ଓଡିଶା

odisha

ETV Bharat / state

ଜେଟି ସମସ୍ୟା ଭାଙ୍ଗୁଛି ମତ୍ସ୍ୟଜୀବୀଙ୍କ ସ୍ବପ୍ନ, ପେଟପାଟଣା ପାଇଁ ସାଜୁଛି ଦାଦନ - issue of fisherman

Ganjam's Fisherman community: ଗଞ୍ଜାମ ଜିଲ୍ଲାର ଆଜ୍ଜିପଲ୍ଲୀରେ ପାରମ୍ପରିକ ମତ୍ସ୍ୟଜୀବୀ ମାନେ ଅଧପନ୍ତରିଆ ଜେଟି ସହ ନାନା ସମସ୍ୟାକୁ ନେଇ ଚିନ୍ତିତ । କୌଳିକ ବୃତ୍ତି ଛାଡି ମତ୍ସ୍ୟଜୀବୀ ମାନେ ବାଧ୍ୟ ହୋଇ ବାହାର ଖଟିବାକୁ ଯାଉଛନ୍ତି ଦାଦନ । ଅଧିକ ପଢନ୍ତୁ

ଜେଟି ସମସ୍ୟା ଭାଙ୍ଗୁଛି ମତ୍ସ୍ୟଜୀବୀଙ୍କ ସ୍ବପ୍ନ , ପେଟପାଟଣା ପାଇଁ ସାଜୁଛି ଦାଦନ
ଜେଟି ସମସ୍ୟା ଭାଙ୍ଗୁଛି ମତ୍ସ୍ୟଜୀବୀଙ୍କ ସ୍ବପ୍ନ , ପେଟପାଟଣା ପାଇଁ ସାଜୁଛି ଦାଦନ

By ETV Bharat Odisha Team

Published : Jan 11, 2024, 10:42 PM IST

Updated : Jan 11, 2024, 11:03 PM IST

ଜେଟି ସମସ୍ୟା ଭାଙ୍ଗୁଛି ମତ୍ସ୍ୟଜୀବୀଙ୍କ ସ୍ବପ୍ନ, ପେଟପାଟଣା ପାଇଁ ସାଜୁଛି ଦାଦନ

ବ୍ରହ୍ମପୁର: ଆମ ରାଜ୍ୟ ଓଡିଶାରେ ରହିଛି ପ୍ରାୟ ୪୫୦ କିଲୋମିଟରୁ ଊର୍ଦ୍ଧ୍ବ ଦୈର୍ଘ୍ୟ ବିଶିଷ୍ଟ ସୁବିସ୍ତୀର୍ଣ୍ଣ ସମୁଦ୍ର ତଟ । ଏହି ସମୁଦ୍ରକୁ ନିର୍ଭର କରି କେତେ ଯେ ମତ୍ସ୍ୟଜୀବୀ ନିଜର ପରିବାରକୁ ଦାନା ଯୋଗାଇଥାନ୍ତି । ସେହିପରି ଗଞ୍ଜାମ ଜିଲ୍ଲାର ପାରମ୍ପରିକ ମତ୍ସ୍ୟଜୀବୀ ମାନେ କାହିଁ କେଉଁ କାଳରୁ ସମୁଦ୍ର ମଧ୍ୟରେ ମାଛ ମାରି ଜୀବିକା ନିର୍ବାହ କରି ଆସୁଛନ୍ତି । କିନ୍ତୁ ଜିଲ୍ଲାର ଆଜ୍ଜିପଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ଏହି ସମ୍ପ୍ରଦାୟ ଏବେ ନିଜ ଜୀବନ ଜୀବିକାକୁ ନେଇ ଚିନ୍ତାରେ ।

ଜେଟି ପାଲଟିଛି ସମସ୍ୟା: ରାତି ପାହିଲା ବେଳକୁ ସମୁଦ୍ର ମଧ୍ୟକୁ ନିଜର ଡଙ୍ଗା ନେଇ ମତ୍ସ୍ୟଜୀବୀ ମାନେ ବଙ୍ଗୋପସାଗର ମଧ୍ୟକୁ ଯାତାୟତ ପାଇଁ ରହିଥିବା ଜଳପଥ ରାସ୍ତା କୁହାଯାଉଥିବା ଜେଟିକୁ ବ୍ୟବହାର କରିଥାନ୍ତି । ମାତ୍ର ଏହି ଜେଟିଟି ସଠିକ୍ ଭାବରେ ଖନନ ହୋଇପାରୁନଥିବା ଯୋଗୁଁ ଏହାକୁ ନେଇ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏହି ମତ୍ସ୍ୟଜୀବୀ ମାନେ । ସମୁଦ୍ରର ଜୁଆର ଅଧିକ ହୋଇ ଜେଟି ମଧ୍ୟରେ ପାଣି ରହିଲେ ମାଛ ଧରା ବୋର୍ଟ ନେଇ ଯିବା କେବଳ ସମ୍ଭବ ହେଉଥିବା ବେଳେ ଅନ୍ୟ ସମୟରେ ସମୁଦ୍ର ମଧ୍ୟକୁ ଯିବା ବା ଫେରିବା ସମୟରେ ଜେଟି ମଧ୍ୟରେ ରହିଥିବା ବାଲିରେ ବୋର୍ଟ ଲାଗିଲେ ଟାଣିବା କଷ୍ଟକର ହୋଇଥାଏ ।

ବାରମ୍ବାର ଦାବି ସତ୍ତ୍ବେ ଶୁଣୁନି ପ୍ରଶାସନ: ତେବେ ଏହି ମତ୍ସ୍ୟଜୀବୀ ମାନଙ୍କର ଜେଟିକୁ ନେଇ ଦାବିକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜ୍ଜିପଲ୍ଲୀ ଅଞ୍ଚଳର ମେରାଇନ୍ ଥାନା ନିକଟରେ ସମୁଦ୍ର ମଧ୍ୟକୁ ଯିବା ପାଇଁ ଏକ ସ୍ଥାନ ଚିହ୍ନଟ କରିଥିଲେ । ହେଲେ ତାହା ବିଭିନ୍ନ କାରଣରୁ ଅଦ୍ୟାବଧି କାର୍ଯ୍ୟକାରୀ ହୋଇପାରିନାହିଁ । ଅନ୍ୟପଟେ ସେହି ପୁରୁଣା ଜେଟିରେ କେବଳ ନାମକୁ ମାତ୍ର ଜମିଥିବା ବାଲିକୁ ବିଭିନ୍ନ ସମୟରେ ବାହାର କରି ଦିଆଯାଉଥିବା ବେଳେ ସଂପୂର୍ଣ୍ଣ ରୂପେ ଚ୍ୟାନେଲ ଖନନ ହେଉନଥିବାରୁ ମତ୍ସ୍ୟଜୀବୀ ମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏହା ମଧ୍ୟ ପଢନ୍ତୁ ...ଗୋପାଳପୁର ବେଳାଭୂମି ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଦାଦନ ମୁହାଁ ମତ୍ସ୍ୟଜୀବୀ: ଏସବୁ ସମସ୍ୟା ପାଇଁ ନିଜର କୌଳିକ ବୃତ୍ତି ଛାଡି ମତ୍ସ୍ୟଜୀବୀ ମାନେ ବାଧ୍ୟ ହୋଇ ବାହାର ରାଜ୍ୟକୁ ଦାଦାନ ଖଟିବାକୁ ଯାଉଛନ୍ତି । ସେପଟେ ଆଜ୍ଜିପଲ୍ଲୀ ଠାରେ ନୂତନ ଫିସିଙ୍ଗ୍ ହରବର୍ କରାଯିବା ପାଇଁ 23 ଏକର ସ୍ଥାନ ଚିହ୍ନଟ ହୋଇଥିବା ବେଳେ ତାହା ଜଙ୍ଗଲ କିଶମର ଜମି ରହିଥିବାରୁ ଏହାର ଅନୁମତି ପାଇଁ ଅପେକ୍ଷାରେ ରହିଥିବା କହିଛନ୍ତି ବିଭାଗୀୟ ଅଧିକାରୀ । ସେହିପରି ମାର୍କଣ୍ଡି ଓ ଗୋପାଳପୁର ନିକଟ ମୁହାଣ ଦିନକୁ ଦିନ ପୋତି ଯାଉଛି । ଜିଲ୍ଲାରେ ମତ୍ସ୍ୟ ଜନିତ ଶିଳ୍ପର ବିକାଶ ପାଇଁ ଭରପୁର ସୁଯୋଗ ରହିଥିବା ବେଳେ ଯଦି ସରକାର ମତ୍ସ୍ୟଜୀବୀ ମାନଙ୍କ ସମସ୍ୟା ପ୍ରତି ବିଚାର କରନ୍ତେ ତେବେ ରାଜ୍ୟରେ ଦାଦନ ସମସ୍ୟା ଦୂର ହୋଇ ପାରନ୍ତା ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Jan 11, 2024, 11:03 PM IST

ABOUT THE AUTHOR

...view details