ ପାଣିଗ୍ରାହୀ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଆସିକା ସାଂସଦ ପ୍ରମିଳା ବିଷୋୟୀ, ପୋଲସରା ବିଧାୟକ ତଥା ଯୋଜନା ବୋର୍ଡ ଅଧକ୍ଷ ଶ୍ରୀକାନ୍ତ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥିମାନେ ମାଆ କନ୍ଧୁଣି ଦେବୀଙ୍କ ମହିମା ଉପରେ କହିବା ସହିତ ସୋରଡ଼ା ସହର ପର୍ଯ୍ୟଟନ କ୍ଷେତ୍ରରେ ଅଧିକ ବିକାଶ କିପରି ହୋଇପାରିବ ସେ ଉପରେ ଗୁରୁତ୍ବ ଦେଇଥିଲେ ।


ପ୍ରତ୍ୟେକ ବର୍ଷ ଏହି ମହୋତ୍ସବରେ ମନ୍ତ୍ରୀମାନେ ସୋରଡ଼ାର ବିକାଶ ପାଇଁ କିଛିନା କିଛି ଅନୁଦାନ ପ୍ରଦାନ କରିଥାନ୍ତି । ଚଳିତ ବର୍ଷ ସୋରଡ଼ାର ବିକାଶ ପାଇଁ ନୂତନ ବସଷ୍ଟାଣ୍ଡ, ସୋରଡ଼ା ଘାଇର ପୁନରୁଦ୍ଧାର, ଆଦିବାସୀ ଝିଅମାନଙ୍କ ଶିକ୍ଷାର ବିକାଶ ପାଇଁ, ନୂତନ ଛାତ୍ରାବାସ, ମାଆ କନ୍ଧୁଣିଦେବୀ ପୀଠର ପୁନରୁଦ୍ଧାର କରିବା ପାଇଁ ମହୋତ୍ସବରେ ପ୍ରତିଶୃତି ଦେଇଛନ୍ତି ।


ଅନ୍ୟପଟେ ମାଆ କନ୍ଧୁଣି ଦେବୀଙ୍କ ଯାତ୍ରା 13 ଦିନଧରି ଚାଲିଥିବା ବେଳେ ମାଆଙ୍କ ଦର୍ଶନ ପାଇଁ ପ୍ରତ୍ୟକ ଦିନ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଲୋକଙ୍କ ମନୋରଞ୍ଜନ ପାଇଁ ଅନୁଷ୍ଠାନ ପକ୍ଷରୁ ମହୋତ୍ସବର ଆୟୋଜନ କରାଯାଇଥାଏ । ପ୍ରତ୍ୟକ ଦିନ ଜିଲ୍ଲା ତଥା ଜିଲ୍ଲା ବାହାରୁ ସାଂସ୍କୃତି ବିଭାଗ ପକ୍ଷରୁ କଳାକାରମାନେ ଆସି ତାଙ୍କର କଳା ପ୍ରଦର୍ଶନ କରିଥାନ୍ତି ଏବଂ ଦର୍ଶକଙ୍କ ମନ ମୋହିଥାନ୍ତି । ଚଳିତ ବର୍ଷ ମାଆଙ୍କ ଯାତ୍ରା ଶେଷ ହୋଇ ଥିବାବେଳେ ପୁଣି ଆସନ୍ତା ବର୍ଷକୁ ଅପେକ୍ଷା ।


ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details