ଓଡିଶା

odisha

ETV Bharat / state

ଏଥର କାମ କରିବ କି ବିକ୍ରମଙ୍କ ପରାକ୍ରମ! - ganjam district

ଭଞ୍ଜନଗରରେ ଏଥର ତିନି ଦଳ ମଧ୍ୟରେ କାଣ୍ଟେ କି ଟକ୍କର ମୁକାବିଲା  ହେବାକୁ ଯାଉଛି । ବିକାଶ ପ୍ରସଙ୍କୁ କେନ୍ଦ୍ର କରି ଏଥର ନିର୍ବାଚନ ଲଢିବେ ବିଭିନ୍ନ ଦଳର ଆଶାୟୀ । ବିକାଶ ନାମରେ ହୋଇଥିବା ହରିଲୁଟ ମୁଖ୍ୟ ନିର୍ବାଚନୀ ମୁଦ୍ଦା ବନାଇ ବିଜେଡିକୁ ଜବାବ ଦେବାପାଇଁ ଅଣ୍ଟା ଭିଡିଛନ୍ତି ଦୁଇ ବିରୋଧି କଂଗ୍ରେସ ଏବଂ ବିଜେପି ।

ଡିଜାଇନ ଫଟୋ

By

Published : Apr 6, 2019, 3:41 PM IST

Updated : Apr 6, 2019, 4:05 PM IST


ଭଞ୍ଜନଗର: ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟ ରାଜନୀତି ସେତିକି ସରଗରମ ହେବାରେ ଲାଗିଛି । ନିର୍ବାଚନ ମୈଦାନକୁ ଓହ୍ଲଇବା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରାର୍ଥୀ ଘୋଷଣା ସରିଯାଇଥିବାରୁ ଏବେ ଦଳୀୟ ମଙ୍ଗୁଆଳ ଏବଂ ଆଶାୟୀ ପ୍ରାର୍ଥୀ ନିର୍ବାଚନ ପ୍ରଚାରକୁ ଜୋରଦାର କରିଛନ୍ତି । ଭୋଟରଙ୍କ ସମର୍ଥନ ହାସଲ କରିବା ପାଇଁ ସବୁ ଦଳ କସରତ ଜାରି ରଖିଛନ୍ତି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ଯାହାର ଝଲକ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବିଧାନସଭା ଆସନରେ। କନ୍ଧମାଳ ସଂସଦୀୟ କ୍ଷେତ୍ର ଅଧିନରେ ଅବସ୍ଥିତ ଥିବା ଏହି ନିର୍ବାଚନମଣ୍ଡଳୀରେ ବର୍ତ୍ତମାନ ଠାରୁ ରାଜନୈତିକ ଉଷ୍ମତା ଅନୁଭୂତ ହେଲାଣୀ । ଚଳିତ ଥର ଏଠାରେ ହେବାକୁ ଥିବା ନିର୍ବାଚନରେ ତ୍ରୀକୋଣୀୟ ମୁକାବିଲା ଦେଖିବାକୁ ମିଳିବ।

ଭଞ୍ଜନଗର ବିଧାନସଭା ଆସନ ପାଇଁ ତିନି ପ୍ରମୁଖ ଦଳ ସେମାନଙ୍କର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ବିଜେଡିରୁ ଦଳର ହେଭିୱେଟ ନେତା ତଥା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, କଂଗ୍ରେସରୁ ସଞ୍ଜୟ ତ୍ରୀପାଠୀ ଏବେ ବିଜେପିରୁ ପ୍ରଦ୍ୟୁମ୍ନ ନାୟକ ଦଳୀୟ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । କ୍ରମାଗତ ଭାବେ ଷଷ୍ଠ ଥର ପାଇଁ ନିର୍ବାନଚକୁ ଓହ୍ଲାଇଛନ୍ତି ବିକ୍ରମ ।

ଗତ 1995 ନିର୍ବାଚନରେ ବିକ୍ରମ କେଶରୀ ଆରୁଖ, ସୋମନାଥ ରଥଙ୍କୁ 1500 ଶହ ଭୋଟରେ ପରାସ୍ତ କରି ଭଞ୍ଜନଗରର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେହିପରି 2000 ଏବଂ 2004 ନିର୍ବାଚନରେ ସେ ବିଜେଡିରୁ ପ୍ରାର୍ଥୀ ହୋଇ ଦଣ୍ଡପାଣି ପାତ୍ରଙ୍କୁ 2000 ଏବଂ 7000 ଭୋଟରେ ପରାସ୍ତ କରି ଭଞ୍ଜନଗରରୁ ପୁନର୍ବାର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ବିକ୍ରମ ।

ଏଥିସହିତ 2009 ନିର୍ବାଚନରେ ଏଠାରେ ତ୍ରିକୋଣୀୟ ମୁକାବିଲା ଦେଖିବାକୁ ମିଳିଥିଲା । ବିଜେଡି ପ୍ରାର୍ଥୀ ଭାବେ ବିକ୍ରମ ଆରୁଖ 90.515 ଭୋଟ ପାଇ ଥିବା ବେଳେ କଂଗ୍ରେସର ଦେବି ବିଶୋୟୀ 17, 148 ଖଣ୍ଡ ଭୋଟ ପାଇଥିଲେ । ଅନ୍ୟପଟେ ବିଜେପି ପ୍ରାର୍ଥି ଶିବାନନ୍ଦ ତ୍ରିପାଠୀଙ୍କୁ 6228 ଖଣ୍ଡ ଭୋଟ ମିଳିଥିଲା । ଏହି ନିର୍ବାଚନରେ ବିଜେଡି ପ୍ରାର୍ଥୀ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀଙ୍କୁ 73,367 ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ । ଗତ 2014 ନିର୍ବାଚନରେ ଆରୁଖଙ୍କୁ 82.467, କଂଗ୍ରେସର ବିନାୟକ ତ୍ରିପାଠୀଙ୍କୁ 50.766 ଏବଂ ବିଜେପିର ପ୍ରଦୀପ ସାହୁଙ୍କୁ 7834 ଖଣ୍ଡ ଭୋଟ ମିଳିଥିଲା । ଏଥର କିନ୍ତୁ ଆରୁଖଙ୍କ ବିଜୟ ବ୍ୟବଧାନ 30.000 ହଜାରକୁ ଖସି ଆସିଥିଲା ।

ଏଥରର ନିର୍ବାଚନରେ ତିନି ଦଳ ମଧ୍ୟରେ କାଣ୍ଟେ କି ଟକ୍କର ମୁକାବିଲା ହେବାକୁ ଯାଉଛି । ବିକାଶ ପ୍ରସଙ୍କୁ କେନ୍ଦ୍ର କରି ଏଥର ନିର୍ବାଚନ ଲଢିବେ ବିଭିନ୍ନ ଦଳର ଆଶାୟୀ । ବିକାଶ ନାମରେ ହୋଇଥିବା ହରିଲୁଟ ମୁଖ୍ୟ ନିର୍ବାଚନୀ ମୁଦ୍ଦା ବନାଇ ବିଜେଡିକୁ ଜବାବ ଦେବାପାଇଁ ଅଣ୍ଟା ଭିଡିଛନ୍ତି ଦୁଇ ବିରୋଧି କଂଗ୍ରେସ ଏବଂ ବିଜେପି ।

ଯଦିଓ ଏହି ନିର୍ବାଚନମଣ୍ଡଳୀରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ହୋଇଛି ଘରୋଇ ବସ ଆସୁନାହିଁ । ଶୌଚାଳୟ ନିର୍ମିତ ହୋଇଥିଲେ ମଧ୍ୟ ଏହାୱ ବ୍ୟବହାର ଉପଯୋଗୀ ହୋଇପାରିନାହିଁ । ଅନ୍ୟପଟେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଦୋକାନ ଗୃହ ନିର୍ମାଣ କରାଯାଇଛି ଏହା ବ୍ୟବସାୟୀଙ୍କୁ ଆବଣ୍ଟିତ ନ ନହୋଇ ପଡିରହିଛ । ଅନ୍ୟ ଉପାୟ ନପାଇ ଏଠାକାର ବ୍ୟବସାୟୀ ରାସ୍ତା କଡରେ ବ୍ୟବସାୟ ଥିବାରୁ ଟ୍ରାଫିକ ସମସ୍ୟା ଉପୁଜୁଛି । ଏଠାରେ ଥିବା ସବଡିଭିଜନସ୍ତରୀୟ ଚିକିତ୍ସାଳୟରେ ଡାକ୍ତର ମରୁଡି ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି । ବିକାଶକୁ କେନ୍ଦ୍ରକରି ଏଠକାର ଭୋଟର କାହାକୁ ନିର୍ବାଚିତ କରିବେ ତାହା ନିର୍ବାଚନୀ ଫଳାଫଳରୁ ସ୍ପଷ୍ଟ ହୋଇଯିବ ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଈଟିଭି ଭାରତ

Last Updated : Apr 6, 2019, 4:05 PM IST

ABOUT THE AUTHOR

...view details