ଓଡିଶା

odisha

ETV Bharat / state

ଗଞ୍ଜାମରେ AIDS ସ୍ଥିତି ସଙ୍ଗୀନ, ପ୍ରତି ପଞ୍ଚାୟତରେ 30 HIV ପଜିଟିଭ - ବିଶ୍ବ ଏଡସ ଦିବସ

ଭୟଙ୍କର ହେଉଛି ସ୍ଥିତି । କେବଳ ରାଜ୍ୟ ନୁହେଁ ଦେଶର ଏଡସ ପ୍ରବଣ ଜିଲ୍ଲା ଏବେ ଗଞ୍ଜାମ । ସଚେତନତା ଅଭାବରୁ ଏଠାରେ କାୟା ବିସ୍ତାର କରିଚାଲିଛି ଏଚଆଇଭି ଭୂତାଣୁ । ଆଜି ବିଶ୍ବ ଏଡସ ଦିବସରେ ସାମ୍ନାକୁ ଆସିଛି ଚକିତ କଲା ଭଳି ତଥ୍ୟ । ଦେଖନ୍ତୁ ନେଇ ଇଟିଭି ଭାରତର ସ୍ବତନ୍ତ୍ର ରିପୋର୍ଟ...

HIV topper Ganjam current report
ଏଡସରେ 1 ନମ୍ବର ଗଞ୍ଜାମ

By

Published : Nov 30, 2019, 11:57 PM IST

Updated : Dec 2, 2019, 12:12 PM IST


ବ୍ରହ୍ମପୁର: ଆଜି ବିଶ୍ବ ଏଡସ ଦିବସ । ଏଡସ ନିୟନ୍ତ୍ରଣ ଓ ନିରାକରଣ ଉଦ୍ଦେଶ୍ୟରେ ଏହି ଦିବସ ସମର୍ପିତ । 31 ବର୍ଷ ଧରି ଏହି ପ୍ରୟାସ ଚାଲିଥିଲେ ବି କମୁନି ଏଡସ । ସ୍ଥିତି ଦିନକୁ ଦିନ ଭୟଙ୍କର ହେବାକୁ ଲାଗିଛି । ଯେମିତି ଗଞ୍ଜାମର ପିଛା ଛାଡୁନି ମାରାତ୍ମକ ଏଡସ । ଏଥିମଧ୍ୟରେ ଚକିତ କରିଛି ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ । ଜାଣି ଆଶ୍ଚର୍ଯ୍ୟ ହେବେ ରାଜ୍ୟର ଜନବହୁଳ ଜିଲ୍ଲା ଗଞ୍ଜାମର ପ୍ରତି ପଞ୍ଚାୟତରେ 30 ଏଡସ ପଜିଟିଭ ଚିହ୍ନଟ ।

ଗଞ୍ଜାମରେ AIDS ସ୍ଥିତି ସଙ୍ଗୀନ, ପ୍ରତି ପଞ୍ଚାୟତରେ 30 HIV ପଜେଟିଭ


ଜିଲ୍ଲାରେ ୨୦୦୦ ମସିହାରେ ମୋଟ ୬୧ ଜଣଙ୍କ ରକ୍ତ ପରୀକ୍ଷା ହୋଇଥିଲା, ସେଥିମଧ୍ୟରୁ ୧୬ ଜଣ ଏଚ୍.ଆଇ.ଭି ପଜିଟିଭ ଥିଲେ । ଏହାର ବର୍ଷକ ପରେ ୧୬୭ଙ୍କ ରକ୍ତ ପରୀକ୍ଷାରୁ 59 ଶରୀରରେ ଏଚଆଇଭି ଭୂତାଣୁ ଥିବାବେଳେ 2002ରେ 102 ଜଣ ଏଚଆଇଭି ଆକ୍ରାନ୍ତ ଥିଲେ । ଏଭଳି ଭାବେ ଦିନ ଗଡିବା ସହ 2019 ଅକ୍ଟୋବର ସୁଦ୍ଧା ଜିଲ୍ଲାରେ ମୋଟ ୧୧ ଲକ୍ଷ ୫୨ହଜାର ୨୬୩ ଜଣଙ୍କ ରକ୍ତ ପରୀକ୍ଷା କରାଯାଇଛି । ଆଉ ସେଥିରୁ ୧୬ ହଜାର ୧୧ ଜଣ ଏଚ୍.ଆଇ.ଭି ପଜିଟିଭ ଚିହ୍ନଟ ହୋଇଛନ୍ତି ।


ଗଞ୍ଜାମର ପ୍ରତି ପଞ୍ଚାତୟ ଓ ବ୍ଲକରେ ଏବେ ଏଡସ ଆତଙ୍କ । ଜିଲ୍ଲାର ପୋଲସରାରେ ସର୍ବାଧିକ ୧୨୧୫ ଜଣ ଏଡସ ଆକ୍ରାନ୍ତ ଥିବା ବେଳେ ସର୍ବନିମ୍ନ ୨୧୬ ଜଗନ୍ନାଥପ୍ରସାଦରେ ଅଛନ୍ତି । ସେହିପରି ଆସିକା, ବେଗୁନିଆପଡା, ପୁରୁଷତ୍ତୋମପୁର ବ୍ଲକରେ ଏକ ହଜାରରୁ ଉର୍ଦ୍ଧ୍ବ ଏଚ୍.ଆଇ.ଭି ପଜିଟିଭ ଅଛନ୍ତି ।

କାହିଁକି ଗଞ୍ଜାମରେ ଉଗ୍ରରୂପ ନେଉଛି ଏଡସ ?

କାମଧନ୍ଦା ଅଭାବରୁ ଜିଲ୍ଲାର ଲୋକେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଛନ୍ତି । ସେଠାର ଅସ୍ବାସ୍ଥ୍ୟକର ପରିବେଶ ଓ ଅସୁରକ୍ଷିତ ଯୌନ ସମ୍ପର୍କ ଯୋଗୁଁ ଏଚ୍.ଆଇ.ଭିରେ ବହୁ ମାତ୍ରାରେ ସଂକ୍ରମିତ ହେଉଛନ୍ତି । ଏଥିସହ ଗୋଟିଏ ଛୁଞ୍ଚିକୁ ବାରମ୍ବାର ବ୍ୟବହାର, ବିନା ଯାଞ୍ଚରେ ରକ୍ତ ଗ୍ରହଣ, ସଂକ୍ରମିତ ମା ଠାରୁ ଗର୍ଭସ୍ଥ ଶିଶୁ ଆକ୍ରନ୍ତ ହେଉଛନ୍ତି ।

ଏଭଳି ସ୍ଥିତିରେ ଲୋକଙ୍କୁ ଏହାର ଭୟବହତା ଓ ସମୟ ପୂର୍ବରୁ ସତର୍କ କରିବା ଦାୟିତ୍ବ କେବଳ ସ୍ବାସ୍ଥ୍ୟ ବିଭାଗ ନରଖି ସରକାର ସମସ୍ତ ବିଭାଗରେ ସମନ୍ବୟରେ ଏହାର ନିୟନ୍ତ୍ରଣ ପାଇଁ ଅଣ୍ଟା ଭିଡାଯାଇଛି ।

କଣ ରହିଛି ସଚେତନ କାର୍ଯ୍ୟକ୍ରମ ?

ପି.ପି.ଟି.ସି.ଟି କାର୍ଯ୍ୟକ୍ରମ ଜରିଆରେ ୨୦୦୮ରୁ ୨୦୧୯ ଭିତରେ ୬ଲକ୍ଷ ୧୪ ହଜାର ୨୭୦ ଗର୍ଭବତୀଙ୍କୁ କାଉନସିଲିଂ କରାଯାଇଥିବା ବେଳେ ୫ ଲକ୍ଷ ୯୨ହଜାର ୧୦୩ ଙ୍କ ଏଚ୍.ଆଇ.ଭି ରକ୍ତ ପରୀକ୍ଷା କରାଯାଇଛି । ତା ଭିତରୁ ୮୮୭ ଜଣ ପଜେଟିଭ ଚିହ୍ନଟ । ତେବେ ସଂକ୍ରମିତ ଗର୍ଭସ୍ଥ ମହିଳାଙ୍କଠାରୁ ଜନ୍ମିତ ଶିଶୁକୁ ସୁରକ୍ଷିତ ଭାବରେ ସନ୍ତାନ ପ୍ରସବରେ ଜିଲ୍ଲା ପ୍ରଶାସନ ବହୁ ସଫଳତା ପାଇଛି । ସେପଟେ ଦାଦନ ଖଟି ଫେରିବା ବେଳେ ଜିଲ୍ଲା ସ୍ୱାସ୍ଥ ବିଭାଗ ପକ୍ଷରୁ ରିଟନିଙ୍ଗ୍ ମାଇଗ୍ରେଣ୍ଟ ହେଲଥ୍ କ୍ୟାମ୍ପ କରି ବ୍ଲକର ମୁଖ୍ୟାଳୟରେ ସ୍ବାସ୍ଥ୍ୟ ପରୀକ୍ଷା ହେଉଛି । ଏଥିପାଇଁ ଚଳିତବର୍ଷ ୪୦ ଟି ଶିବିର ନେଇ ଲକ୍ଷ୍ୟ ରଖାଯାଇଥିବା ବେଳେ ୧୫ ଟିର ଆୟୋଜନ ସରିଛି ।


ଜନବହୁଳ ଜିଲ୍ଲାର ସର୍ବାଧିକ ଏଡସରୋଗୀଙ୍କ ସାହା କହିଲେ ଏମକେସିଜି ଥିବା ଏ.ଆର.ଟି ସେଣ୍ଟର । ଜିଲ୍ଲାର ୨୫ ଟି ଆଇ.ସି.ଟି.ସି ସେଣ୍ଟର , 3 ଲିଙ୍କ ଏ.ଆର୍.ଟି ସେଣ୍ଟର କାର୍ଯ୍ୟ କରୁଛି । ଏମ୍.କେ.ସି.ଜି ମେଡିକାଲ ର ଏ.ଆର୍.ଟି ସେଣ୍ଟରର ତଥ୍ୟ ଅନୁଯାୟୀ ଏଠାରେ ଗତ ୨୦୦୬ ଠାରୁ ଅଦ୍ୟାବଧି ମୋଟ ୧୫୧୨୦ ଜଣ ଏ.ଆର୍.ଟି ସେଣ୍ଟରରେ ନାମ ପଞ୍ଜିକରଣ କରି ଚିକିତ୍ସା ହୋଇଛନ୍ତି । ସେଥିମଧ୍ୟରୁ ୨୮୯୫ ଜଣ ପ୍ରାଣ ହରାଇଛନ୍ତି । ମୁଖ୍ୟତଃ ଏଚ୍.ଆଇ.ଭି ପଜିଟିଭ ବ୍ୟକ୍ତି ନିୟମିତ ଭାବେ ଏ.ଆର୍.ଟି ଖାଇବା ଆବଶ୍ୟକ ଥିବା ବେଳେ ୪୯୭୧ ଜଣ ସକ୍ରିୟ ଭାବରେ ଚିକିତ୍ସିତ ହେଉଛନ୍ତି । ମୁଖ୍ୟତଃ ଏହି ଏଚ୍.ଆଇ.ଭି ସଂକ୍ରମିତଙ୍କ ପ୍ରତି ଛଅ ମାସକୁ ଥରେ ରକ୍ତ ସଂଗ୍ରହ କରି ସି.ଡି -4 ରେ କାଉଣ୍ଟିଙ୍ଗ୍ କରାଯାଇଥାଏ । ଏପରିକି କେତେକଙ୍କ ରକ୍ତର ଭାଇରାଲ ଲୋଡକୁ ଅନୁଧ୍ୟାନ କରି ତାକୁ ଦାୟିତ୍ବ ଲାଇନ୍ ଚିକିତ୍ସା ଆବଶ୍ୟକ ରହିଛି କି ନାହିଁ ସେ ଚିହ୍ନଟ ହୁଏ । ସେହିପରି ଦ୍ବିତୀୟ ଲାଇନ୍ ଚିକିତ୍ସା ହେଉଥିବା ଏଚ୍.ଆଇ.ଭି ପଜିଟିଭଙ୍କ ଆବଶ୍ୟକତା ଅନୁଯାୟୀ ତୃତୀୟ ଲାଇନ୍ ଚିକିତ୍ସା ପାଇଁ ପଠାଯାଇଥାଏ ବୋଲି କହିଛନ୍ତି ବ୍ରହ୍ମପୁର ଏ.ଆର୍.ଟି ସେଣ୍ଟରର ମୁଖ୍ୟ ଚିକିତ୍ସକ ।


ତେବେ କେବଳ ଡିସେମ୍ବର 1 ନୁହେଁ, ପ୍ରତି ଦିନ ଏଡସ ବିରୋଧରେ ସଚେତନତା ଦରକାର । ଆଉ ଏହି ସଂଗ୍ରାମ ପାଇଁ ଲୋଡା କେବଳ ସହଯୋଗ ଆଉ ପ୍ରୋତ୍ସାହନ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Dec 2, 2019, 12:12 PM IST

ABOUT THE AUTHOR

...view details