ବ୍ରହ୍ମପୁର: ଆଜି ଉଦଘାଟିତ ହେବ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗୋପାଳପୁରରେ ବେଳାଭୂମି ମହୋତ୍ସବ ୨୦୧୯ । ଏହି ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିବେ । ମୁଖ୍ୟମନ୍ତ୍ରୀଙ୍କ ଏହି ଗୋପାଳପୁର ଗସ୍ତକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ କରାଯାଇଛି ବ୍ୟାପକ ପ୍ରସ୍ତୁତି ।
ମୁଖ୍ୟମନ୍ତ୍ରୀ ରାଜଧାନୀରୁ ପ୍ରଥମେ ହେଲିକପ୍ଟର ଯୋଗେ ବାହାରି ଗୋପାଳପୁର ବସଷ୍ଟାଣ୍ଡରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଦିନ ୩.୫୫ ମିନିଟରେ ପହଞ୍ଚିବେ । ପରେ ସେଠାରୁ ମହୋତ୍ସବର କାର୍ଯ୍ୟକ୍ରମସ୍ଥଳରେ ପହଞ୍ଚିବା ପରେ ମହୋତ୍ସବକୁ ଉଦଘାଟନ କରିବା ସହ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେବେ ।