ବ୍ରହ୍ମପୁର: ବିବାହ ବନ୍ଧନରେ ଆବଦ୍ଧ ହୋଇ ସାତ ଜନ୍ମର ସାଥୀ ହେବା ପାଇଁ ନେଇଥିଲେ ଶପଥ । ହେଲେ ଶେଷରେ ନିଜେ ହତ୍ୟାକାରୀ ସାଜିଲା ସ୍ୱାମୀ । ନିଜ ଧର୍ମପତ୍ନୀକୁ ହତ୍ୟା କରି ସ୍ବାମୀ ଫେରାର ହେବା ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ପଥରା ଗ୍ରାମପଞ୍ଚାୟତରେ ।
ପଞ୍ଚାୟତର କଣ୍ତରାପଡା ସାହିରେ ରହୁଥିବା ଭିକାରୀ ବେହେରାଙ୍କ ପତ୍ନୀ ସେରେନ୍ତା ବେହେରାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଫଳରେ ତାଙ୍କ ଚିତ୍କାର ଶୁଣି ପଡୋଶୀ ଦୌଡି ଆସିଥିଲେ । ପଡୋଶୀଙ୍କୁ ଆସିବା ଦେଖି ଅଭିଯୁକ୍ତ ସ୍ବାମୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ପରେ ଗୁରୁତର ସ୍ତ୍ରୀଙ୍କୁ ସ୍ଥାନୀୟ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।