ଓଡିଶା

odisha

ETV Bharat / state

ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସମସ୍ୟା, ସମାଧାନ ପାଇଁ ଧାରଣାରେ ବସିଲେ ସାମ୍ବାଦିକ - ଧାରଣାରେ ବସିଲା ଭଞ୍ଜନଗର ସାମ୍ବାଦିକ ସଂଘ

ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । ଏହାକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ଭଞ୍ଜନଗର ସାମ୍ବାଦିକ ସଂଗଠନ । ଅଧିକ ପଢ଼ନ୍ତୁ

ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସମସ୍ୟା, ସମାଧାନ ପାଇଁ ଧାରଣାରେ ବସିଲା ସାମ୍ବାଦିକ ସଂଗଠନ
ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସମସ୍ୟା, ସମାଧାନ ପାଇଁ ଧାରଣାରେ ବସିଲା ସାମ୍ବାଦିକ ସଂଗଠନ

By

Published : Aug 2, 2022, 6:02 PM IST

ଭଞ୍ଜନଗର:ଭଞ୍ଜନଗର ମେଡ଼ିକାଲରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ଧାରଣାରେ ବସିଲେ ସାମ୍ବାଦିକ । ବିଭିନ୍ନ ସଂଗଠନ ସହ ମିଳିତ ଭାବରେ ଏହି ଧାରଣା ଦିଆଯାଇଛି । ଡାକ୍ତରଖାନାରେ ଆବଶ୍ୟକ ଡାକ୍ତର ନାହାନ୍ତି । ଏହାଛଡ଼ା ଆବଶ୍ୟକ ଥିବା ସ୍ବାସ୍ଥ୍ୟକର୍ମୀ ଓ ଅନ୍ୟ କର୍ମଚାରୀଙ୍କ ମଧ୍ୟ ଅଭାବ ରହିଛି ।

ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସମସ୍ୟା, ସମାଧାନ ପାଇଁ ଧାରଣାରେ ବସିଲା ସାମ୍ବାଦିକ ସଂଗଠନ

ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ୨୪ ଡାକ୍ତର ବଦଳରେ ୧୨ ଡାକ୍ତର ରହିଛନ୍ତି । ଡାକ୍ତର ଅଭାବ ସତ୍ତ୍ୱେ ୩ ଜଣ ଡାକ୍ତରଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ୩୦ ଜଣ ସ୍ବାସ୍ଥ୍ୟକର୍ମୀଙ୍କ ବଦଳରେ ମାତ୍ର ୧୩ ଜଣ କାର୍ଯ୍ୟ କରୁଛନ୍ତି । ରକ୍ତ ଭଣ୍ଡାରରକୁ ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ କରିବା, ଅଲଟ୍ରାସାଉଣ୍ଡ୍ ବ୍ୟବସ୍ଥାକୁ କେବଳ ଗୁରୁବାର ବଦଳରେ ସବୁଦିନିଆ ବ୍ୟବସ୍ଥାଦ ଦାବି କରାଯାଇଛି । ଏହାକୁ ନେଇ ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଥିଲା । କିନ୍ତୁ ଅଭିଯୋଗକୁ ୮ ଦିନ ବିତିଯାଇଥିଲେ ମଧ୍ୟ ସରକାର ଆଜି ସୁଦ୍ଧା ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି ।

ଏହାର ପ୍ରତିବାଦ କରି ଭଞ୍ଜନଗର ସାମ୍ବାଦିକ ସଂଘର ସଦସ୍ୟ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ନିଯୁକ୍ତି ସହିତ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି । ଏହାପୂର୍ବରୁ ସାମ୍ବାଦିକ ସଂଘ ଏକ ଶୋଭାଯାତ୍ରାରେ ବାହାରି ଭଞ୍ଜନଗର ସହର ପରିକ୍ରମା କରିଥିଲା । ଏହାପରେ ବର୍ତ୍ତମାନ ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।

ଏହି ଆନ୍ଦୋଳନକୁ କୃଷକ ନେତା ତଥା ବରିଷ୍ଠ ନାଗରିକ ମଞ୍ଚ ସଭାପତି ସୋମନାଥ ନାୟକ, ଅନେକ ସ୍ବେଚ୍ଛାସେବୀ ସମର୍ଥନ ଜଣାଇଛନ୍ତି । ସମସ୍ୟାର ସମାଧାନ ନେଇ ସରକାରଙ୍କ ପକ୍ଷରୁ ଲିଖିତ ପ୍ରତିଶୃତି ନମିଳିବା ପର୍ଯ୍ୟନ୍ତ ଏହି ଧାରଣା ବଳବତ୍ତର ରହିବ ବୋଲି ସଂଘ ରୋକ୍‌ ଠୋକ୍‌ କହିଛି l ଭଞ୍ଜନଗର ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ଧାରଣାରତ ସାମ୍ବାଦିକ ଓ ଅନ୍ୟ ସଂଗଠନର ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି ।

ଇଟିଭି ଭାରତ, ଭଞ୍ଜନଗର

ABOUT THE AUTHOR

...view details