ବ୍ରହ୍ମପୁର: ସମସ୍ତଙ୍କ ଜୀବନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହେଉଛି ବିବାହ । ଏହି ବିବାହ ବନ୍ଧନରେ ଆବଦ୍ଧ ହେବା ପୂର୍ବରୁ ଯୁବକ ଯୁବତୀ ଅନେକ ସ୍ବପ୍ନ ଦେଖିଥାନ୍ତି । କିଏ ଦାମୀ କାରରେ ଚଢି ବାଜା ପଟୁଆର ସହ ବରଯାତ୍ରୀ କରି ବିବାହ କରିବାକୁ ସ୍ବପ୍ନ ଦେଖେ ତ ଆଉ କିଏ ନାମୀଦାମୀ ହୋଟେଲରେ ବଡଧରଣର ଆୟୋଜନର ଦେଖେ ସ୍ବପ୍ନ । ହେଲେ ବ୍ରହ୍ମପୁର ସହରରେ ଆୟୋଜିତ ହୋଇଯାଇଛି ଆଦର୍ଶ ବିବାହ ।
ଜାତି, ଜାତକ, ଯୌତୁକ ଓ କର୍ମକାଣ୍ଡ ବିହୀନ କରାଯାଇଥିଲା ଏହି ବିବାହ ଉତ୍ସବ । ସହରର ବୈଦ୍ୟନାଥେଶ୍ବର ମନ୍ଦିର ନିକଟ କଲ୍ୟାଣ ମଣ୍ଡପ ପରିସରରେ ମାନବବାଦୀ ହେତୁବାଦୀ ସଂଗଠନ ଆନୁକୁଲ୍ୟରେ ଏହି ଆଦର୍ଶ ବିବାହର ଆୟୋଜନ କରାଯାଇଥିଲା । ବର ବିପ୍ଳବ କୁମାର ଥିବାବେଳେ କନ୍ୟା ଭାବେ କେ. ଅନିତା ପାତ୍ର ଥିଲେ । ବିବାହ ପୂର୍ବରୁ ଉଭୟ ପ୍ରଥମେ ରକ୍ତଦାନ କରି ଶିବିରକୁ ଉଦଘାଟନ କରିଥିଲେ । ଏହାପରେ ସମ୍ବିଧାନକୁ ସାକ୍ଷୀ ରଖି ଉଭୟ ବିବାହ କରିଥିଲେ ।