ବ୍ରହ୍ମପୁର:ପତ୍ନୀଙ୍କୁ ହତ୍ୟା କରିବା ପରେ ସ୍ବାମୀର ଆତ୍ମହତ୍ୟା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ପୁରଷୋତ୍ତମପୁର ଥାନା ଅନ୍ତର୍ଗତ ବେଢ଼ଛୁଲ କୁମ୍ଭାରସାହି ଅଞ୍ଚଳରେ ।
ଘଟଣା ଅନୁସାରେ ଗତକାଲି ସାହିରେ ରହୁଥିବା ପ୍ରଶାନ୍ତ ମୁଦୁଲୁ ଏବଂ ତାଙ୍କ ପତ୍ନୀ ଝିଲି ମୁଦୁଲି ନିଜର 7 ବର୍ଷର ପୁଅକୁ ପାଖରେ ନେଇ ନିଜ ଘରର ଶୋଇଥିବାବେଳେ ୧୩ ବର୍ଷର ଝିଅ ଜେଜେମା ସହିତ ଅନ୍ୟ କୋଠରୀରେ ଶୋଇଥିଲେ । ହେଲେ କୌଣସି ଘରୋଇ ମତାନ୍ତର କାରଣରୁ କିମ୍ବା ଅନ୍ୟ କୌଣସି କାରଣରୁ ପ୍ରଶାନ୍ତ ଏକ ବଡ ଶିଳର ପେଷଣା ପଥରକୁ ନେଇ ପତ୍ନୀ ଝିଲିଙ୍କ ମୁଣ୍ଡକୁ ପିଟି ଦେବାରୁ ଘଟଣାସ୍ଥଳରେ ସେ ପ୍ରାଣ ହରାଇଥିଲେ । ପରେ ପ୍ରଶାନ୍ତ ନିଜେ ମଧ୍ୟ ଘର ମଧ୍ୟରେ ଥିବା ରଶିରେ ଝୁଲି ଆତ୍ମହତ୍ୟା କରିଥିବା ଜଣାଯାଇଛି ।