ଓଡିଶା

odisha

ETV Bharat / state

ନବ ଦାସ ହତ୍ୟା ଘଟଣା: ଗୋପାଳ ଓ ପରିବାର ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କଲା କ୍ରାଇମବ୍ରାଞ୍ଚ - ଅଭିଯୁକ୍ତ ପୋଲିସ ଏସ୍‌ଆଇ ଗୋପାଳ ଦାସ

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଘଟଣାରେ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ଶନିବାର ସକାଳେ ଅଭିଯୁକ୍ତ ପୋଲିସ ଏସ୍‌ଆଇ ଗୋପାଳ ଦାସର ଘରୁ କିଛି ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର ଓ ବ୍ୟାଙ୍କ ଆକାଉଣ୍ଟ ଜବତ କରିଥିଲା କ୍ରାଇମବ୍ରାଞ୍ଚ ଟିମ । ଏହାପରେ ଗୋପାଳ ଓ ତାର ପରିବାର ସଦସ୍ୟଙ୍କ ନାମରେ ରହିଥିବା ବ୍ୟାଙ୍କ ଆକାଉଣ୍ଟ ଗୁଡ଼ିକୁ ଯାଞ୍ଚ କରିଛି କ୍ରାଇମବ୍ରାଞ୍ଚ । ଅଧିକ ପଢ଼ନ୍ତୁ

ଗୋପାଳ ଓ ପରିବାର ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କଲା କ୍ରାଇମବ୍ରାଞ୍ଚ
ଗୋପାଳ ଓ ପରିବାର ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କଲା କ୍ରାଇମବ୍ରାଞ୍ଚ

By

Published : Feb 4, 2023, 5:52 PM IST

ଗୋପାଳ ଓ ପରିବାର ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କଲା କ୍ରାଇମବ୍ରାଞ୍ଚ

ବ୍ରହ୍ମପୁର: ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଘଟଣାରେ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ବ୍ରହ୍ମପୁର ସହରରେ ରହି ଅଭିଯୁକ୍ତ ପୋଲିସ ଏଏସ୍ଆଇ ଗୋପାଳ ଦାସ ବିଷୟରେ ଅଧିକ ଖୋଳତାଡ କରୁଥିବା କ୍ରାଇମବ୍ରାଞ୍ଚ ଟିମ୍ ଶନିବାର ଗୋପାଳର ଆଙ୍କୁଲିସ୍ଥିତ ଘରୁ ଜବତ କରିଥିବା ଗୋପାଳ ଓ ତାର ପରିବାରର ବ୍ୟାଙ୍କ ଆକାଉଣ୍ଟକୁ ବ୍ୟାଙ୍କରେ ପହଞ୍ଚି ଯାଞ୍ଚ କରିଛି ।

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁକୁ ଏକ ସପ୍ତାହ ବିତିଯାଇଥିବାବେଳେ ଘଟଣା ଉପରୁ ଆଜି ପର୍ଯ୍ୟନ୍ତ ପରଦା ହଟିପାରିନି । ଗୁଳି କରି ହତ୍ୟା କରିଥିବା ନିଜେ ଅଭିଯୁକ୍ତ ଗୋପାଳ ସ୍ବୀକାର କରିଥିବା ବେଳେ ଏହା ପଛର କାରଣ କଣ ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ତେବେ ଏହି ଘଟଣାରେ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ଗତକାଲି (ଶୁକ୍ରବାର) ଗୋପାଳର ବୁଢ଼ୀଜାମସ୍ଥିତ ଏମସିଏଲ କ୍ବାର୍ଟର ଖୋଳତାଡ଼ କରି ସେଠାରୁ ଏକ ହାତଲେଖା ଡାଏରୀ ଏବଂ କାର୍ ଜବତ କରିଥିଲା କ୍ରାଇମବ୍ରାଞ୍ଚ । ଅନ୍ୟପଟେ ଗୋପାଳର CFSI ଏବଂ LVD ଟେଷ୍ଟ କରିବା ପାଇଁ ଦିଲ୍ଲୀରୁ ଏକ ୬ ଜଣିଆ ଟିମ୍ ଝାରସୁଗୁଡାରେ ପହଞ୍ଚିଛି ।

ସେପଟେ ବ୍ରହ୍ମପୁରରେ ଗତ ୫ ଦିନ ଧରି ଡେରା ପକାଇଥିବା କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟିମ ବିଭିନ୍ନ ଦିଗକୁ ନେଇ ତନାଘନା ଜାରି ରଖିଛି । ଆଜି (ଶନିବାର) ସକାଳେ କ୍ରାଇମବ୍ରାଞ୍ଚ ଟିମ ଗୋପାଳଙ୍କ ଆଙ୍କୁଲିସ୍ଥିତ ବାସବଭନରେ ଚଢାଉ କରି କେତେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଏବଂ ବ୍ୟାଙ୍କ ଆକାଉଣ୍ଟ ଜବତ କରିଥିଲା । ଏହି କାଗଜପତ୍ର ଆଧାରରେ ବ୍ୟାଙ୍କରେ ପହଞ୍ଚି ଅଭିଯୁକ୍ତ ଗୋପାଳ ଓ ତାର ପରିବାରର ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିଛି କ୍ରାଇମବ୍ରାଞ୍ଚ ଟିମ । ବ୍ରହ୍ମପୁର ସହରର ଏମକେସିଜି ମେଡିକାଲ ପରିସରରେ ଥିବା ଷ୍ଟେଟବ୍ୟାଙ୍କ ଶାଖାରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ଗୋପାଳ ଏବଂ ତାଙ୍କ ପରିବାର ନାମରେ କେତେ ବ୍ୟାଙ୍କ ଆକାଉଣ୍ଟ ରହିଛି ଓ ସେଥିରେ କେଉଁମାନେ ଟଙ୍କା ଜମା କରିଛନ୍ତି ଏବଂ କେବେ କେଉଁ ବ୍ୟକ୍ତି ବିଶେଷ ଟଙ୍କା ଉଠାଇଛନ୍ତି, ଏ ସମସ୍ତ ବିଷୟକୁ ତଦନ୍ତ କରିଛି କ୍ରାଇମବ୍ରାଞ୍ଚ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details