ଓଡିଶା

odisha

ETV Bharat / state

ଗଞ୍ଜାମରେ ଟିକାକରଣ ପ୍ରସ୍ତୁତି, ପ୍ରଥମ ପର୍ଯ୍ୟାୟରେ ଭ୍ୟାକ୍ସିନ ନେବେ ୨୫ ହଜାର ୧୦୬ ଜଣ - ପ୍ରଥମ ପର୍ଯ୍ୟାୟ ଟିକାକରଣ

ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମରେ ପଞ୍ଜୀକରଣ ହୋଇଥିବା ୨୫,୧୦୬ ଜଣଙ୍କୁ ଏହି କୋଭିଡ ଟିକା ପ୍ରଦାନ ନିମନ୍ତେ ପ୍ରସ୍ତୁତି କରାଯାଇଥିବା ବେଳେ ୧୧ ଗୋଟି ଟିକା ପ୍ରଦାନ କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ଅଧିକ ପଢନ୍ତୁ...

ଗଞ୍ଜାମରେ ଟିକାକରଣ ପ୍ରସ୍ତୁତି, ପ୍ରଥମ ପର୍ଯ୍ୟାୟରେ ଭ୍ୟାକ୍ସିନ ନେବେ ୨୫ ହଜାର ୧୦୬
ଗଞ୍ଜାମରେ ଟିକାକରଣ ପ୍ରସ୍ତୁତି, ପ୍ରଥମ ପର୍ଯ୍ୟାୟରେ ଭ୍ୟାକ୍ସିନ ନେବେ ୨୫ ହଜାର ୧୦୬

By

Published : Jan 12, 2021, 9:32 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଚଳିତ ମାସ ୧୬ରୁ କୋଭିଡ ଟିକାକରଣ ପ୍ରଦାନ କରାଯିବ । ପ୍ରଥମ ପର୍ଯ୍ୟାୟରେ ପଞ୍ଜୀକରଣ ହୋଇଥିବା ୨୫,୧୦୬ ଜଣଙ୍କୁ ଏହି କୋଭିଡ ଟିକା ପ୍ରଦାନ ନିମନ୍ତେ ପ୍ରସ୍ତୁତି କରାଯାଇଥିବା ବେଳେ ୧୧ ଗୋଟି ଟିକା ପ୍ରଦାନ କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରଙ୍କ ନିୟମ ଅନୁଯାୟୀ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।

ଏହାର ପ୍ରସ୍ତୁତି ଏବଂ ବ୍ୟବସ୍ଥା ସମ୍ପର୍କରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ଜଣାଇଥିଲେ ଯେ, କୋଭିଡ ଟିକା ଆସିବା ପରେ ତାହାକୁ ରଖିବା ନିମନ୍ତେ ପ୍ରସ୍ତୁତ କରାଯାଇଥିବା ୭୮ ଗୋଟି କୋଲ୍ଡ ଚେନ୍ ପଏଣ୍ଟରେ ଯେପରି ସୁରକ୍ଷିତ ରଖାଯିବ ଏବଂ ଟିକା ପ୍ରଦାନରେ ସମସ୍ତ ପ୍ରକାର ଆଶୁ ବ୍ୟବସ୍ଥା କଡାକଡି ପାଳନ କରିବା ଦିଗରେ ଗୁରୁତ୍ୱ ଦେବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା । ଏପରିକି ସମସ୍ତ ସେଣ୍ଟର ଗୁଡିକର ଅପେକ୍ଷା ଗୃହ, ଆବଶ୍ୟକୀୟ ସରଞ୍ଜାମ, ବିଶ୍ରାମ ସ୍ଥଳ,୬ ମିଟର ଦୂତାରେ ବସିବା ବ୍ୟବସ୍ଥା, ପାନୀୟ ଜଳ, ଶୌଚାଳୟ ଗୁଡିକ ସଠିକ୍ ଭାବରେ ପ୍ରସ୍ତୁତ କରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଜିଲ୍ଲାର ମୋଟ ୧୪୨ ଗୋଟି ସରକାରୀ ଚିକିତ୍ସାଳୟ ଏବଂ ୧୦୫ ଗୋଟି ବେସରକାରୀ ଚିକିତ୍ସାଳୟଗୁଡିକରେ ସେବା ଯୋଗାଇ ଦେଇ ଆସୁଥିବା ୨୫,୧୦୬ ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଏହି ଟିକା ପ୍ରଦାନ କରାଯିବ । ମୋଟ ୧୧ ଗୋଟି ସେଣ୍ଟର ମଧ୍ୟରେ ବ୍ରହ୍ମପୁର ସ୍ଥିତ ସିଟି ହସ୍ପିଟାଲ୍, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହା ବିଦ୍ୟାଳୟ, ଖ୍ରୀଷ୍ଟିୟାନ୍ ହସ୍ପିଟାଲ ଏବଂ ଆସ୍କାରୋଡ ସ୍ଥିତ ଅପର ପ୍ରାଇମେରୀ ହେଲଥ ସେଣ୍ଟର, ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ, ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ, ଆସ୍କା ଉପଖଣ୍ଡ ଚିକିତ୍ସାଳୟ, କମ୍ୟୁନିଟି ହେଲଥ୍ ସେଣ୍ଟର ସୁମଣ୍ଡଳ, ଚିକିଟି, ଧରାକୋଟ ଏବଂ ବେଲଗାଁରେ ଏହା ପ୍ରଦାନ କରାଯିବ । ପ୍ରତି ସେଣ୍ଟର ଗୁଡିକରେ ପ୍ରଥମେ ୧୦୦ ଜଣ ଲେଖାଏଁ ହେଲଥ୍ କେୟାର୍ ୱାର୍କର ଏହିଭଳି ୧୧୦୦ ଟିକା ପ୍ରଥମ ଦିନରେ ପ୍ରଦାନ କରାଯିବ ।


ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଉମା ଶଙ୍କର ମିଶ୍ର, ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡା. ଆର୍ ଜଗଦୀଶ ପଟ୍ଟନାୟକ , ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପ୍ରୋଗ୍ରାମ୍ ମ୍ୟାନେଜର ଶ୍ୟାମ ସୁନ୍ଦର ତ୍ରିପାଠୀ , ମାତୃ ଶିଶୁ ସଂଯୋଜନ ଜିଲ୍ଲା ମ୍ୟାନେଜର ଶକ୍ତି କୁମାର ଦିଗାଲ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ଅବନୀ କୁମାର ପାତ୍ର ଜିଲ୍ଲା , ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଏବଂ କମିଟିର ସଦସ୍ୟ ସଦସ୍ୟା ପ୍ରମୁଖ ଉପସ୍ଥିତ ରହିଥିଲେ ।


ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details