ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ତାରସିଙ୍ଗି ଥାନା ଅନ୍ତର୍ଗତ ତୁଳସୀପଲ୍ଲୀ ଗ୍ରାମରେ ଅଭାବନୀୟ ଘଟଣା। ନିଆଁରେ ପୋଡି ହୋଇ ସ୍ତ୍ରୀ ମୃତ। ମୃତକ ହେଲେ ଝିଲ୍ଲୀ ପ୍ରଧାନ। ସ୍ତ୍ରୀ ଉପରେ କିରୋସିନି ଢାଳି ସ୍ବାମୀ ନିଆଁ ଲଗାଇଥିବା ଅଭିଯୋଗ ଆଣିଛନ୍ତି ଝିଅ ଘର ଲୋକେ। ସେହି ନିଆଁରେ ସ୍ବାମୀର ଗୋଡ଼ ମଧ୍ୟ ପୋଡି ଯାଇଛି। ତେବେ ଉଭୟଙ୍କୁ ପରିବାର ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଆଣି ଜଗନ୍ନାଥପ୍ରସାଦ ମେଡିକାଲରେ ଭର୍ତ୍ତି କରିଛନ୍ତି ।
ସେଠାରେ ଡାକ୍ତର ଝିଲ୍ଲୀଙ୍କୁ ମୃତ୍ୟୁ ଘୋଷଣା କରିଥିବା ବେଳେ ସ୍ବାମୀ ଦୁଃଖୀଶ୍ୟାମର ଚିକିତ୍ସା ଚାଲିଛି । ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ତାରସିଙ୍ଗି ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି । ସୂଚନାମୁତାବକ, ଥୋଲଣ୍ଡା ଗ୍ରାମର ବିଦ୍ୟାଧର ପ୍ରଧାନଙ୍କ ଝିଅ ଝିଲ୍ଲୀକୁ ଚାରିବର୍ଷ ପୂର୍ବେ ବିବାହ କରିଥିଲେ ଦୁଃଖୀଶ୍ୟାମ । ସେମାନଙ୍କର ଅଢେଇ ବର୍ଷର ପୁତ୍ର ସନ୍ତାନ ମଧ୍ୟ ଅଛି ।