ଭଞ୍ଜନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରର ଅଧିଷ୍ଠାତ୍ରୀ ଦେବୀ ମା ମହାମାୟୀଙ୍କ ପୀଠରେ ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସର ଶନିବାର ଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ହେଉଥାନ୍ତି । ଚଳିତ ବର୍ଷ ମଧ୍ୟ ମା'ଙ୍କ ବ୍ରତ ପାଳିବା ପାଇଁ ଲୋକଙ୍କ ଭିଡ ଲାଗି ରହିଛି l ମନ୍ଦିର ବନ୍ଦ ପାଇଁ ସରକାରଙ୍କ କଡା ନିର୍ଦ୍ଦେଶ ଥିବା ସତ୍ତ୍ବେ ମୁଖ୍ୟ ଦୁଆରରେ ତାଲା ଝୁଲାଇ ଅନ୍ୟ ବାଟଦେଇ ମନ୍ଦିର ଭିତରକୁ ଲୋକେ ଯାଉଛନ୍ତି ।
ବାରଣ ସତ୍ତ୍ବେ ଖୋଲା କବିସୂର୍ଯ୍ୟନଗରର ମହାମାୟୀଙ୍କ ପୀଠ, ଭକ୍ତଙ୍କ ନାହିଁ ନଥିବା ଭିଡ - କବିସୂର୍ଯ୍ୟନଗର
ମନ୍ଦିର ବନ୍ଦ ପାଇଁ ସରକାରଙ୍କ କଡା ନିର୍ଦ୍ଦେଶ ଥିବା ସତ୍ତ୍ବେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରର ଅଧିଷ୍ଠାତ୍ରୀ ଦେବୀ ମା ମହାମାୟୀଙ୍କ ପୀଠରେ ମୁଖ୍ୟ ଦୁଆରରେ ତାଲା ଝୁଲାଇ ଅନ୍ୟ ବାଟଦେଇ ମନ୍ଦିର ଭିତରକୁ ଲୋକେ ଯାଉଛନ୍ତି । ଅଧିକ ପଢନ୍ତୁ:
ବାରଣ ସତ୍ତ୍ବେ ଖୋଲା ରହିଛି କବିସୂର୍ଯ୍ୟନଗରର ଅଧିଷ୍ଠାତ୍ରୀ ଦେବୀ ମା ମହାମାୟୀଙ୍କ ପୀଠ, ଭକ୍ତଙ୍କ ନାହିଁ ନଥିବା ଭିଡ
ଫଳରେ କୋଭିଡ ନିୟମ ଉଲ୍ଲଂଘନ ହେଉଥିବା ଦେଖିବାକୁ ମିଳିଛି l ଗଞ୍ଜାମ ଜିଲ୍ଲାରେ ସର୍ବାଧିକ କୋରୋନା ସଂକ୍ରମିତ ଓ ମୃତ୍ୟୁ କବିସୂର୍ଯ୍ୟନଗର ଅଞ୍ଚଳରେ ହୋଇଥିବାବେଳେ ସ୍ଥାନୀୟ ପ୍ରଶାସନର ଖାମଖିଆଲ ନିତିଯୋଗୁଁ ସଂକ୍ରମଣ ବୃଦ୍ଧି ଆଶଙ୍କା ସୃଷ୍ଟି ହେଉଛି l ଏଥିଲାଗି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବା ଜରୁରୀ ହୋଇପଡିଛି l
ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ