ଓଡିଶା

odisha

ETV Bharat / state

Ganja Cultivation: ଗଞ୍ଜାମରେ ୨୮ କୋଟିରୁ ଊର୍ଦ୍ଧ୍ବ ଗଞ୍ଜେଇ ଚାଷ ପୋଡିଲା ଅବକାରୀ ବିଭାଗ - ଗଞ୍ଜେଇ ଚାଷ ଜମିରେ ଚଢାଉ ଗଞ୍ଜାମ

ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗଞ୍ଜେଇ ଚାଷ(GANJA CULTIVATION) ଜମିରେ ଅବକାରୀ ବିଭାଗର ଚଢାଉ । ୨୮ କୋଟିରୁ ଊର୍ଦ୍ଧ୍ବ ଗଞ୍ଜେଇ ଚାଷ ନଷ୍ଟ । ଅଧିକ ପଢନ୍ତୁ

Ganja Cultivation: ୨୮ କୋଟିରୁ ଊର୍ଦ୍ଧ୍ବ ଗଞ୍ଜେଇ ଚାଷ ନଷ୍ଟ
Ganja Cultivation: ୨୮ କୋଟିରୁ ଊର୍ଦ୍ଧ୍ବ ଗଞ୍ଜେଇ ଚାଷ ନଷ୍ଟ

By

Published : Dec 5, 2021, 8:55 AM IST

Updated : Dec 5, 2021, 10:56 AM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଗଞ୍ଜେଇ ଚାଷ(GANJA CULTIVATION) ନଷ୍ଟ କରିଛି ଅବକାରୀ ବିଭାଗ ଓ ପୋଲିସ । ବନବିଭାଗ ଓ ମାଜିଷ୍ଟ୍ରେଟ, ରେଭେନ୍ୟୁ ଓ ବିଦ୍ୟୁତ ବିଭାଗର ମିଳିତ ଉଦ୍ୟମରେ ୨୮ କୋଟିରୁ ଊର୍ଦ୍ଧ୍ବ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି ।

ରାଜ୍ୟ ଅବକାରୀ କମିଶନର, ଗଞ୍ଜାମ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ନେତୃତ୍ୱରେ ବଡଗଡ ଥାନାଅନ୍ତର୍ଗତ ଅର୍ଜୁନପଲ୍ଲୀ, ପାଟଶାଳା, ଭାଲିଆଗୁଡା, କଳବାଡ ଓ ଅନ୍ଧାରୀ ଗାଁ ଅଞ୍ଚଳର ୧୨୨ ଏକର ଜଙ୍ଗଲ ଜମିରେ ଚାଷ ହୋଇଥିବା ଏକ ଲକ୍ଷ ୮୩ ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ନଷ୍ଟ ହୋଇଥିବା ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ୧୮ କୋଟି ୩୦ ଲକ୍ଷରୁ ଅଧିକ ହେବ ।ଏଥିରେ ପ୍ରାୟ ତିନି ଶହ କର୍ମଚାରୀ ମୁତୟନ ହୋଇ ଚାଷ ନଷ୍ଟ କରିଛନ୍ତି । ଏଥିରେ ପାଞ୍ଚୋଟି ମାମଲା ରୁଜୁ ହୋଇଥିବା ଜଣାପଡିଛି ।

Ganja Cultivation: ଗଞ୍ଜାମରେ ୨୮ କୋଟିରୁ ଊର୍ଦ୍ଧ୍ବ ଗଞ୍ଜେଇ ଚାଷ ପୋଡିଲା ଅବକାରୀ ବିଭାଗ


ସେହିପରି ବଡଗଡ ଥାନା ଅନ୍ତର୍ଗତ ଗଜରାକୁମ୍ପା, ତଳଘାଇ ଭଳି ଜଙ୍ଗଲ ଜମି ଅଞ୍ଚଳରେ ଲାଗିଥିବା ୬୫ ଏକର ଜଙ୍ଗଲ ଜମିରେ ୯୭ ହଜାର ୫୦୦ ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି । ଏଠାରେ ତିନୋଟି ମାମଲା ରୁଜୁ ହୋଇଛି । ତେବେ ଏହି ଅଞ୍ଚଳରେ ନଷ୍ଟ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୯ କୋଟି ୭୫ ଲକ୍ଷରୁ ଊର୍ଦ୍ଧ୍ବ ହେବ । ଗତ ଦୁଇ ଦିନର ଚଢାଉରେ ମୋଟ ୧୮୭ ଏକର ଜଙ୍ଗଲ ଜମିରୁ ୨ ଲକ୍ଷ ୮୦ ହଜାର ୫୦୦ ଗଞ୍ଜେଇ ଗଛ ନଷ୍ଟ କରାଯାଇ ଥିବାବେଳେ ଏହାର ଆନୁମାନିକ ମୂଲ୍ୟ ୨୮ କୋଟିରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗର ଜିଲ୍ଲା ଅଧୀକ୍ଷକ ରାଜେନ୍ଦ୍ର କୁମାର ଭତ୍ତ୍ରା ସୂଚନା ଦେଇଛନ୍ତି ।


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Dec 5, 2021, 10:56 AM IST

ABOUT THE AUTHOR

...view details