ବ୍ରହ୍ମପୁର : ମାନବବାଦୀ ହେତୁବାଦୀ ସଙ୍ଗଠନ ପକ୍ଷରୁ ସୂର୍ଯ୍ୟପରାଗରେ ସାମୁହିକ ଭୋଜନ କାର୍ଯ୍ୟକ୍ରମ । ବ୍ରହ୍ମପୁର ସିଟି ହାଇସ୍କୁଲ ରୋଡ ସ୍ଥିତ ଚାର୍ବାକ ଭବନ ଠାରେ ଏକ ସଚେତନତା ସଭା ସହିତ ସାମୁହିକ ଭୋଜନ କାର୍ଯ୍ୟକ୍ରମର ବ୍ୟବସ୍ଥା ହୋଇଥିଲା । ଏହି ସଙ୍ଗଠନ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ପରି ମହାଜାଗତିକ ଘଟଣାକୁ ନେଇ ସମାଜରେ ବିଭିନ୍ନ ପ୍ରକାରର ଭ୍ରାନ୍ତ ଧାରଣା ଓ କୁପ୍ରଥା ରହି ଆସିଥିବା ଦର୍ଶାଇଥିଲା ।
ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ଅଭାବରୁ ସାଧାରଣ ଜନତା ବର୍ଷ ବର୍ଷ ଧରି ଚାଲି ଆସିଥିବା ଉପରୋକ୍ତ ଧାରଣା ଗୁଡିକୁ ବିଶ୍ୱାସ କରିଥାନ୍ତି । ତେବେ ବୈଜ୍ଞାନିକ ଧାରଣାର ଆଧାରରେ ଏସବୁ ମହାଜାଗତିକ ଘଟଣା ଗୁଡିକ ପଛରେ ରହିଥିବା ପ୍ରକୃତ ସତ୍ୟକୁ ଅବଗତ କରାଇବା ପାଇଁ ବିଜ୍ଞାନ ଓ ହେତୁବାଦୀ ସଙ୍ଗଠନ ମାନଙ୍କ ପକ୍ଷରୁ ସର୍ବଦା ଚେଷ୍ଟା କରାଯାଇଥାଏ ।
କାର୍ଯ୍ୟକ୍ରମରେ ମାନବବାଦୀ ହେତୁବାଦୀ ସଂଗଠନ ଗଞ୍ଜାମ ଜିଲ୍ଲା ଶାଖାର ସମ୍ପାଦକ କେ. ନାନ୍ଦେଷୁ ସେନାପତି, ଭାଲଚନ୍ଦ୍ର ଷଡଙ୍ଗୀଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ । ଆଜି ଖଣ୍ଡଗ୍ରାସ ବା ଆଶିଂକ ସୂର୍ଯ୍ୟପରାଗ। ଗଳିତ ବର୍ଷର ଦ୍ବିତୀୟ ତଥା ଶେଷ ସୂର୍ଯ୍ୟ ପରାଗ ଦୃଶ୍ୟମାନ ହୋଇଛି। ଏଥିପାଇଁ ଭୋର 4ଟା 57ରୁ ପାକ ତ୍ୟାଗ ଓ ଦେବନୀତି ନିଷେଧ କରାଯାଇଥିଲା।