ବ୍ରହ୍ମପୁର:ଜେଲରୁ ଫେରିବା ପରେ ବେଶ ସକ୍ରିୟ ହୋଇଉଠିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ(Gopalpur MLA pradeep panigrahi)। ନିଜ ନିର୍ବାଚନ ମଣ୍ଡଳୀର ଗୋଟିଏ ପରେ ଗୋଟିଏ ବୁଲିବା ସହ ଲୋକଙ୍କ ଦୁଃଖ ପଚାରି ବୁଝିଛନ୍ତି । ଗତ ଦୁଇ ଦିନ ଧରି ନିଜ ନିର୍ବାଚନ ମଣ୍ଡଳୀର ହୁଗୁଳାପଟା, ଗୁରୁଣ୍ଠି, ମାର୍ଥାପଲ୍ଲୀ ଭଳି ବିଭିନ୍ନ ଗ୍ରାମ ପରିକ୍ରମା କରିବା ପରେ ଦ୍ବିତୀୟ ଦିନରେ ରଙ୍ଗିପୁର ପଞ୍ଚାୟତର ରାଳବ ଗ୍ରାମରେ ଜନ ସମ୍ପର୍କ ପଦଯାତ୍ରା ମାଧ୍ୟମରେ ସାମିଲ ହୋଇଥିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ।
ଏହା ମଧ୍ୟ ପଢନ୍ତୁ: ସକ୍ରିୟ ହେଉଛନ୍ତି ଗୋପାଳପୁର ବିଧାୟକ, ବିଭିନ୍ନ ପଞ୍ଚାୟତ ବୁଲି ବୁଝିଲେ ଲୋକଙ୍କ ଦୁଃଖ
ଗୋପାଳପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମ ବୁଲି ଲୋକଙ୍କ ସୁଖଦୁଃଖ ପଚାରି ବୁଝିଛନ୍ତି ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ । ରବିବାର ରାଳବ ଗ୍ରାମରେ ଜନ ସମ୍ପର୍କ ପଦଯାତ୍ରା ମାଧ୍ୟମରେ ସାମିଲ ହେବାକୁ ନେଇ ବେଶ ଉତ୍ସାହିତ ହୋଇଥିଲେ ସମର୍ଥକ ଏବଂ ଗ୍ରାମବାସୀ । ବିଧାୟକଙ୍କୁ ଜାତୀୟ ରାଜପଥ ହଳଦିଆପଦର କଡରୁ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ରାଳବ ନିଆଯାଇଥିବା ବେଳେ ସେଠାରେ ବିଧାୟକ ଗ୍ରାମବାସୀଙ୍କ ସହ ପଦଯାତ୍ରାରେ ସାମିଲ ହୋଇଥିଲେ । ପରେ ରାଳବ ଗ୍ରାମରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେବା ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ବେଳେ ନିଜ ନିର୍ବାଚନ ମଣ୍ଡଳୀରେ ଆସିଥିବା କେତେକ ଅଭିଯୋଗକୁ ନେଇ ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟକୁ ସମାଲୋଚନା କରିଥିଲେ ।