ଓଡିଶା

odisha

By

Published : Jul 18, 2023, 3:33 PM IST

ETV Bharat / state

ଆହତଙ୍କୁ ନିଜ ଗାଡ଼ିରେ ମେଡିକାଲ ନେଲେ ଗଞ୍ଜାମ ଏସପି, ସାଉଁଟିଲେ ପ୍ରଶଂସା

ଜଣେ ଆହତ ଯୁବକଙ୍କୁ ନିଜ ଗାଡିରେ ମେଡିକାଲ ପଠାଇଛନ୍ତି ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜଗମୋହନ ମିନା । ଏସପିଙ୍କ ଏହି କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ଲୋକେ । ଅଧିକ ପଢନ୍ତୁ

ganjam sp rushed injured people to medical
ଆହତଙ୍କୁ ନିଜ ଗାଡ଼ିରେ ମେଡିକାଲ ନେଲେ ଗଞ୍ଜାମ ଏସପି

ଆହତଙ୍କୁ ନିଜ ଗାଡ଼ିରେ ମେଡିକାଲ ନେଲେ ଗଞ୍ଜାମ ଏସପି

ବ୍ରହ୍ମପୁର:କିଛି ବ୍ୟକ୍ତିତ୍ବ ଥାନ୍ତି ଯିଏ ମାନବିକତାର ପରିଚୟ ଦେଇଥାନ୍ତି । ଦରକାର ପଡିଲେ ଲୋକଙ୍କୁ ସହାୟତା କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ । ସେମିତି ଜଣେ ବ୍ୟକ୍ତି ହେଉଛନ୍ତି ଗଞ୍ଜାମ ଜିଲ୍ଲା ଏସପି ଜଗମୋହନ ମିନା । ସେ ତାଙ୍କ ମାନବିକତାର ପରିଚୟ ଦେଇଛନ୍ତି । ଜଣେ ଆହତ ଯୁବକଙ୍କୁ ନିଜ ଗାଡିରେ ମେଡିକାଲ ପଠାଇଛନ୍ତି ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜଗମୋହନ ମିନା । ଏସପିଙ୍କ ଏହି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି ।

ଦୁର୍ଘଟଣାରେ ଆହତଙ୍କୁ ନିଜ ଗାଡ଼ିରେ ମେଡିକାଲ ଆଣି ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି ଗଞ୍ଜାମ ଆରକ୍ଷୀ ଅଧିକ୍ଷକ । ଗଞ୍ଜାମ ଏସପି ଜଗମୋହ ମିନା ନିଜ ସରକାରୀ କାର୍ଯ୍ୟ ଶେଷ କରି ଫେରିବା ସମୟରେ ଆସିକା ପାକଲାପଲ୍ଲୀ ଠାରେ ଭାରସାମ୍ୟ ହରାଇ ମୋଟର ସାଇକେଲରୁ ଜଣେ ଯୁବକ ପଡି ଯାଇଥିଲେ । ଏହା ଦେଖି ସଙ୍ଗେ ସଙ୍ଗେ ତାଙ୍କ ଗାଡି ଅଟକାଇ ଆହତ ଯୁବକଙ୍କୁ ନିଜ ଗାଡିରେ ସ୍ଥାନୀୟ ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

ଆହତ ଯୁବକ ଜଣକ ହେଲେ ୨୭ ବର୍ଷୀୟ ଶତ୍ରୁଘ୍ନ ସାମଲ । ତାଙ୍କ ଘର ଆସିକା କଲେଜ ଛକ ବୋଲି ଜଣାପଡ଼ିଥିବା ବେଳେ ସେ ମୋଟର ସାଇକେଲରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵରେ ପଡି ଯାଇଥିଲେ । ଏହାକୁ ଦେଖି ଆରକ୍ଷୀ ଅଧିକ୍ଷକ ତୁରନ୍ତ ତାଙ୍କୁ ନିଜ ଗାଡ଼ିକୁ ଅଟକାଇ ଆସିକା ମେଡିକାଲରେ ଭର୍ତ୍ତି କରାଇଥିଲେ। ସେଠାରେ ଯୁବକଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ବର୍ତ୍ତମାନ ଯୁବକଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ରହିଛି । ଗଞ୍ଜାମ ଏସ୍.ପିଙ୍କ ଏଭଳି ମହାନତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିବା ବେଳେ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ କ୍ଷେତ୍ରରେ ଏହା ଆଉ ପଦେ ଆଗକୁ ନିବିଡ଼ ହେବ ବୋଲି କୁହାଯାଇଛି । ବାସ୍ତବରେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜଗମୋହନ ମିନାଙ୍କ ଏହି କାର୍ଯ୍ୟ ପ୍ରଶଂସନୀୟ ।

ଏହା ବି ପଢନ୍ତୁ...ଦୁର୍ଘଟଣାଗ୍ରସ୍ତ ବାପାପୁଅଙ୍କୁ ଡାକ୍ତରଖାନାରେ ପହଞ୍ଚାଇଲେ ବିଧାୟକ ସୁବାସ ପାଣିଗ୍ରାହୀ

ପୂର୍ବରୁ ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ମାନବିକତାର ପରିଚୟ ଦେଇଥିଲେ । ଦୁର୍ଘଟଣାଗ୍ରସ୍ତ ବାପା ପୁଅଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଆଜି ଜଣେ ଆହତଙ୍କୁ ନିଜ ଗାଡିରେ ମୋଡିକାନ ନେଇ ଉଦାହରଣ ସୃଷ୍ଟି କରିଛନ୍ତି ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜଗମୋହନ ମିନା । ଏସପିଙ୍କ ଏହି କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି ଲୋକ ।

ଇଟିଭି ଭାରତ, ଗଞ୍ଜାମ

ABOUT THE AUTHOR

...view details