ବ୍ରହ୍ମପୁର: ଗତ ଦୁଇ ଦିନ ଧରି ଲାଗି ରହିଥିବା ପ୍ରବଳ ବର୍ଷା ଯୋଗୁଁ ଅନେକ ଗ୍ରାମ ଜଳବନ୍ଦୀ ହୋଇଛି । ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକର ଦୁଇ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବର୍ଷା ଯୋଗୁଁ ପାତ୍ରପୁର ଭଳି ପାହାଡିଆ ଇଲାକାରେ ରହିଥିବା ଆଦିବାସୀ ମାନେ ଏକ ପ୍ରକାର ଆତଙ୍କିତ ହୋଇପଡିଛନ୍ତି ।
ବିଶେଷ କରି ବାଘଲଟି ଜଳ ଭଣ୍ଡାର ଆର ପାରିରେ ଥଇଥାନ ଅପେକ୍ଷାରେ ରହିଥିବା ପାଞ୍ଚରୁ ଊର୍ଦ୍ଧ୍ବ ଗ୍ରାମର ଲୋକମାନଙ୍କ ଚିନ୍ତା ବୃଦ୍ଧି ପାଇଛି । ବର୍ଷାର ପ୍ରକୋପ ବଢୁଥିବାରୁ ବାଘଲଟି ପ୍ରକଳ୍ପ ତରଫରୁ ସତର୍କ ସୂଚନା ଜାରି କରାଯାଇଥିବାବେଳେ ଏବେ କିଛି ଗ୍ରାମରେ ପାହାଡ଼ ଉପରୁ ପାଣି ଖସୁଥିବା ଗ୍ରାମ ମଧ୍ୟରେ ପ୍ରବେଶ କରୁଥିବା ସୂଚନା ମିଳୁଛି ।