ଓଡିଶା

odisha

ETV Bharat / state

ତିନି ଦଫା ଦାବି ନେଇ ମିଳିତ ଶିକ୍ଷକ ମଞ୍ଚ ପକ୍ଷରୁ ଆରଡିସିଙ୍କୁ ସ୍ମାରକପତ୍ର - ganjam latest news

3 ଦଫା ଦାବୀ ନେଇ ଗଞ୍ଜାମ ଜିଲ୍ଲାର ମିଳିତ କର୍ମଚାରୀ ମଞ୍ଚ ପକ୍ଷରୁ ବ୍ରହ୍ମପୁର ଠାରେ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ତିନି ଦଫା ଦାବୀ ନେଇ ମିଳିତ ଶିକ୍ଷକ ମଞ୍ଚ ପକ୍ଷରୁ ଆର୍.ଡି.ସିଙ୍କୁ ସ୍ମାରକପତ୍ର
ତିନି ଦଫା ଦାବୀ ନେଇ ମିଳିତ ଶିକ୍ଷକ ମଞ୍ଚ ପକ୍ଷରୁ ଆର୍.ଡି.ସିଙ୍କୁ ସ୍ମାରକପତ୍ର

By

Published : Aug 1, 2020, 3:04 PM IST

ବ୍ରହ୍ମପୁର: 3 ଦଫା ଦାବୀ ନେଇ ଗଞ୍ଜାମ ଜିଲ୍ଲାର ମିଳିତ କର୍ମଚାରୀ ମଞ୍ଚ ପକ୍ଷରୁ ବ୍ରହ୍ମପୁର ଠାରେ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ମୁଖ୍ୟତଃ କୋଭିଡ-୧୯ ନିୟନ୍ତ୍ରଣ ତଥା ମୁକାବିଲା ସକାଶେ ନିଯୁକ୍ତି ଶିକ୍ଷକ ମାନଙ୍କ ଦାବି ପ୍ରତି ମୁଖ୍ୟମନ୍ତ୍ରୀ ତୁରନ୍ତ ଗୁରୁତ୍ବ ଦେବା ପାଇଁ ଦାବି କରାଯାଇଛି ।

ସ୍ବାସ୍ଥ ଓ ପରିବାର କଲ୍ୟାଣ ବିଭାଗର ଚିଠି ନଂ ୧୫୯୫୧ ତା-୬-୭-୨୦୨୦ କୁ କଡାକଡି ପାଳନ କରାଯାଇ ସିସିଏଚ୍ ଦାୟିତ୍ବରୁ ଶିକ୍ଷକମାନଙ୍କୁ ଇନଚାର୍ଜ ଦାୟିତ୍ବରୁ ମୁକ୍ତ କରାଯାଇ ପିଆର୍.ଆଇ ସଦସ୍ୟ ଙ୍କୁ ଦିଆଯିବା , ଗଞ୍ଜାମ ଜିଲ୍ଲାପାଳଙ୍କ ଚିଠି ନଂ ୧୮୦୩ ତା୧୭-୬-୨୦୨୦ ଅନୁଯାୟୀ କେବଳ ଶିକ୍ଷକ ମାନଙ୍କୁ ସିସିଏଚ୍ ଦାୟିତ୍ବର ସାମିଲ ନକରାଯାଇ ଅନ୍ୟ ବିଭାଗର କର୍ମଚାରୀଙ୍କୁ ମଧ୍ୟ ସେଥିରେ ସାମିଲ କରାଯିବା , ୫୦ ବର୍ଷରୁ ଉର୍ଦ୍ଧ୍ବ ଏବଂ ରୋଗଗ୍ରସ୍ତ ଶିକ୍ଷକ ମାନଙ୍କୁ ଛୁଟି ନେବା ବା କୋଭିଡ୍ ଦାୟିତ୍ବରୁ ଅବ୍ୟାହତି ନେବା ସକାଶେ ମେଡିକାଲ ପ୍ରମାଣପତ୍ର ଦାଖଲ କରିବା ପାଇଁ ଯେଉଁଭଳି ଭାବରେ ବାଧ୍ୟ କରାଯାଉଛି ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ଶୁଣାଣି ବିଭାଗର ଚିଠି ନଂ ୯୯୯୫ ତା -୨୪-୦୩-୨୦୨୦ ରିଖ ପ୍ରକାରେ କୋହଳ ନୀତି ଅନୁସରଣ କରିବା ଭଳି ଦାବୀକୁ ନେଇ ମଞ୍ଚର ବହୁ କର୍ମକର୍ତ୍ତା ଏହି ଅବସରରେ ଉପସ୍ଥିତ ରହି ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବୀ କରିଥିଲେ ।

ତିନି ଦଫା ଦାବୀ ନେଇ ମିଳିତ ଶିକ୍ଷକ ମଞ୍ଚ ପକ୍ଷରୁ ଆର୍.ଡି.ସିଙ୍କୁ ସ୍ମାରକପତ୍ର

ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

ABOUT THE AUTHOR

...view details