ବ୍ରହ୍ମପୁର: ଗ୍ରାମୀଣ ଡାକସେବକଙ୍କ ପାଇଁ ସରକାରଙ୍କ ପକ୍ଷରୁ ଗଠନ ହୋଇଥିବା ଜି.ଡି.ଏସ୍ କମିଟିର ରିପୋର୍ଟକୁ ତୁରନ୍ତ କାର୍ଯ୍ୟକାରୀ କରିବା, ବିଭାଗୀୟ କର୍ମଚାରୀଙ୍କ ଅବସରକାଳୀନ ପେନସେନ୍ ପ୍ରଦାନ କରିବା , ଗ୍ରାମୀଣ ଡାକସେବକଙ୍କୁ ପଦନ୍ନୋତି ପ୍ରଦାନ କରିବା ଭଳି ବାର ଦାବି ନେଇ ଦିନିକିଆ ଧର୍ମଘଟରେ ସାମିଲ ହୋଇଛନ୍ତି ଗ୍ରାମୀଣ ଡାକସେବକ ସଂଘ ।
12 ଦଫା ଦାବି ନେଇ ଦିନିକିଆ ଧର୍ମଘଟରେ ସାମିଲ ଗ୍ରାମୀଣ ଡାକସେବକ ସଂଘ - ganjam latest news
ଗ୍ରାମୀଣ ଡାକସେବକଙ୍କୁ ପଦନ୍ନୋତି ପ୍ରଦାନ କରିବା ଭଳି ବାର ଦାବି ନେଇ ଦିନିକିଆ ଧର୍ମଘଟରେ ସାମିଲ ହୋଇଛନ୍ତି ଗ୍ରାମୀଣ ଡାକସେବକ ସଂଘ ।
![12 ଦଫା ଦାବି ନେଇ ଦିନିକିଆ ଧର୍ମଘଟରେ ସାମିଲ ଗ୍ରାମୀଣ ଡାକସେବକ ସଂଘ ବାର ଦଫା ଦାବୀ ନେଇ ଦିନିକିଆ ଧର୍ମଘଟରେ ସାମିଲ ଗ୍ରାମୀଣ ଡାକସେବକ ସଂଘ](https://etvbharatimages.akamaized.net/etvbharat/prod-images/768-512-9599562-thumbnail-3x2-f.jpg)
ବାର ଦଫା ଦାବୀ ନେଇ ଦିନିକିଆ ଧର୍ମଘଟରେ ସାମିଲ ଗ୍ରାମୀଣ ଡାକସେବକ ସଂଘ
ବାର ଦଫା ଦାବୀ ନେଇ ଦିନିକିଆ ଧର୍ମଘଟରେ ସାମିଲ ଗ୍ରାମୀଣ ଡାକସେବକ ସଂଘ
ଅଖିଳ ଭାରତୀୟ ଗ୍ରାମୀଣ ଡାକସେବକ ସଂଘର ଆହ୍ବାନ କ୍ରମେ ବ୍ରହ୍ମପୁର ସହରର ମୁଖ୍ୟ ଡାକଘର ସମ୍ମୁଖରେ ଆୟୋଜିତ ପ୍ରତିବାଦ ସାମିଲ ହୋଇଥିଲେ ଗ୍ରାମୀଣ ଡାକସେବକ ସଂଘର କର୍ମକର୍ତ୍ତା । ସଂଘର ଓଡିଶା ସର୍କଲର ସମ୍ପାଦକ କଳ୍ପବଟ୍ଟ ପଟ୍ଟନାୟକଙ୍କ ନେତୃତ୍ବରେ ଆୟୋଜିତ ପ୍ରତିବାଦରେ ସରକାର ତୁରନ୍ତ ଏହି ଦାବି ପ୍ରତି ଗୁରୁତ୍ବ ନଦେଲେ ଆଗାମୀ ୨୬ ତାରିଖରେ ଧର୍ମଘଟକୁ ଓଲ୍ଲାଇବାକୁ ଚେତାବନୀ ଦିଆଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ