ଓଡିଶା

odisha

ETV Bharat / state

ବିକାଶ ଅପେକ୍ଷାରେ ବଡଗୋଛା: ପ୍ରଶାସନ କାନରେ ପଡୁନି ଡାକ, ଦୂର ହେଉନି ଦୁଃଖ - ବଡଗୋଛା ପଞ୍ଚାୟତବାସୀ

ସରକାର ଯୋଜନା ପରେ ଯୋଜନା କରୁଛନ୍ତି କିନ୍ତୁ ଲୋକଙ୍କ ପାଖରେ ଏହା ଅପହଞ୍ଚ । ନା ଅଛି ଶିକ୍ଷା, ସ୍ବାସ୍ଥ୍ୟ, ରାସ୍ତାଘାଟ, ପାନୀୟ ଜଳ ନା ମୋବାଇଲ ନେଟୱର୍କ । ନାହିଁ ନାହିଁରେ ବିତୁଛି ଦିନ, ଏଭଳି ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ବଡ଼ଗୋଛା ପଞ୍ଚାୟତବାସୀ l ଅଧିକ ପଢନ୍ତୁ...

govt scheme not reach in badagada panchayat of ganjam district
ବଡଗୋଛା ପଞ୍ଚାୟତବାସୀଙ୍କ ପାଇଁ ସରକାରୀ ଯୋଜନା ପାଲଟିଛି ସାତ ସପତନ

By

Published : Nov 12, 2021, 6:12 PM IST

ଭଞ୍ଜନଗର: ସରକାର ଯୋଜନା ପରେ ଯୋଜନା କରୁଛନ୍ତି କିନ୍ତୁ ଏହା ଲୋକଙ୍କ ପାଖରେ ଅପହଞ୍ଚ । ନା ଅଛି ଶିକ୍ଷା, ସ୍ବାସ୍ଥ୍ୟ, ରାସ୍ତାଘାଟ, ପାନୀୟ ଜଳ ନା ମୋବାଇଲ ନେଟୱର୍କ । ଆଧୁନିକ ଯୁଗରେ ମଣିଷ ଚନ୍ଦ୍ରରେ ଜାଗା କିଣିଲାଣି । କିଛି ମିନିଟ ମଧ୍ୟରେ ମୋବାଇଲରେ ସାରା ଭାରତ ତଥା ଦେଶ ବିଦେଶର ଖବର ଆସୁଛି । ମୋବାଇଲ ନେଟୱର୍କ ଦ୍ଵାରା ସବୁ ପ୍ରକାର ସରକାରୀ ବେସରକାରୀ କାମ ସବୁ ସମୟରେ ସବୁ ସ୍ଥାନରେ ହୋଇପାରୁଛି । ହେଲେ ମୋବାଇଲ ନେଟୱର୍କ ନଥିବାରୁ ଲୋକେ ସମସ୍ତ ପ୍ରକାର ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି l ଏଭଳି ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ବଡ଼ଗୋଛା ପଞ୍ଚାୟତବାସୀ l

ବଡଗୋଛା ପଞ୍ଚାୟତବାସୀଙ୍କ ପାଇଁ ସରକାରୀ ଯୋଜନା ପାଲଟିଛି ସାତ ସପତନ

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ବଡ଼ଗୋଛା ପଞ୍ଚାୟତ l ଏହି ପଞ୍ଚାୟତର ଜନସଂଖ୍ୟା କହିଲେ କୋଡିଏ ହଜାରରୁ ଉର୍ଦ୍ଧ୍ବ ହେବ l ପଞ୍ଚାଯତର ମିନାଙ୍ଗୀ, ଗିନିମା, ପିରିଡିବନ୍ଧ, ଗୁଡ଼ିପଦା, ସାନଗୋଚ୍ଛା, ସାଲିମାଗୋଚ୍ଛା ଏପରି 15 ଗୋଟି ଗ୍ରାମରେ ମୋବାଇଲ ନେଟୱର୍କ ନଥିବାରୁ ଲୋକମାନେ ସମସ୍ତ ସୁବିଧାରୁ ବଞ୍ଚିତ ହେଉଛନ୍ତି l ପରିବାର ସମ୍ପର୍କୀୟ ମାନଙ୍କ ସହ କଥା ହେବାକୁ ହେଲେ ବିଲମାଳରେ କିମ୍ବା ପାହାଡ଼ ଉପରେ ଯାଇ କଥାହେବାକୁ ପଡୁଛି l ଅନଲାଇନ ପାଠପଢା ହେଉ କିମ୍ବା ଆମ୍ବୁଲାନ୍ସ ଡାକିବାକୁ ହେଲେ ଲୋକମାନେ ନାହିଁ ନଥିବା ଅସୁବିଧାର ସମୁଖୀନ ହେବାକୁ ପଡୁଛି ତୁରନ୍ତ ଏହି ଅଂଚଳରେ ମୋବାଇଲ ସେବା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ଗ୍ରାମରେ ସ୍ବଚ୍ଛ ପାନୀୟ ଜଳ ପାଇଁ 50 ଲକ୍ଷ୍ୟରୁ ଉର୍ଦ୍ଧ ବ୍ୟୟ ରେ ପାଣି ଟାଙ୍କି ହୋଇଛି । ଗ୍ରାମରେ ପାଇପ ବିଛାଯାଇଛି କିନ୍ତୁ କଣ୍ଟ୍ରାକ୍ଟର ର ମନମୂଖୀ ଯୋଗୁ ପାନୀୟ ଜଳ ଯୋଗାଣ ହୋଇପାରୁନି । ଲୋକମାନେ ନଳକୂପ ଏବଂ ଝରଣା ପାଣି ବ୍ୟବହାର କରୁଛନ୍ତି । ଯେଉଁ ନଳକୂପ ବ୍ୟବହାର କରୁଛନ୍ତି ସେଠାରେ ଘୁଷୁରି ,କୁକୁର ରହି ପାଣି ପିଉଛନ୍ତି । ପରିବେଶ ଦେଖିଲେ ରୋଗକୁ ଆମନ୍ତ୍ରଣ କରିବା ଭଳି l ଏହି ସବୁ ସମସ୍ୟାର ସମାଧାନ କରାନଗଲେ ଆସନ୍ତା ପଞ୍ଚାୟତ ନିର୍ବାଚନ ରେ ଭୋଟ ବର୍ଜନ କରିବୁ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ l


ପଞ୍ଚାଯତ ଟି ଗଞ୍ଜାମ କନ୍ଧମାଳ ବୋର୍ଡର ରେ ଅବସ୍ଥିତ । ଗ୍ରାମାଠାରୁ କନ୍ଧମାଳ ଜିଲ୍ଲାର କାଟିଙ୍ଗା କୁ ମାତ୍ର ପାଞ୍ଚ କିଲୋମିଟର ଦୂର । ସେଠାରେ ସବୁ ସୁବିଧା ଅଛି । ସରକାରଙ୍କ ତରଫରୁ ରାସ୍ତା ପାଇଁ କିଛି ଟଙ୍କା ଖର୍ଛ ହୋଇଛି କିନ୍ତୁ ସମ୍ପୂର୍ଣ ନ ହେବା ଯୋଗୁ ରାସ୍ତା ମଧ୍ୟରେ କାଦୁଅ ,ପଥର ବାହାରି ଅଛି ତେଣୁ ବିଭିନ୍ନ ସମୟରେ ଦୁର୍ଘଟଣା ର ଶିକାର ହେବାକୁ ପଡୁଛି । ଗ୍ରାମରେ ମେଡିକାଲ ସୁବିଧା ନ ଥିବା ରୁ ଲୋକ ମାନେ ରୋଗୀଙ୍କୁ ଦୀର୍ଘ 30 କିଲୋମିଟର ବଡଗଡ କିମ୍ବା ସୋରଡା 45 କିଲୋମିଟର ନେବାକୁ ପଡୁଛି । ବାରମ୍ବାର ଗ୍ରାମବାସୀ ପ୍ରଶାସନ ଏବଂ ଜିଲ୍ଲାପାଳ ଙ୍କ ପାଖରେ ଗୁହାରି କରିଛନ୍ତି ଗ୍ରାମରେ ମୋବାଇଲ ଟାୱାର ,ପାନୀୟ ଜଳ ,ରାସ୍ତା ,ମେଡିକାଲ ସୁବିଧା କରିବାପାଇଁ ହେଲେ ପ୍ରଶାସନର ଦୃଷ୍ଟି ଏହି ପଞ୍ଚାୟତରେ କେବେ ପଡୁଛି ତାହା ଦେଖିବାକୁ ବାକି ରହିଲା ।


ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details