ଓଡିଶା

odisha

By

Published : Oct 21, 2022, 12:27 PM IST

ETV Bharat / state

୪୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ବେଆଇନ ବାଣ ଜବତ, ଜଣେ ଗିରଫ

ନଳବଣ୍ଟା ଗ୍ରାମରୁ ବେଆଇନ ବାଣ ଜବତ ସହ ଜଣଙ୍କୁ ଗିରଫ କରାଯାଇଛି । ଏନେଇ ଆସିକା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

୪୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବେଆଇନ ବାଣ ଜବତ
୪୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବେଆଇନ ବାଣ ଜବତ

ଭଞ୍ଜନଗର:ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି । ଦୀର୍ଘ ଦୁଇ ବର୍ଷ ପରେ ବିନା କଟକଣାରେ ଦୀପାବଳି ପାଳିବେ ରାଜ୍ୟବାସୀ । ଗତ ବର୍ଷ ବାଣ ବିକ୍ରି ଉପରେ କଟକଣା ଲାଗିଥିବା ବେଳେ ଚଳିତ ବର୍ଷ ବାଣ ବିକ୍ରିକୁ ଅନୁମତି ମିଳିଛି । ତେବେ ଏହି ସମୟରେ ବେଆଇନ ବାଣ କାରବାର ବୃଦ୍ଧି ପାଉଥିବାରୁ ଏହା ଉପରେ ରୋକ ଲଗାଇବାକୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପୋଲିସ ଜୋରଦାର ଚଢ଼ାଉ ଜାରି ରଖିଛି । ଗତକାଲି (ଗୁରୁବାର) ପୋଲିସ ତରଫରୁ ନଳବଣ୍ଟା ଗ୍ରାମରେ ଚଢାଉ କରାଯାଇ 45 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବାଣ ଓ ବାଣ ତିଆରି ସାମଗ୍ରୀ ଜବତ କରାଯିବା ସହ ଜଣଙ୍କୁ ଗିରଫ କରିଛି ପୋଲିସ । ଏନେଇ ଆସିକା ଥାନା ଅଧିକାରୀ ସୂଚନା ଦେଇଛନ୍ତି l

୪୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବେଆଇନ ବାଣ ଜବତ

ମିଳିଥିବା ସୂଚନା ଅନୁଯାୟୀ ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା ଗ୍ରାମର ବିଭିନ୍ନ ସ୍ଥାନରେ ବିପୁଳ ପରିମାଣର ବାଣ ତିଆରି ସାମଗ୍ରୀ ଓ ବାଣ ଗଚ୍ଛିତ ଥିବା ନେଇ ଏକ ବିଶେଷସୁତ୍ରରୁ ପୋଲିସ ଖବର ପାଇଥିଲା । ଏହାପରେ ନଳବଣ୍ଟା ଗ୍ରାମରେ ଚଢାଉ କରି ପାଖାପାଖି 45 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ବାଣ ତିଆରି ସାମଗ୍ରୀ ଓ ବିଭିନ୍ନ ପ୍ରକାର ବାଣ ସହିତ ଗୋଟିଏ ପିକଅପ ଭ୍ୟାନ ଜବତ କରାଯାଇଛି । ଏଥିସହ ଜଣଙ୍କୁ ଗିରଫ କରିଛି ଆସିକା ପୋଲିସ । ଏହି ଚଢାଉରେ ଆସିକା ଏସଡିପିଓ, ତହସିଲଦାର ଓ ପୋଲିସ କର୍ମୀ ସାମିଲ ଥିଲେ ।

ଏହା ମଧ୍ୟ ପଢନ୍ତୁ-ହାଇସ୍କୁଲରେ ଖୋଲିବ ଯୁକ୍ତ ୨, ପ୍ରଥମ ପର୍ଯ୍ୟାୟରେ ୧୦୦ ସ୍କୁଲ ସାମିଲ

ତେବେ କେବଳ ଭଞ୍ଜନଗର ନୁହେଁ କଟକ ଜଗତପୁର ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ବୁଧବାର ବିପୁଳ ପରିମାଣରେ ବେଆଇନ ବାଣ ଓ ବାଣ ତିଆରି ସାମଗ୍ରୀ ଜବତ କରିଥିଲା । ଏହି ଘଟଣାରେ ୬ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି କଟକ କମିଶନରେଟ ପୋଲିସ । ସେହିପରି ରାଇରଙ୍ଗପୁରରେ ଗତ ୧୭ ତାରିଖ ଦିନ ବିଳମ୍ବିତ ରାତିରେ କରଞ୍ଜିଆ ଥାନା ପୋଲିସ NAC ଅଞ୍ଚଳରେ ଏକ ବଡ଼ ବେଆଇନ ବାଣ ଗୋଦାମ ଘରେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳ ୪୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ବାଣ ଜବତ ହୋଇଥିଲା । ଏହି ଚଢ଼ାଉ ସମୟରେ କୌଶଳ କ୍ରମେ ପ୍ରଦୀପ ସାହା ନାମକ ଜଣେ ବାଣ ବ୍ୟବସାୟୀ ଖସି ପଳାଇବାରେ ସଫଳ ହୋଇଥିଲା । ଅନ୍ୟପଟେ ଗୋଦାମ ଦାୟିତ୍ୱରେ ଥିବା ଚାରି ଜଣ କର୍ମଚାରୀଙ୍କୁ ପୋଲିସ ଅଟକ ରଖି ଅଧିକ ତଦନ୍ତ ଚଳାଉଥିବା ସୂଚନା ମିଳିଛି ।

ଗଞ୍ଜାମ, ଇଟିଭି ଭାରତ

ABOUT THE AUTHOR

...view details