ଓଡିଶା

odisha

By

Published : Nov 11, 2020, 9:04 PM IST

ETV Bharat / state

ଗଞ୍ଜାମରେ ଗ୍ରୀନ ଦିପାବଳୀ, ମାସ୍କ ନଥିଲେ ମିଳିବିନି କୌଣସି ସେବା

ଚଳିତ ସପ୍ତାହରେ ଗ୍ରୀନ ଦିପାବଳୀ ପାଳନ ହେବା ସହ ମାସ୍କ ପିନ୍ଧିନଥିଲେ କୌଣସି ସେବା ନଯୋଗାଇବା ପାଇଁ ଆହ୍ବାନ କଲେ ଗଞ୍ଜାମ ଜିଲ୍ଲାପାଳ । ଅଧିକ ପଢ଼ନ୍ତୁ...

green dipawali, green diwali in ganjam, no mask no service, district collector of ganjam, ପାଳିତ ହେବ ଗ୍ରୀନ ଦିପାବଳୀ, ମାସ୍କ ନଥିଲେ ମିଳିବିନି କୌଣସି ସେବା, ଗଞ୍ଜାମରେ ଗ୍ରୀନ ଦିପାବଳୀ ପାଳନ
ଗଞ୍ଜାମରେ ଗ୍ରୀନ ଦିପାବଳୀ, ମାସ୍କ ନଥିଲେ ମିଳିବିନି କୌଣସି ସେବା

ବ୍ରହ୍ମପୁର: ଚଳିତ ସପ୍ତାହରେ ସମଗ୍ର ଗଞ୍ଜାମ ଜିଲ୍ଲାରେ ଯେପରି ଗ୍ରୀନ ଦୀପାବଳୀ ପାଳନ ହେବ ସେଥି ସକାଶେ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ। ବାଣ ନ ଫୁଟାଇ କେବଳ ଦୀପ ଜାଳି ଦୀପାବଳୀ ପାଳନ କରିବାକୁ କୁହାଯାଇଛି। ପାର୍କ ଖେଳ ପଡିଆକୁ ଯାଇ ଲୋକେ ୱାକ କରିପାରିବେ, କିନ୍ତୁ ସାମାଜିକ ଦୂରତ୍ବ ପ୍ରତି ସଜାଗ ରହିବାକୁ କୁହାଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସି ଜରିଆରେ ଜିଲ୍ଲା ସ୍ତରୀୟ କୋଭିଡ୍ ପରିଚାଳନା ବୈଠକରେ ଦୋକାନ ଠାରୁ ଆରମ୍ଭ କରି ବ୍ୟାଙ୍କ ସେବା, ବସ୍‌, ଅଟୋ, ତହସିଲ୍‌, ବ୍ଲକ କାର୍ଯ୍ୟାଳୟ ସେବା, ଚିକିତ୍ସାଳୟ ଇତ୍ୟାଦି ସମସ୍ତ ସରକାରୀ ଓ ବେସରକାରୀ ସେବା ଗୁଡିକୁ ମାସ୍କ ନଥିଲେ ସେବା ଯୋଗାଇ ଦେବାକୁ ବାରଣ କରାଯାଇଛି ।

ଲୋକେ କୌଣସି କାମରେ ଘରୁ ବାହାରିଲେ ମାସ୍କ ଯେମିତି ପିନ୍ଧିବା ସୁନିଶ୍ଚିତ କରିବେ ସେହିଭଳି ସଚେତନତା ଆବଶ୍ୟକତା ରହିଛି । ସବୁ ସ୍ଥାନରେ ମାସ୍କ ବଣ୍ଟନ ଓ ସଚେତନ କାର୍ଯ୍ୟକୁ ବ୍ୟାପକ କରନ୍ତୁ । ମନ୍ଦିର ମାନଙ୍କରେ ସୀମିତ ସ୍ଥାନ ରହିଛି ଏବଂ ଭିତରେ ବାୟୁ ଚଳପ୍ରଚଳ ଠିକ୍ ରୂପେ ହୋଇପାରୁନାହିଁ । ସେଥି ସକାଶେ ମନ୍ଦିରକୁ ଯାଇ ସଂକ୍ରମିତ ନ ହେବା ପାଇଁ ବୟସ୍କ ଓ ବିଭିନ୍ନ ରୋଗରେ ପୀଡିତ ବ୍ୟକ୍ତିଙ୍କୁ ସତର୍କ କରାଯାଉଛି । ସଂକ୍ରମଣ ପୁଣି ଥରେ ବ୍ୟାପିପାରେ । ଏଣୁ ମନ୍ଦିର ଖୋଲିବାକୁ ବାରଣ କରାଯାଇଛି । ଜଣେ ହେଲେ କୋଭିଡ୍ ଯୋଦ୍ଧା ସଂକ୍ରମିତ ଯେମିତି ନହେବେ ସେଥିପ୍ରତି ସଜାଗ ରୁହନ୍ତୁ । ଦୈନିକ ଟେଷ୍ଟ ସକାଶେ ଯାହା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ତାହା ଯେମିତି ପୂରଣ ହେବ ସେହି ଦିଗରେ ଧ୍ୟାନ ଦିଅନ୍ତୁ । ଦୀପାବଳୀ ପୂର୍ବରୁ ସମସ୍ତ ଘରକୁ ଘର ବୁଲି ସ୍ବାସ୍ଥ୍ୟ ଯାଞ୍ଚ କାମ ଶେଷ କରି ଷ୍ଟିକର ଲଗାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ବୈଠକରେ ମହାନଗର ନିଗମ କମିଶନର ଡଃ ସିନ୍ଧେଶ୍ବର ବଳିରାମ ବନ୍ଦାର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଓ ଅମୀୟ କୁମାର ସାହୁ, ଡଡା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରନ ମଣ୍ଡଳ, ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କୀର୍ତ୍ତି ୱାସନ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ମୁଖ୍ୟ ଜିଲ୍ଲା ଚିକିତ୍ସାଧୀକାରୀ ଡଃ ଉମା ଶଙ୍କର ମିଶ୍ର, ଜରୁରୀ କାଳୀନ ଅଧିକାରୀ ଡଃ ଦିବ୍ୟ ଲୋଚନ ମହାନ୍ତ, ଜିଲ୍ଲା ଶିକ୍ଷାଧିକାରୀ ଅମୁଲ୍ୟ କୁମାର ପ୍ରଧାନ, ଜିଲ୍ଲା ମଙ୍ଗଳ ଅଧିକାରୀ ପରୀକ୍ଷିତ ଦାଶ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରବି ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details