ଭଞ୍ଜନଗର: ସୋରଡା ଥାନା ନିକଟ ନୂଆଗଡ ଗ୍ରାମ ଋଷିକୁଲ୍ୟା ନଦୀ ବାଲିପଠାରୁ ଏକ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ଘଟଣା। ଧରାପଡ଼ିଯିବା ଭୟରେ ମୁଣ୍ଡଟିକୁ କାଟି ଅନ୍ୟ କେଉ ସ୍ଥାନରେ ଲୁଚାଇଦେଇଥିଲା ହତ୍ୟାକାରୀ । ହତ୍ୟାର ଶିକାର ହୋଇଥିଲେ ଭଗବାନ ନାୟକ । ତେବେ ହତ୍ୟାକାରୀ ଆଉ କେହି ନଥିଲେ, ନିଜ ସ୍ତ୍ରୀ ଓ ଶାଶୁ ଶଶୂର ତାଙ୍କୁ ମାରି ନଦୀ ବାଲିପଠାରେ ପୋତି ଦେଇଥିଲେ ।
ଆସିକା SDPO ଉମା ଶଙ୍କର ସିଂଙ୍କ ସୂଚନା ମୁତାବିକ, ଭଗବାନ ନାୟକ ଆଠ ବର୍ଷ ତଳେ ଝିଲି ନାୟକଙ୍କୁ ବିବାହ କରିଥିଲେ । ସେମାନଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛି । କିନ୍ତୁ ଅଧିକାଂଶ ସମୟରେ ସ୍ଵାମୀ ସ୍ତ୍ରୀ ମଧ୍ୟରେ କଳହ ଲାଗି ରହୁଥିଲା । ଯାହା ଫଳରେ ସ୍ବାମୀକୁ ରାସ୍ତାରୁ ହଟାଇବାକୁ ପଛେଇଲାନି ସ୍ତ୍ରୀ । ନିଜ ବାପା ମା’ଙ୍କ ସାହାରା ନେଇ ଗତ 18 ତାରିଖ ରାତିରେ ଭଗବାନକୁ ଏକ କାତି ସାହାଯ୍ୟରେ ହତ୍ୟା କରି ପ୍ରମାଣ ନଷ୍ଟ କରିବା ପାଇଁ ନୂଆଗଡ ନଦୀ ବାଲି ପଠାରେ ଶରୀରକୁ ପୋତିଦେଇଥିଲେ ଏବଂ ମୁଣ୍ଡଟିକୁ ଅନ୍ୟତ୍ର ପୋତିଦେଇଥିଲେ ।