ଓଡିଶା

odisha

ETV Bharat / state

ହାଇକୋର୍ଟ ସ୍ଥାୟୀବେଞ୍ଚ ପ୍ରତିଷ୍ଠା ଦାବିରେ ରାସ୍ତାରୋକ କଲେ ଗଞ୍ଜାମ ଓକିଲ ସଂଘ - high court permanent bench

ବ୍ରହ୍ମପୁରରେ ହାଇକୋର୍ଟର ସ୍ଥାୟୀବେଞ୍ଚ ପ୍ରତିଷ୍ଠା ଦାବି ନେଇ ରାସ୍ତାରୋକ କରିଛନ୍ତି ଗଞ୍ଜାମ ଓକିଲ ସଂଘ  ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ବ୍ରହ୍ମପୁର

By

Published : Aug 29, 2019, 6:50 PM IST

ବ୍ରହ୍ମପୁର: ବ୍ରହ୍ମପୁରରେ ହାଇକୋର୍ଟ ସ୍ଥାୟୀବେଞ୍ଚ ପ୍ରତିଷ୍ଠା ଦାବି ନେଇ ବ୍ରହ୍ମପୁର ସହରର କମ୍ମାପଲ୍ଲୀ ଛକରେ ରାସ୍ତାରୋକ କରିଛନ୍ତି ଗଞ୍ଜାମ ଓକିଲ ସଂଘ । ଓକିଲ ସଂଘ ପକ୍ଷରୁ ଚାଲିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନକୁ ନେଇ ଆଇନଜୀବୀମାନେ ବୁଧବାର ଏହି ରାସ୍ତାରୋକ କରିଛନ୍ତି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ବ୍ରହ୍ମପୁର

ଗତ କିଛି ବର୍ଷ ଧରି ସଂଘର ପୂର୍ବ ନିଷ୍ପତ୍ତି କ୍ରମେ ମାସର ଶେଷ ଚାରି ଦିନ ଆଇନଜୀବୀ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହେଉଛନ୍ତି । ତେବେ ବୁଧବାର ଏହି ଆନ୍ଦୋଳନରେ ସଂଘର ସଭାପତି ରବି ପାଣିଗ୍ରାହୀ ଓ ସମ୍ପାଦକ କୈଳାଶ ପାଣିଗ୍ରାହୀଙ୍କ ନେତୃତ୍ବରେ ଆଇନଜୀବୀ ମାନେ ସଂଘ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କିଛି ସମୟ ପାଇଁ ରାସ୍ତା ଅବରୋଧ କରିଥିଲେ ।

ତେବେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ନୂଆ ନୂଆ ଢଙ୍ଗରେ ଏଭଳି ଆନ୍ଦୋଳନ କରାଯାଉଥିବା ବେଳେ ଏହାକୁ ଆହୁରି ବ୍ୟାପକ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ଏହି ଅବସରରେ ବରିଷ୍ଠ ଆଇନଜୀବୀ ବସନ୍ତ ପଣ୍ଡା, ପ୍ରଦୀପ ବେହେରା, ଉପସଭାପତି ଚିତରଞ୍ଜନ ଶତପଥୀ, ସହ ସମ୍ପାଦକ କିରଣ କୁମାର ମଣ୍ଡଳଙ୍କ ସମେତ ସଂଘର ବହୁ ସଦସ୍ୟ ଉପସ୍ଥିତ ରହିଥିଲେ ।


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details