ଓଡିଶା

odisha

ETV Bharat / state

ସୁନା ଅଳଙ୍କାର ସହ ନଗଦ 60 ହଜାର ଲୁଟ, ସାଇଣ୍ଟିଫିକ ଟିମର ତଦନ୍ତ ଜାରି

ଗଞ୍ଜାମର ସୋରଡା ଥାନା ନିକଟରେ ଜଣଙ୍କ ଘରୁ ସୁନା ଅଳଙ୍କାର ସହ ନଗଦ 60 ହଜାର ଟଙ୍କା ଚୋରି ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ସୁନା ଅଳଙ୍କାର ସହ ନଗଦ 60000 ଲୁଟ, ସାଇଣ୍ଟିଫିକ ଟିମର ତଦନ୍ତ ଜାରି
ସୁନା ଅଳଙ୍କାର ସହ ନଗଦ 60000 ଲୁଟ, ସାଇଣ୍ଟିଫିକ ଟିମର ତଦନ୍ତ ଜାରି

By

Published : Mar 28, 2021, 6:08 PM IST

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ସୋରଡା ଥାନା ବରାଡି ସାହିରେ ଏକ ବଡ ଧରଣର ଚୋରି ହୋଇଛି । ଚୋରମାନେ ସାହିର ଦିଲ୍ଲୀପ ଦାଶଙ୍କ ଘରୁ ଲକ୍ଷାଧିକ ଟଙ୍କା ସହିତ ନଗଦ 60 ହଜାର ଟଙ୍କା ଲୁଟି ନେଇଛନ୍ତି । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୁନା ଅଳଙ୍କାର ସହ ନଗଦ 60000 ଲୁଟ, ସାଇଣ୍ଟିଫିକ ଟିମର ତଦନ୍ତ ଜାରି

ଦିଲ୍ଲୀପଙ୍କ ଘରେ କେହି ନଥିବାରୁ ଚୋରମାନେ ଏହାର ସୁଯୋଗ ନେଇ ଚୋରି କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀପଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ 21 ତାରିଖରେ ପ୍ରଥମେ ସୋରଡ଼ା ମେଡିକାଲରେ ଚିକିତ୍ସା କରାଯାଇଥିଲା । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରିଥିଲେ ସେଠାରୁ ସୁସ୍ଥ ହୋଇ 27 ତାରିଖରେ ସୋରଡ଼ା ବରାଡ଼ି ସାହିରେ ଥିବା ନିଜ ଘରକୁ ଫେରିଥିଲେ ।

ତେବେ ଘରର କବାଟ ଖୋଲିବା ପରେ ତାଙ୍କର ହୋସ ଉଡିଯାଇଥିଲା । ତାଙ୍କ ଘର ପଛ ପାର୍ଶ୍ବର କବାଟ ଖୋଲାଥିବାବେଳେ ଜିନିଷ ସବୁ ଏଣେତେଣେ ପଡ଼ିଥିଲା । ତାଙ୍କ ଘରୁ 25 ଭରି ସୁନା ଅଳଙ୍କାର ସହିତ ନଗଦ ଷାଠିଏ ହଜାର ଟଙ୍କା ଚୋରି ହୋଇଯାଇଛି । ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେବା ପରେ ପୋଲିସ ଏବଂ ସାଇଣ୍ଟିଫିକ ଟିମ ସହିତ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ କରି ଆରମ୍ଭ କରିଛି । ଅତିଶୀଘ୍ର ଚୋରକୁ କାବୁ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details