ଓଡିଶା

odisha

ETV Bharat / state

Silk City Festival: ସିଲ୍କସିଟି ମହୋତ୍ସବ ଉଦଘାଟିତ, 5ଦିନ ଧରି ଚାଲିବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ - ହକି

ଉଦଘାଟିତ ହେଲା ସିଲ୍କ ସିଟି ମହୋତ୍ସବ । ସଂସ୍କୃତିକ ସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଜା ନେବେ ବ୍ରହ୍ମପୁରବାସୀ । ଅଧିକ ପଢ଼ନ୍ତୁ

ସିଲ୍କ ସିଟି ମହୋତ୍ସବ ଉଦଘାଟିତ
ସିଲ୍କ ସିଟି ମହୋତ୍ସବ ଉଦଘାଟିତ

By

Published : Jan 14, 2023, 10:54 PM IST

ସିଲ୍କ ସିଟି ମହୋତ୍ସବ ଉଦଘାଟିତ

ବ୍ରହ୍ମପୁର: ଉଦଘାଟିତ ହେଲା ସିଲ୍କ ସିଟି ମହୋତ୍ସବ । ବ୍ରହ୍ମପୁର ସହରର ଇଂଞ୍ଜିନିୟରିଙ୍ଗ୍ ସ୍କୁଲ ପଡିଆରେ ଆୟୋଜିତ ହୋଇଛି ଏହି ମହୋତ୍ସବ। ମକର ସଂକ୍ରାନ୍ତି ଠାରୁ ପ୍ରାୟ ପାଞ୍ଚ ଦିନ ଧରି ଏହି କାର୍ଯ୍ୟକ୍ରମ ପାଳନ କରାଯାଏ । ଏହି ମହୋତ୍ସବରେ ବିଭିନ୍ନ ସଂସ୍କୃତିକ ସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଜା ନେବେ ବ୍ରହ୍ମପୁରବାସୀ । ସିଲ୍କ ସିଟି ମହୋତ୍ସବର ମଜା ନେବେ ପାଇଁ ହଜାର ହଜାର ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଛି ।

ଉଦଘାଟନୀ ସଂନ୍ଧ୍ୟାରେ ମୁଖ୍ୟଅତିଥି ରୂପେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଉଷା ଦେବୀ ଆନୁଷ୍ଠାନିକ ଭାବରେ ଏହାକୁ ଉଦଘାଟନ କରିଥିବା ବେଳେ କାର୍ଯ୍ୟକ୍ରମରେ ଅତିଥି ରୂପେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ , ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ , ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା , ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ , ବ୍ରହ୍ମପୁର ମହାନଗର ନିଗମର ମେୟର ସଂଙ୍ଘମିତ୍ରା ଦଳେଇ , ଡେପୁଟି ମେୟର ଇ.ବିବେକ ରେଡି , ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା , ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଶ୍ରରବଣା ବିବେକ ଏମ୍ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ୱି.କିର୍ତ୍ତିଭାଶନ ଙ୍କ ସମେତ ବ୍ରହ୍ମପୁର ଉପଜିଲ୍ଲାପାଳ ପ୍ରମୁଖ ମଞ୍ଚାସୀନ ରହିଥିଲେ ।

ଏହି ଅବସରରେ ମନ୍ତ୍ରୀ ଉଷା ଦେବୀ ହକି ପାଇଁ ଓଡିଶା ବିଶ୍ୱରେ ପରିଚିତ ହୋଇଥିବା କହିବା ସହ ଏହା କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ସମ୍ଭବ ହୋଇପାରିଥିବା ନିଜର ବକ୍ତବ୍ୟରେ କହିଥିଲେ । ଏହା ସହ ମହାନଗର ନିଗମର ମେୟର ସଂଙ୍ଘମିତ୍ରା ଦଳେଇ କହିଛନ୍ତି ରାଜ୍ୟର ବିଭିନ୍ନ ପ୍ରାନ୍ତର ଲୋକ ଏହି ମହୋତ୍ସବରେ ସାମିଲ ହୋଇ ନିଜ ଲୋକକଳା ପ୍ରଦର୍ଶନ କରିଛନ୍ତି ।

ସିଲ୍କ ସିଟି ମହୋତ୍ସବର ମଜା ନେବେ ପାଇଁ ହଜାର ହଜାର ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଛି । ମହୋତ୍ସବର ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଯାନବାହନ ନିୟନ୍ତ୍ରଣ ଓ ଲୋକଙ୍କ ସୁରକ୍ଷା ପାଇଁ ଅଡିସନାଲ ଡିଏସ୍ପି ପାହ୍ୟାର ଜଣେ ଅଧିକାରୀ,୬ ଜଣ ଡିଏସ୍ପି, ୨୦ ଟି ଇନସ୍ପେକ୍ଟର, ୫୦ ଟି ସବ୍-ଇନସ୍ପେକ୍ଟର ଏବଂ ୧୩ ପ୍ଲାଟୁନ ଫୋର୍ସ ମହୋତ୍ସବରେ ନିୟୋଜିତ ହୋଇଥିବା ବ୍ରହ୍ମପୁର ଏସ୍ପି ସୂଚନା ଦେଇଛନ୍ତି ।

ସହରର ସ୍ଥାନୀୟ ଉମାଚରଣ ପଟ୍ଟନାୟକ ଇଂଞ୍ଜିନିୟରିଙ୍ଗ୍ ସ୍କୁଲ ଖେଳପଡି଼ଆ ଠାରେ ଆୟୋଜିତ ଏହି ମହୋତ୍ସବ ପାଞ୍ଚ ଦିନ ଧରି ଆୟୋଜିତ ହୋଇଥିବା ବେଳେ ମଞ୍ଚରେ ସହର ସମେତ ଜିଲ୍ଲା ଏବଂ ରାଜ୍ୟ ତଥା ରାଜ୍ୟ ବାହାରର କଳାକାର ମାନେ ବେଶ ମଜ୍ଜା ଉଠାଇବେ ବୋଲି କୁହାଯାଇଛି ।

ବ୍ୟରୋ ରିପୋର୍ଟ, ଇଟିଭି ଭାର

ABOUT THE AUTHOR

...view details