ବ୍ରହ୍ମପୁର: କଂଗ୍ରେସ ଦଳ ଛାଡ଼ି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ଗୋପାଳପୁର କଂଗ୍ରେସର ବିଧାୟକ ପ୍ରାର୍ଥୀଙ୍କ ସମେତ ଶହଶହ କର୍ମୀ । ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିର୍ବାଚନ ମଣ୍ଡଳୀର କରାପଲ୍ଲୀ ଠାରେ ବିଜେଡି ପକ୍ଷରୁ ଆୟୋଜିତ ମିଶ୍ରଣ ପର୍ବରେ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଗତ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ଏସ. ଧର୍ମରାଜ ରେଡ୍ଡୀଙ୍କ ସମେତ ଗୋପାଳପୁର କଂଗ୍ରେସ ଦଳର ବହୁ ବରିଷ୍ଠ ନେତୃବୃନ୍ଦ । ମୁଖ୍ୟତଃ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସ ନେତା ମାନେ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି ।
ଗୋପାଳପୁର କଂଗ୍ରେସ MLA ପ୍ରାର୍ଥୀ ବିଜେଡିରେ ସାମିଲ - ଗୋପାଳପୁର କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଜେଡିରେ ସାମିଲ
କଂଗ୍ରେସ ଦଳ ଛାଡ଼ି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ଗୋପାଳପୁର କଂଗ୍ରେସର ବିଧାୟକ ପ୍ରାର୍ଥୀଙ୍କ ସମେତ ଶହଶହ କର୍ମୀ । ଅଧିକ ପଢନ୍ତୁ
ଗୋପାଳପୁର କଂଗ୍ରେସ MLA ପ୍ରାର୍ଥୀ ବିଜେଡିରେ ସାମିଲ
ଏହି କାର୍ଯ୍ୟକ୍ରମରେ ବିଜେଡି ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସଙ୍କ ଉପସ୍ଥିତିରେ ଧର୍ମରାଜୁଙ୍କ ସମେତ ବହୁ କଂଗ୍ରେସ ନେତା ବିଜେଡିରେ ସାମିଲ ହୋଇଛନ୍ତି । ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳକୁ ଆହୁରି ସୁଦୃଢ କରିବା ସହ ଆସନ୍ତା ପଞ୍ଚାୟତ ନିର୍ବାଚନରେ ବିଜେଡିର ସମର୍ଥିତ ପ୍ରାର୍ଥୀମାନେ କିଭଳି ବିଜୟଲାଭ କରିବେ ସେନେଇ ପ୍ରଚେଷ୍ଟା କରିବି ବୋଲି କହିଛନ୍ତି କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିବା ବରିଷ୍ଠ ନେତା ଏସ.ଧର୍ମରାଜୁ ରେଡ୍ଡି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ