ବ୍ରହ୍ମପୁର: ଗଞ୍ଜାମରେ ସଠିକ ରଣନୀତି ଯୋଗୁଁ କୋରୋନାକୁ କାବୁ କରାଯାଇପାରିଛି । କ୍ରମାଗତ ଜିଲ୍ଲାରେ ସଂକ୍ରମଣ ମାମଲା ହ୍ରାସ ପାଇବାରେ ଲାଗିଛି । ଏଥିସହ ଜିଲ୍ଲାରେ କୋରୋନା ସୁସ୍ଥ ହାର ମଧ୍ୟ ତୀବ୍ର ଗତିରେ ବୃଦ୍ଧି ପାଇଛି । କୋଭିଡ ଗାଇଡଲାଇନକୁ କଡାକଡି ପାଳନ କରିବା ସହ ଜିଲ୍ଲାପ୍ରଶାସନର ପଦକ୍ଷେପ ଦ୍ବାରା ଏବେ ସୁସ୍ଥ ହାର 97 ପ୍ରତିଶତକୁ ବୃଦ୍ଧି ପାଇଛି ।
ଗଞ୍ଜାମରେ ହ୍ରାସ ପାଉଛି ସଂକ୍ରମଣ, ବଢୁଛି ସୁସ୍ଥ ହାର କୋରୋନାକୁ ନେଇ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପଦକ୍ଷେପକୁ ମଡେଲ ଭାବରେ ରାଜ୍ୟର ଅନ୍ୟ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଛି । ଗଞ୍ଜାମରେ ବର୍ତ୍ତମାନ ୧୯୪୪୪ ଜଣ କୋରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ସେଥି ମଧ୍ୟରୁ ୧୮୮୮୬ ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇସାରିଛନ୍ତି । ସେଥିମଧ୍ୟରୁ ୩୩୫ ଜଣ ଆକ୍ଟିଭ କେସ ରହିବା ସହ ୯୭.୦୧ ପ୍ରତିଶତ ବୋଲି କୁହାଯାଇଛି ।
ଗଞ୍ଜାମରେ ହ୍ରାସ ପାଉଛି ସଂକ୍ରମଣ, ବଢୁଛି ସୁସ୍ଥ ହାର ଜିଲ୍ଲାରେ ଦୈନିକ ଶହେରୁ କମ ନୂତନ ମାମଲା ରହୁଥିବା ବେଳେ ଇତି ମଧ୍ୟରେ ୨୧୫ ଜଣଙ୍କ କୋରୋନା ଚିକିତ୍ସା ସମୟରେ ମୃତ୍ୟୁ ହୋଇଛି । ସେଥିରୁ ୮ ଜଣ ବିଭିନ୍ନ ରୋଗ କାରଣରୁ ମୃତ୍ୟୁ ଘଟିଥିବା କୁହାଯାଇଛି । ସେହିପରି ଅଦ୍ୟାବଧି ଜିଲ୍ଲାରେ ବ୍ୟାପକ ପରିମାଣର ଟେଷ୍ଟିଂ ବୃଦ୍ଧି କରାଯାଇ 3 ଲକ୍ଷ ୬୩ ହଜାର ୮୦୭ ଜଣଙ୍କ କୋଭିଡ ଟେଷ୍ଟ କରାଯାଇଥିବା କୁହାଯାଇଛି ।
ସେହିପରି ଜିଲ୍ଲାରେ ଘରକୁ ଘର ବୁଲି ଅକ୍ସିଜେନ୍ ଯାଞ୍ଚ ପ୍ରକ୍ରିୟା ଜାରି ସହ ୨୮ ଲକ୍ଷ ୬୮ ହଜାର ୧୯୩ ଜଣଙ୍କ ବ୍ୟକ୍ତି ବିଶେଷଙ୍କୁ ସ୍କ୍ରିନିଂ କରାଯାଇଛି । ସେଥିମଧ୍ୟରୁ ୪୨୨ ଜଣ ବ୍ୟକ୍ତିବିଶେଷଙ୍କୁ ମେଡିକାଲ ସୁପରଭିଜନରେ ରଖାଯାଇଥିବା ବେଳେ ୮ ଜଣଙ୍କ ଶରୀରରେ ବହୁ କମ୍ ପରିମାଣରେ ଅକ୍ସିଜେନ୍ ରହିଥିବା ଚିହ୍ନଟ କରାଯାଇ ଚିକିତ୍ସା କରାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ