ଭଞ୍ଜନଗର: ପାଣି ପାଇଁ ରାସ୍ତା ଅବରୋଧ କଲେ ଶତାଧିକ ଲୋକେ । ଗ୍ରାମରେ ପାନୀୟ ଜଳ ପ୍ରକଳ୍ପ ଥାଇ ମଧ୍ୟ ଲୋକେ ପାଣି ପାଇ ପାରୁନଥିବାରୁ ଜାତୀୟ ରାଜପଥ ଅବରୋଧ କଲେ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକ ଢଉଗାଁର ଲୋକେ । ଯାହାର ସମାଧାନ ପାଇଁ ବହୁତ ଥର ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ ସୁଦ୍ଧା, ଏଯାବତ କୌଣସି ସମାଧାନ ହୋଇ ପାରି ନାହିଁ ।
ପ୍ରକଳ୍ପ ଅଛି ପାଣି ନାହିଁ, ରାସ୍ତା ଅବରୋଧ କଲେ ଶତାଧିକ ଲୋକ - ରାସ୍ତା ଅବରୋଧ କଲେ ଶତାଧିକ ଲୋକେ
ଗ୍ରାମରେ ପାନୀୟ ଜଳ ପ୍ରକଳ୍ପ ଥାଇ ମଧ୍ୟ ଲୋକେ ପାଣି ପାଇପାରୁନଥିବାରୁ ଜାତୀୟ ରାଜପଥ ଅବରୋଧ କଲେ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକ ଢଉଗାଁର ଲୋକେ । ଅଧିକ ପଢନ୍ତୁ...
![ପ୍ରକଳ୍ପ ଅଛି ପାଣି ନାହିଁ, ରାସ୍ତା ଅବରୋଧ କଲେ ଶତାଧିକ ଲୋକ ପାଣି ପାଇଁ ରାସ୍ତା ଅବରୋଧ କଲେ ଶତାଧିକ ଲୋକେ](https://etvbharatimages.akamaized.net/etvbharat/prod-images/768-512-12909593-thumbnail-3x2-bhanjanagar.jpg)
ପାଣି ପାଇଁ ରାସ୍ତା ଅବରୋଧ କଲେ ଶତାଧିକ ଲୋକେ
ପାଣି ପାଇଁ ରାସ୍ତା ଅବରୋଧ କଲେ ଶତାଧିକ ଲୋକେ
ଏନେଇ ଏହାର ପ୍ରତିବାଦରେ ଆଜି ଶତାଧିକ ମହିଳା ପୁରୁଷ ରାଜପଥକୁ ଅବରୋଧ କରିଥିବା ବେଳେ ଆସିକାରୁ ସୋରଡ଼ା ଗାଡି ଚଳାଚଳ ବନ୍ଦ ରହିଛି । ଅନ୍ୟପଟେ ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡିଛି ।
ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ