ଓଡିଶା

odisha

ETV Bharat / state

ଶୁଖୁଆ ବେପାରୀଙ୍କଠୁ ବେଆଇନ ଟିକସ ଆଦାୟ ଅଭିଯୋଗ

ରାଜ୍ୟର ଏକ ପ୍ରସିଦ୍ଧ ଶୁଖୁଆ ହାଟ କୁହାଯାଉଥିବା ଗଞ୍ଜାମ ଜିଲ୍ଲାର ହୁମ୍ମା ହାଟରେ ବେଆଇନ ଟିକସ ଆଦାୟ କରାଯାଉଥିବା ଘଟଣାକୁ କରାଯାଇଛି ତୀବ୍ର ବିରୋଧ । ଏନେଇ ଉପଜିଲ୍ଲାପାଳଙ୍କୁ ଅଭିଯୋଗ ଜଣାଇଛନ୍ତି ବ୍ୟବସାୟୀ । ଅଧିକ ପଢନ୍ତୁ...

_illegal tax  collection
ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

By

Published : Jan 22, 2020, 2:06 AM IST

Updated : Jan 22, 2020, 3:51 AM IST

ବ୍ରହ୍ମପୁର: ରାଜ୍ୟର ଏକ ପ୍ରସିଦ୍ଧ ଶୁଖୁଆ ହାଟ କୁହାଯାଉଥିବା ଗଞ୍ଜାମ ଜିଲ୍ଲାର ହୁମ୍ମା ହାଟରେ ବେଆଇନ ଟିକସ ଆଦାୟ କରାଯାଉଥିବା ଘଟଣାକୁ ବିରୋଧ କରାଯାଇଛି ।ଏହାକୁ ନେଇ ଉପଜିଲ୍ଲାପାଳଙ୍କୁ ଅଭିଯୋଗ ଜଣାଇଛନ୍ତି ବ୍ୟବସାୟୀ । ରାଜ୍ୟର ବିଭିନ୍ନ ଅଞ୍ଚଳ ସମେତ ପଡୋଶୀ ରାଜ୍ୟରୁ ଏଠାକୁ ବ୍ୟବସାୟୀମାନେ ଆସି ପ୍ରତ୍ୟେକ ସପ୍ତାହରେ ଶୁଖୁଆ ବିକ୍ରି କରିଥାନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ମାତ୍ର ଏଠାକାର ବ୍ୟବସାୟୀଙ୍କଠାରୁ ଟିକସ ଆଦାୟ କରି ଶୋଷଣ କରାଯାଉଥିବା ଅଭିଯୋଗ ହେବା ସହ ପ୍ରତିବାଦ କଲେ ଧମକ ଚମକଠାରୁ ଆରମ୍ଭ କରି ଶୁଖୁଆକୁ ଫୋପାଡି ଦିଆଯାଉଥିବା କହିଛନ୍ତି ବ୍ୟବସାୟୀ । ଏହାସହ ଗତ ଜାନୁଆରୀ ୧୨ ତାରିଖରେ ଜଣେ ମହିଳାଙ୍କ ସମେତ ୨ ଜଣଙ୍କୁ ମାଡ ମରାଯାଇଥିବା ଭଳି ଗୁରୁତର ଅଭିଯୋଗ ମଧ୍ୟ ହୋଇଛି । ଏନେଇ ହୁମ୍ମା ଫାଣ୍ଡିରେ ଅଭିଯୋଗ କରି କୌଣସି ସୁଫଳ ମିଳିନଥିବା ବେଳେ ଶେଷରେ ଶୁଖୁଆ ବ୍ୟବସାୟୀମାନେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଅଭିଯୋଗ କରିଛନ୍ତି ।

ଏପରିକି ଏଠାକୁ ଆସୁଥିବା ପିକଅପ୍‌ ଭ୍ୟାନ୍‌ଠାରୁ ଆରମ୍ଭ କରି ଟ୍ରକଗୁଡିକଠାରୁ ମଧ୍ୟ ଚଢା ଦରରେ ଟିକସ ଆଦାୟ ହେଉଥିବାରୁ ପ୍ରଶାସନ ଗୁରୁତ୍ବ ଦେବାକୁ ମହିଳା ବ୍ୟବସାୟୀ ଅନୁରୋଧ କରିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Jan 22, 2020, 3:51 AM IST

ABOUT THE AUTHOR

...view details