ଓଡିଶା

odisha

Jawan Craze: ରିଲିଜର ପ୍ରଥମ ଦିନରେ ସେଲିବ୍ରେସନ, ହଲ୍ ସାମ୍ନାରେ ନାଚିଲେ ଫ୍ୟାନ୍ସ

By ETV Bharat Odisha Team

Published : Sep 7, 2023, 3:59 PM IST

Updated : Sep 7, 2023, 5:13 PM IST

କିଙ୍ଗଖାନଙ୍କ 'ଜବାନ' ଚଳଚ୍ଚିତ୍ରର ପ୍ରଥମ ଦିନର ପ୍ରଥମ ଶୋ'କୁ ନେଇ ଉତ୍ସାହିତ ରହିଛନ୍ତି ପ୍ରଶଂସକ । କେକ୍ କାଟି, ନାଚ ଗୀତ ସହ ସେଲିବ୍ରେସନ କରିଛନ୍ତି ଫ୍ୟାନ୍ସ । ଅଧିକ ପଢ଼ନ୍ତୁ

jawan movie craze in berhampur
ହଲ୍ ସାମ୍ନାରେ ନାଚିଲେ ବ୍ରହ୍ମପୁର ଫ୍ୟାନ୍ସ

ହଲ୍ ସାମ୍ନାରେ ନାଚିଲେ ବ୍ରହ୍ମପୁର ଫ୍ୟାନ୍ସ

ବ୍ରହ୍ମପୁର: କିଙ୍ଗ୍‌ଖାନଙ୍କ 'ଜବାନ' ଚଳଚ୍ଚିତ୍ରର ପ୍ରଥମ ଦିନର ପ୍ରଥମ ଶୋ' ପରେ ଫ୍ୟାନ୍ସଙ୍କ ମଧ୍ୟରେ ଉଲ୍ଲାସ ଦେଖିବାକୁ ମିଳିଛି । ପଠାନ୍ ଚଳଚ୍ଚିତ୍ର ପରେ ବଲିଉଡ୍‌ର ବାଦଶାହ ଶାହାରୁଖଙ୍କ ଏହି ଚଳଚ୍ଚିତ୍ରଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଏହା ବଲିଉଡ୍‌ର ପ୍ରଥମ ଫିଲ୍ମ ଯାହା ରାତି ୨ଟା ବେଳେ ରିଲିଜ୍‌ ହୋଇଥିଲା । ଏହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ବି କ୍ରେଜ୍‌ ଦେଖିବାକୁ ମିଳିଛି । ବ୍ରହ୍ମପୁରରେ ପ୍ରଶଂସକମାନେ କେକ୍ କାଟି ଶାହାରୁଖଙ୍କ ଏହି ଫିଲ୍ମକୁ ବହୁତ ପ୍ରଶଂସା କରିଛନ୍ତି । ଶାହରୁଖ, ନୟନତାରା ଏବଂ ବିଜୟ ସେଥୁପଥିଙ୍କ ଅଭିନୀତ 'ଯବାନ' ଶେଷରେ ସିଲଭର ସ୍କ୍ରିନରେ ରିଲିଜ୍‌ ହୋଇଛି । ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍‌ ଦେଖିବାକୁ ମିଳିଛି ।

ମୁଖ୍ୟତଃ ଫିଲ୍ମର ପ୍ରିଭ୍ୟୁ ଦେଖିବା ଦିନଠାରୁ ଫିଲ୍ମ ରିଲିଜ ଅପେକ୍ଷାରେ ରହିଥିଲେ ପ୍ୟାନ୍ସ । ଫିଲ୍ମକୁ ନେଇ ଫ୍ୟାନ୍ସ ମାନେ ସୋସିଆଲ ମିଡିଆରେ ରିଭ୍ୟୁ ଦେବା ମଧ୍ୟ ଆରମ୍ଭ କରି ଦେଇଛନ୍ତି । ଏଣୁ 'ପଠାନ' ପରେ 'ଜବାନ' ପୁଣି ବଡ଼ ପରଦାରେ ସ୍ୱଳ୍ପ ସମୟ ବ୍ୟବଧାନରେ ଶାହାରୁଖଙ୍କ ଦମଦାର କମ୍‌ବ୍ୟାକ୍‌ ବୋଲି କୁହାଯାଇଛି । ରାତି ୨ଟାରେ ଫିଲ୍ମ ରିଲିଜ ପରେ ଏହାକୁ ଦେଖିବାକୁ ଭୋରରୁ ଥିଏଟର ସାମ୍ନାରେ ଫ୍ୟାନ୍ସଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ଏପରିକି ଫିଲ୍ମକୁ ବ୍ଲକବଷ୍ଟର କହି ଅନେକ ଫ୍ୟାନ୍ସ ପ୍ରଶଂସା କରୁଛନ୍ତି ।

ଏହା ବି ପଢନ୍ତୁ...Jawan fever: ଥିଏଟରରେ ଜବାନ କ୍ରେଜ, ପ୍ରଥମ ଶୋ' ଦେଖିବାକୁ ପତ୍ନୀଙ୍କ ସହ ଥିଏଟର ଅଟଲି

ଏପରିକି 'ଯବାନ' ଚଳଚ୍ଚିତ୍ରଟି ଦେଶ ସମେତ ବିଦେଶରେ ମଧ୍ୟ ରିଲିଜ ହେବାର ଯୋଜନା ରହିଛି । ଶାହାରୁଖଙ୍କ ଏହି ଫିଲ୍ମ ବିଶ୍ଵର ୧୦ ହଜାର ସ୍କ୍ରିନରେ ରିଲିଜ ହେବାକୁ ନେଇ ଯୋଜନା ରହିଥିବା କୁହାଯାଇଛି । ଅଟଲିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ହିନ୍ଦୀ ସମେତ ତାମିଲ ଏବଂ ତେଲୁଗୁ ଭାଷାରେ ମଧ୍ୟ ମୁକ୍ତିଲାଭ କରିଛି । ଶାହାରୁଖଙ୍କ ପ୍ରଡକ୍ସନ କମ୍ପାନୀ 'ରେଡ ଚିଲିସ୍ ଏଣ୍ଟରଟେନମେଣ୍ଟ' ଦ୍ଵାରା ଫିଲ୍ମଟି ନିର୍ମିତ ହୋଇଥିବାବେଳେ ରିଲିଜର ପ୍ରଥମ ଦିନରେ ହିଁ ଫ୍ୟାନ୍ସଙ୍କ ମଧ୍ୟରେ କ୍ରେଜ୍ ଦେଖିବାକୁ ମିଳିଛି । ବିଶେଷ କରି 'ଜିନ୍ଦା ବନ୍ଦା' ଗୀତରେ ଝୁମିଛନ୍ତି କିଙ୍ଗ୍‌ ଖାନ୍‌ ଫ୍ୟାନ୍ସ ।

ଏହା ବି ପଢନ୍ତୁ...Jawan BO collection day 1: ରିଲିଜ ଦିନରେ ରେକର୍ଡ, 75 କୋଟିର ଓପନିଂ ସହ ହେଲା ପ୍ରଥମ ହିନ୍ଦୀ ଫିଲ୍ମ

ଏଥିରେ ଶାହାରୁଖଙ୍କ ସମେତ ସାଉଥ୍ ବିୟୁଟି ନୟନତାରା, ବିଜୟ ସେଥୁପତି ଏବଂ ସଂଜୟ ଦତ୍ତ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ତେବେ ଦୀପିକା ପାଦୁକୋନଙ୍କୁ ଏଥିରେ କ୍ୟାମିଓ ରୋଲରେ ଦେଖିବାକୁ ମିଳିଛି । ଏହି ଅବସରରେ ବ୍ରହ୍ମପୁରର ଫିଲ୍ମ ହଲଗୁଡିକ ସାମ୍ନାରେ ଫ୍ୟାନ୍ସଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି । ଫିଲ୍ମ ରିଲିଜ୍‌ ପରେ ଶାହାରୁଖଙ୍କ ପ୍ରଶଂସକ ଜୋରଦାର ସେଲିବ୍ରେସନ କରିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Sep 7, 2023, 5:13 PM IST

ABOUT THE AUTHOR

...view details