ଭଞ୍ଜନଗର: ମହଙ୍ଗା ପଡ଼ିଲା ବେଆଇନ୍ ବାଲି ଚାଲାଣ । ରାଜ୍ୟ ବାହାରକୁ ବାଲି ଚୋରା ଚାଲାଣ ହେଉଥିବା ୬ଟି ଗାଡ଼ି ଓ ନମ୍ବର ବିହୀନ ଜେସିବି ଜବତ କଲା ପୋଲିସ । ଦୀର୍ଘ ଦିନ ଧରି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ତହସିଲ ଅଧିନରେ ଥିବା ମଙ୍ଗଳପୁର ସୁରମଣି ବାଲିଘାଟରୁ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଥିଲା । ବିଳମ୍ବରେ ହେଲେ ମଧ୍ୟ ସ୍ଥାନୀୟ ପୋଲିସ ଓ ପ୍ରଶାସନର ମିଳିତ ଚଢାଉ କରି ଆନ୍ଧ୍ର ଓ ଛତିଶଗଡ଼କୁ ବାଲି ଚାଲାଣ ହେଉଥିବା ଗାଡିକୁ ଜବତ କରିଛନ୍ତି । ଏଥିସହିତ ଡ୍ରାଇଭରଙ୍କୁ ଅଟକ ରଖାଯାଇଥିବା ଜଣାପଡିଛି ।
ଗତ ୩ ମାସ ଧରି ବାଲି ମାଫିଆମାନେ ବେଆଇନ୍ ଭାବେ ଶହଶହ ଟ୍ରକ ବାଲି ମଙ୍ଗଳପୁର R.D ରୋଡ୍ ଦେଇ ରାଜ୍ୟ ବାହାରକୁ ଚାଲାଣ କରୁଥିଲେ । ଫଳରେ R.D ରୋଡ୍ ଟି ବାଲିବୋଝେଇ ଟ୍ରକ ଯିବା ଆସିବା ଦ୍ବାରା ସଂପୂର୍ଣ୍ଣ ନଷ୍ଟ ହେବାକୁ ବସିଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।