ଓଡିଶା

odisha

ETV Bharat / state

କୂଳଖାଉଛି ସମୁଦ୍ର, ଚିନ୍ତାରେ ସମୁଦ୍ରକୂଳିଆ - ସମୁଦ୍ରର ଲହଡି ମାଡ

ସମୁଦ୍ରରେ ବଡ ବଡ ଜୁଆର ଆସି କୂଳ ଲଙ୍ଘିବାରେ ଲାଗିଛି । ଗୋପାଳପୁର ବେଳାଭୂମିର ବାଲୁକାଶର୍ଯ୍ୟାରେ କୂଳ ଖାଇ ବଡବଡ ଗାତ ସୃଷ୍ଟି ହୋଇଛି । ସେପଟେ କୂଳ ଖାଇଯିବାରୁ ସମୁଦ୍ରକୂଳିଆଙ୍କ ଚିନ୍ତା ବଢିଗଲାଣି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

By

Published : Aug 12, 2019, 10:22 AM IST


ବ୍ରହ୍ମପୁର: ଗତ କିଛି ଦିନ ଧରି ଅଶାନ୍ତ ରହୁଛି ବଙ୍ଗୋପସାଗର। ଫଳରେ ସମୁଦ୍ରରେ ବଡ ବଡ ଜୁଆର ଆସି ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିରେ କୂଳ ଲଙ୍ଘିବାରେ ଲାଗିଛି । ବେଳାଭୂମି ଠାରୁ ସମୁଦ୍ରକୂଳିଆ ଗାଁ ରାମେୟାପାଟଣା ଭଳି କେତେକ ସ୍ଥାନରେ ଏବେ କୂଳ ଖାଇଯାଇଛି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ସମୁଦ୍ରର ଲହଡି ମାଡରେ ସମ୍ପୂର୍ଣ୍ଣ ବେଳାଭୂମିର ବାଲୁକାଶର୍ଯ୍ୟାରେ ସୃଷ୍ଟି ହୋଇଛି ବଡ ବଡ ଗାତ । ଯାହାକୁ ନେଇ ବେଳାଭୂମିରେ ପାଦ ପକାଇ ଚାଲିବା ଓ ବୁଲିବା ଏକ ପ୍ରକାର କଷ୍ଟକର ହୋଇପଡିଥିବା ଅଭିଯୋଗ ହୋଇଛି । ଏପରିକି ବେଳାଭୂମି ପାର୍ଶ୍ବରେ ଥିବା ବହୁଛୋଟ ବଡ ହୋଟେଲର ପାଟେରୀ ମଧ୍ୟ ଭାଙ୍ଗି ଯାଇଥିବାବେଳେ ଏବେ ଚିନ୍ତାରେ ସମୁଦ୍ରକୂଳିଆ ।

ତେବେ ପୂର୍ଣ୍ଣିମା ଯାଏ ଏଭଳି ସମୁଦ୍ର ଅଶାନ୍ତ ରହିବା ସହ ବଡ ବଡ ଜୁଆର ଆସିବା ନେଇ ଆଶଙ୍କା କରାଯାଉଛି । ଅନ୍ୟପଟେ, ସୁରକ୍ଷା ଦାୟିତ୍ବରେ ଥିବା କର୍ମଚାରୀ ଗୋପାଳପୁରକୁ ଆସୁଥିବା ପର୍ଯ୍ୟଟକଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ରହିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details