ଓଡିଶା

odisha

ETV Bharat / state

ଭଞ୍ଜନଗରରେ ଏଥର ତ୍ରିମୁଖୀ ଲଢେଇ - triangular fight

ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ପ୍ରଦ୍ୟୁମ୍ନ ନାୟକ ଏବଂ ସୋରଡା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ନିଳମଣି ବିଷୋଇ ଭଞ୍ଜନଗର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ପହଁଞ୍ଚି ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ଫଟୋ ସୌଜନ୍ଯ: ପ୍ରତିନିଧି, ଭଞ୍ଜନଗର

By

Published : Mar 26, 2019, 9:42 PM IST

ଭଞ୍ଜନଗର: ଭଞ୍ଜନଗର ନିର୍ବାଚନ ମଣ୍ଡଳୀଓ ସୋରଡା ନିର୍ବାଚନ ମଣ୍ଡଳୀରେ ହେବାକୁ ଯାଉଛି ତ୍ରିମୁଖୀ ଲଢେଇ । ଭଞ୍ଜନଗର ନିର୍ବାଚନ ମଣ୍ଡଳୀରବିଜେପି ପ୍ରାର୍ଥୀ ପ୍ରଦ୍ୟୁମ୍ନ ନାୟକ ଏବଂ ସୋରଡା ନିର୍ବାଚନ ମଣ୍ଡଳୀରବିଜେପି ପ୍ରାର୍ଥୀ ନିଳମଣି ବିଷୋଇ ଭଞ୍ଜନଗର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ପହଁଞ୍ଚି ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀଓ ସୋରଡା ନିର୍ବାଚନ ମଣ୍ଡଳୀଶାସକଦଳ ବିଜେଡି ହାତରେ ରହିଛି ।

ଭିଡିଓ ସୌଜନ୍ଯ: ପ୍ରତିନିଧି, ଭଞ୍ଜନଗର

ଉଭୟ ବିଜେପି ପ୍ରାର୍ଥ୍ରୀ ନାମାଙ୍କନ ପତ୍ର ଦାଖଲ କରିବା ବେଳେ ଏକ ବିରାଟ ଶୋଭା ଯାତ୍ରାରେ ହଜାର ହଜାର ସମର୍ଥକଙ୍କ ସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଞ୍ଚିଥିଲେ । ସେପଟେ ବିରୋଧୀଦଳ କଂଗ୍ରେସ ଓ ବିଜେପି ସରକାରଙ୍କ ଦୁର୍ନୀତି, ଚାଷୀଙ୍କପ୍ରତି ଅବହେଳା ଓବେକାରୀ ସମସ୍ୟାକୁ ପ୍ରସଙ୍ଗ କରି ଲୋକଙ୍କ ପାଖକୁ ଯିବୁ ବୋଲି କହିଥିବା ବେଳେବିଜେଡି କହିଛିନବୀନଙ୍କ ବିକାଶକୁ ଆଧାର କରି ନିର୍ବାଚନ ଲଢିବୁ ।

ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ଦୀର୍ଘ ଦିନ ଧରି ବିଜୁ ଜନତା ଦଳକୁ ସଶକ୍ତ କରି ଆସୁଥିବା ବରିଷ୍ଠ ସଙ୍ଗଠକ ତଥା ଭଞ୍ଜନଗର ବ୍ଳକ ଉପାଧକ୍ଷ ପ୍ରଭାକର ନାୟକ ବିଜେପିକୁ ସମର୍ଥନ କରିଛନ୍ତି । ସେହିପରି ବିଜେଡି ଗଞ୍ଜାମ 52 ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ପ୍ରସନ୍ନ ନାୟକ ମଧ୍ୟ ବିଜେପିର ବିଶାଳ ରାଲିରେ ସାମିଲ ହୋଇ ପ୍ରଦ୍ୟୁମ୍ନ ନାୟକଙ୍କୁ ସମର୍ଥନ ଜଣାଇଥିଲେ । ଯାହାକି ବିଜେଡି ପାଇଁ ଏକ ଝଟକାବୋଲି ଆଲୋଚନା ହେଉଛି ।

ଅନ୍ୟପଟେ ଭଞ୍ଜନଗର ବିଜେପି ବିଧାୟକ ପ୍ରାର୍ଥୀ ଏଥର ଜାତିଆଣକୁ ନେଇ ଭୋଟ ରାଜନୀତି ହେବା କଥା କହିଥିବା ବେଳେ ସୋରଡା ବିଜେପି ବିଧାୟକ ପ୍ରାର୍ଥୀ କହିଛନ୍ତି ଶିକ୍ଷା, ସ୍ଵାସ୍ଥ୍ୟ, ଜଳସେଚନ, ବେରୋଜଗାରୀ ମୁଖ୍ୟ ପ୍ରସଙ୍ଗ ରହିବ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details