ବ୍ରହ୍ମପୁର: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଫଳାଫଳକୁ ଚର୍ଚ୍ଚା ଲାଗିଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଜଣେ MGNREGA ଜବକାର୍ଡଧାରୀ ଦିନବନ୍ଧୁ ଦାସ ହୋଇଛନ୍ତି ପଞ୍ଚାୟତର ସରପଞ୍ଚ ।
ଘଟଣା ହେଉଛି ଗଞ୍ଜାମ ଜିଲ୍ଲା ପୁରୋଷତ୍ତୋମପୁର ବ୍ଲକର ଗାଙ୍ଗଦହଣୀ ପଞ୍ଚାୟତର । ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାର୍ଯ୍ୟ କରିବା ସହ ଦିନ ମଜୁରିଆ ଶ୍ରମିକ ଭାବରେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଛନ୍ତି ଦିନବନ୍ଧୁ । ଗରିବ ହୋଇଥିଲେ ମଧ୍ୟ ପଞ୍ଚାୟତ ଓ ଗ୍ରାମର ବିକାଶ ପାଇଁ ସର୍ବଦା ଚିନ୍ତା କରି ଆସୁଥିବା ଦିନ ମଜୁରିଆ ଦିନବନ୍ଧୁ ଶେଷରେ ସରପଞ୍ଚ ଭାବରେ ହୋଇଛନ୍ତି ନିର୍ବାଚିତ।